Corona ଆକ୍ରାନ୍ତଙ୍କୁ ଆଶ୍ୱସ୍ତି; ରାଜ୍ୟରେ ଖୋଲିଲା ପ୍ରଥମ Oxygen Parlour
ବ୍ରହ୍ମପୁର ସହରରେ ଖୋଲିଛି ରାଜ୍ୟର ପ୍ରଥମ ଅକ୍ସିଜେନ ପାର୍ଲର।
ବ୍ରହ୍ମପୁର: ସହରବାସୀଙ୍କ ଲାଗି ଖୁସି ଖବର। କୋରୋନା ଚିକିତ୍ସା ସହ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ। ଜଣେ କୋରୋନା ଆକ୍ରାନ୍ତ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ଅନେକ ସମୟରେ ପୁଣି ଥରେ ଅସୁସ୍ଥତା ଅନୁଭବ କରିବା ସହ ରାତି ଅଧିଆ ଅକ୍ସିଜେନର ଆବଶ୍ୟକତା ପଡିଥାଏ। ଏଭଳି ପରିସ୍ଥିତିରେ ପୋଷ୍ଚ କୋଭିଡ ସଂକ୍ରମିତଙ୍କ ଲାଗି ସ୍ଥାନୀୟ ରୋଟାରି କ୍ଲବ ପରିସରରେ ଆରମ୍ଭ ହୋଇଛି ଏକ ଅକ୍ସିଜେନ ପାର୍ଲର।
ବ୍ରହ୍ମପୁର ମହାନଗର ନିଗମ-ବିଏମସି (Berhampur Municipal Corporation-BMC) ସହିତ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଏହି ପାର୍ଲର ପରିଚାଳିତ ହେବ। ପୋଷ୍ଟ କୋଭିଡ ଆକ୍ରାନ୍ତଙ୍କ (Post Covid Positive) ଲାଗି ଏହା ରାଜ୍ୟରେ ପ୍ରଥମ ଅକ୍ସିଜେନ ପାର୍ଲର ବୋଲି କୁହାଯାଉଛି। ଏହି ପାର୍ଲର ସହରର କୋରୋନା ଆକ୍ରାନ୍ତଙ୍କ ଲାଗି ବେଶ ସହାୟକ ହେବ ବୋଲି ଅନୁମାନ କରାଯାଉଛି।
ବ୍ରହ୍ମପୁର ବାସୀଙ୍କ ପାଇଁ ଖୁସି ଖବର। ସହରରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ପୋଷ୍ଟ କୋଭିଡ କେୟାର (Post Covid Care) ଅକ୍ସିଜେନ ପାର୍ଲର (Oxygen Parlour)। ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରୁଥିବା ରୋଗୀଙ୍କୁ ଏଠାରେ ଅବଜର୍ଭେସନ (Observation) ବ୍ୟବସ୍ଥାରେ ରଖି ପ୍ରଦାନ କରାଯିବ ଉତ୍ତମ ସେବା। ୨୦ ଶଯ୍ୟା ବିଶିଷ୍ଟ ଏହି ପାର୍ଲର ବ୍ରହ୍ମପୁର ରୋଟାରି କ୍ଲବ ପରିସରରେ (Berhampur Rotary Club) ଆରମ୍ଭ ହୋଇଥିବା ବେଳେ ବ୍ରହ୍ମପୁର ସାଂସଦ, ବିଧାୟକ, ଗଞ୍ଜାମ ଜିଲ୍ଲାପାଳ ଏହି ସେବାର ଉଦଘାଟନ କରିଛନ୍ତି।
Also Read: ଦୂର ହେବ ସମସ୍ୟା: Berhampur MKCG Medical ପରିସରରେ Oxygen Storage Plant ଉଦଘାଟିତ
ଜଣେ କୋରୋନା ଆକ୍ରାନ୍ତ ମେଡିକାଲରେ ଚିକିତ୍ସା ହୋଇ ଘରକୁ ଫେରିବା ପରେ ପୁଣି ଥରେ ତାଙ୍କ ଲାଗି ଅକ୍ସିଜେନର ଆବଶ୍ୟକତା ରହୁଛି। ଏପରିକି ମାନସିକ ସ୍ତରରେ ଭାରସାମ୍ୟ ହରାଇ ଚିକିତ୍ସିତ ହୋଇ ଘରକୁ ଫେରିଥିବା କୋଭିଡ ସଂକ୍ରମିତ ପୁଣିଥରେ ଅସୁସ୍ଥ ହୋଇ ପଡୁଛି। ଯାହାକୁ ଦୃଷ୍ଟିରେ ରଖି ଏଭଳି ଏକ ପାର୍ଲର ବ୍ୟବସ୍ଥାର ପରିକଳ୍ପନା କରାଯାଇଥିବା ବେଳେ ୨୦ ଅକ୍ସିଜେନ ବେଡ ଏଠାରେ ମହଜୁଦ ରଖାଯ଼ାଇଛି।
କୌଣସି କୋଭିଡ ଆକ୍ରାନ୍ତ ଚିକିତ୍ସିତ ହୋଇ ଘରକୁ ଫେରିବା ସମୟରେ ଏଠାରେ ଦିନେ ଦୁଇ ଦିନ ଅବଜରଭେସନ ବ୍ୟବସ୍ଥାରେ ରହିବେ। ସେମାନଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ମନୋବଳ ବୃଦ୍ଧି ଦିଗରେ ଡାକ୍ତରଙ୍କ ପରାମର୍ଶ ଦିଆଯିବ। ଯାହା ଦ୍ବାର ଜଣେ କୋରୋନା ସଂକ୍ରମିତ ସମ୍ପୂର୍ଣ୍ଣ ସୁସ୍ଥ ହେବ ବୋଲି କହିଛନ୍ତି ସ୍ୱେଚ୍ଛସେବୀ ସଙ୍ଗଠନ।
Also Read: ଦୂର ହେବ ରୋଗୀଙ୍କ ସମସ୍ୟା; MKCG Medical ଠାରେ ନିର୍ମିତ ହେଉଛି Oxygen Tank
ପୋଷ୍ଟ କୋଭିଡ ଆକ୍ରାନ୍ତଙ୍କ ଲାଗି ବ୍ରହ୍ମପୁର ସହରରେ ଆରମ୍ଭ ହୋଇଥିବା ଏଭଳି ଏକ ଅକ୍ସିଜେନ କୋଭିଡ କେୟାର ପାର୍ଲର (Oxygen Covid Care Parlor) ରାଜ୍ୟର ଅନ୍ୟ ଜିଲ୍ଲା ପ୍ରଶାସନକୁ ପ୍ରଭାବିତ କରିବ ନିଶ୍ଚୟ।