ପ୍ରେମ ପରେ ପ୍ରତାରଣାର ପରିଣାମ! ସ୍ପିରିଟ୍ ଢାଳି ପ୍ରେମିକାକୁ ଜାଳି ଦେଲା ଯୁବକ
Advertisement
Article Detail0/zeeodisha/odisha951860

ପ୍ରେମ ପରେ ପ୍ରତାରଣାର ପରିଣାମ! ସ୍ପିରିଟ୍ ଢାଳି ପ୍ରେମିକାକୁ ଜାଳି ଦେଲା ଯୁବକ

ପ୍ରତାପୁର ନିକଟ ପରିତ୍ୟକ୍ତ ନାସ ମିଲ୍ ପରିସର ପୁରୁଷୋତ୍ତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ନେତୃତ୍ଵରେ  ଏକ ଟିମ୍ ପହଂଚି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ପୋଲିସ ଗାଡିରେ ପୁରୁଷୋତ୍ତମପୁର ସ୍ବାସ୍ଥ୍ଯକେନ୍ଦ୍ର ପହଂଚାଇଥିଲେ।

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ନିକଟ ଏକ ପରିତ୍ୟକ୍ତ ନାସ ମିଲ୍ ପରିସରରୁ ଗତକାଲି ଯୁବତୀଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ। ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମର ଶୁଭସ୍ମିତା ଖାଡଙ୍ଗା ବୋଲି ସୂଚନା ମିଳିଛି। 

ପ୍ରତାପୁର ନିକଟ ପରିତ୍ୟକ୍ତ ନାସ ମିଲ୍ ପରିସର ପୁରୁଷୋତ୍ତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ନେତୃତ୍ଵରେ  ଏକ ଟିମ୍ ପହଂଚି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ପୋଲିସ ଗାଡିରେ ପୁରୁଷୋତ୍ତମପୁର ସ୍ବାସ୍ଥ୍ଯକେନ୍ଦ୍ର ପହଂଚାଇଥିଲେ। ଘଟଣାସ୍ଥଳରୁ ଦୁର୍ବ୍ରୁତ୍ତ ଫେରାର ହୋଇଯାଇଥିବା ବେଳେ ପୁରଷୋତ୍ତମପୁର ଥାନା ଅଧିକାରୀ ସଦଳବଳେ ପିଛା କରି ଖୁବ୍ କମ୍ ସମୟ ବ୍ୟବଧାନରେ ଦୁର୍ବ୍ରୁତ୍ତକୁ କାବୁ କରିବାରେ ସଫଳତା ହାସଲ କରିଛନ୍ତି। 

Also Read: ବିନା ଥଇଥାନରେ ଉଚ୍ଛେଦ; ପ୍ରଶାସନର କାମକୁ ନେଇ ଉଠିଲା ପ୍ରଶ୍ନ

ଦୀର୍ଘ ବର୍ଷ ହେବ ପ୍ରେମ ସଂପର୍କ ଓ ପରେ ପ୍ରତାରଣାର ଫଳ ପରିଣାମ ସ୍ବରୂପ ଦୁର୍ବ୍ରୁତ୍ତ ଜଣକ ଯୁବତୀଙ୍କୁ ସ୍ପିରିଟ ଢାଳି ପୋଡି ମାରିଦେବାର ପ୍ରୟାସ କରିଥିବା    ମୃତ୍ୟୁକଳିନ ବୟାନ ରେକଡିଂ ହୋଇଛି।