ଦୂର ହେବ ସମସ୍ୟା: Berhampur MKCG Medical ପରିସରରେ Oxygen Storage Plant ଉଦଘାଟିତ
Advertisement

ଦୂର ହେବ ସମସ୍ୟା: Berhampur MKCG Medical ପରିସରରେ Oxygen Storage Plant ଉଦଘାଟିତ

ମେଡିକାଲ କ୍ୟାମ୍ପସ ପରିସରେ ମେ ୨୦ ତାରିଖରୁ କାର୍ଯକ୍ଷମ ହୋଇଛି ରାଜ୍ୟର ପ୍ରଥମ ଅକ୍ସିଜେନ ଷ୍ଟୋରେଜ ପ୍ଲାଣ୍ଟ।

ଦୂର ହେବ ସମସ୍ୟା: Berhampur MKCG Medical ପରିସରରେ Oxygen Storage Plant ଉଦଘାଟିତ

ବ୍ରହ୍ମପୁର: ଦକ୍ଷିଣ ଓଡିଶା ବାସୀଙ୍କ ଲାଗି ଖୁସି ଖବର। ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ ପରିସରରେ ଏକ ଅକ୍ସିଜେନ ଷ୍ଟୋରେଜ ପ୍ଲାଣ୍ଟକୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ଯମରେ ଶୁଭ ଉଦଘାଟନ କରିବା ସହ ଦକ୍ଷିଣ ଓଡିସା ବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। 

ପ୍ରାୟ ୨୦ ହଜାର ଲିଟର ବିଶିଷ୍ଟ ଏହି ଅକ୍ସିଜେନ ଟ୍ଯାଙ୍କର (Oxygen Tanker) କୋରୋନା ମହାମାରୀ (Corona Pandemic) ଭଳି ଜରୁରୀ କାଳୀନ ପରିସ୍ଥିତି ସମୟରେ ରୋଗୀଙ୍କ ଅକ୍ସିଜେନ ସମସ୍ୟା ଉପରେ ପୂର୍ଣ୍ଣଛେଦ ପକାଇବ ବୋଲି ଅନୁମାନ କରାଯାଉଛି। ଦକ୍ଷିଣ ଓଡିଶା (South Odisha) ବାସୀଙ୍କୁ ରାଜ୍ଯ ସରକାରଙ୍କ ସ୍ବତନ୍ତ୍ର ଭେଟି। ବ୍ରହ୍ମପୁର ଏମକେସିଜି ମେଡିକାଲ (Berhampur MKCG Medical) ରୋଗୀସେବା ସହ ଯୋଡିହେଲା ଆଉ ଏକ ସଞ୍ଜିବନୀ। 

Also Read: ଦୂର ହେବ ରୋଗୀଙ୍କ ସମସ୍ୟା; MKCG Medical ଠାରେ ନିର୍ମିତ ହେଉଛି Oxygen Tank

ମେଡିକାଲ କ୍ୟାମ୍ପସ ପରିସରେ ମେ ୨୦ ତାରିଖରୁ କାର୍ଯକ୍ଷମ ହେଲା ଓଡିଶାର ପ୍ରଥମ ଅକ୍ସିଜେନ ଷ୍ଟୋରେଜ ପ୍ଲାଣ୍ଟ (Oxygen Storage Plant)। ରୋଗୀଙ୍କ ଅକ୍ସିଜେନ ଅଭାବି ସମସ୍ୟା ଉପରେ ଗୁରୁବାର ଠାରୁ ପଡିବ ପୂର୍ଣ୍ଣଛେଦ। କୋରୋନା ମହାମାରୀ (Corona Pandemic) ଭଳି ସମୟରେ ରୋଗୀଙ୍କୁ ଅଧିକ ଅକ୍ସିଜେନ ଆବଶ୍ୟକତା ଦେଖିବାକୁ ମିଳୁଥିବା ବେଳେ ଦକ୍ଷିଣ ଓଡିଶାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ଅକ୍ସିଜେନ ଷ୍ଟୋରେଜ ପ୍ଲାଣ୍ଟ କାର୍ଯ୍ଯ ସମାପ୍ତ ହୋଇଥିବା ବେଳେ ଭିଡିଓ କନଫରେନ୍ସିଂ ମାଧ୍ଯମରେ ପ୍ଲାଣ୍ଟ ଶୁଭ ଉଦଘାଟନ କରି ଦକ୍ଷିଣ ଓଡ଼ିଶାବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ଯମନ୍ତ୍ରୀ (Chief minister) ନବୀନ ପଟ୍ଟନାୟକ (Naveen Patnaik)। 

ବର୍ଷ ବର୍ଷ ଧରି ସିଲିଣ୍ଡର ସେବାରୁ (Cyllinder) ଏଣିକି ଅନେକ ପରିମାଣରେ ଏମକେସିଜି ମେଡିକାଲକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କୁ ମୁକ୍ତି ମିଳିବା ସହ ଉତ୍ତମ ସେବା ପାଇପାରିବେ ବୋଲି ଜଣାପଡିଛି। କୋରୋନା ଭଳି ମହାମାରୀ ଦ୍ବିତୀୟ-ତୃତୀୟ ଲହର ସମୟରେ ଦକ୍ଷିଣ ଓଡିଶାବାସୀଙ୍କୁ ଆହୁରି ସତର୍କତା ଅବଲମ୍ବନ କରିବା ଲାଗି ମୁଖ୍ଯମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Also Read: ଭ୍ରାମ୍ଯମାଣ ଗାଡିରେ ସହରବାସୀଙ୍କୁ କୋରୋନା ଟିକାକରଣ ସେବା ଯୋଗାଇବ ବିଏମସି

ଦକ୍ଷିଣ ଓଡିଶାର ଏକ ମାତ୍ର ରେଫେରାଲ ମେଡିକାଲ (Referral Medical) ଭାବେ ଜଣା ଶୁଣା ଏହି ମେଡିକାଲରେ ଅକ୍ସିଜେନର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୭ ମସିହା ଠାରୁ ଅକ୍ସିଜେନ ଷ୍ଟୋରେଜ୍ ପ୍ଲାଣ୍ଟ (Oxygen Storage Plant) ସ୍ଥାପନ ଲାଗି ରଖା ଯାଇଥିବା ଲକ୍ଷ ଏବେ ପୂରଣ ହୋଇପାରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କା ବ୍ଯୟ ବରାଦରେ ଏହି ପ୍ଲାଣ୍ଟ ନିର୍ମାଣ କରାଯାଇଥିଲା। ଡେରାଡୁନରୁ (Dehradun) ଏହି ବିରଳ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କ ସ୍ଥାପନ କରାଯାଥିଲା।

ପଶ୍ଚିମବଙ୍ଗରୁ (West Bengal) ଆସିଥିବା ୧୦ ଜଣିଆ ବୈଷୟିକ ଟିମ ମେଡିକାଲରେ ପହଞ୍ଚି ଦୀର୍ଘ ୫ ଦିନର ଅକ୍ଲାନ୍ତ ପରିଶ୍ରମ ଭିତରେ କାମ ସାରିଛନ୍ତି। ମେଡିକାଲର ବିଭିନ୍ନ ସ୍ପେସିଆଲିଟ ୱାର୍ଡ (Specialty Ward) ସମେତ ୨ ଡେଡିକେଟ କୋଭିଡ୍ ମେଡିକାଲର ବେଡ ନିକଟକୁ ଅକ୍ସିଜେନ ପହଞ୍ଚିବା ଲାଗି ୯୦୦ ମିଟର ପାଇପ ବିଛାଯାଇଛି। ଅତି ସତର୍କତାର ସହ ଅକ୍ସିଜେନ ସପ୍ଲାଏ କରିବା ଲାଗି ଟେଷ୍ଟିଂ ଗୁରୁବାର କରାଯିବାକୁ ଲକ୍ଷ ରଖାଯାଇଛି। 

Also Read: Corona Pandemic: ଆର ପାର ଲଢେଇ ଜାରି ରଖିଛି Ganjam Police-Admin

କୋରୋନା ଭଳି ଜରୁରୀକାଳୀନ ପରିସ୍ଥିତିରେ ବ୍ରହ୍ମପୁର ଏମକେସିଜି ମେଡିକାଲ ଅଧିନସ୍ଥ ୨ ଡେଡିକେଟ କୋଭିଡ୍ ମେଡିକାଲକୁ (Dedicate Covid Medical) ଦୈନିକ ୧୬ ହଜାର ଲିଟର ଅକ୍ସିଜେନର ଆବଶ୍ୟକତା ରହୁଥିଲା ଯାହା ଫଳରେ ସିଲିଣ୍ଡର୍ ବ୍ଯବହାର କମିଯିବ ବୋଲି କହିଛନ୍ତି ଏମକେସିଜି ମେଡିକାଲ ସୁପରିଟେଣ୍ଡେଣ୍ଟ୍ ଡାକ୍ତର ସୁଶାନ୍ତ ମିଶ୍ର। ସେପଟେ ଦକ୍ଷିଣ ଓଡିଶାବାସୀଙ୍କୁ ସରକାର ଦେଇଥିବା ଏଭଳି ଉପହାରକୁ ପ୍ରସଂଶା କରିଛନ୍ତି ବୁଦ୍ଧିଜୀବୀ।