ଷ୍ଟୋରେଜ ପ୍ଲାଣ୍ଟ ଜରିଆରେ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ସିଧାସଳଖ ପାଇପ୍ ମାଧ୍ଯମରେ ଅକ୍ସିଜୋନ୍ ସେବା ପାଇପାରିବେ।
Trending Photos
ବ୍ରହ୍ମପୁର: ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଏଣିକି ରୋଗୀଙ୍କୁ ଅକ୍ସିଜେନ ଲାଗି ହଟହଟା ହେବାକୁ ପଡିବ ନାହିଁ। ଏହି ମେଡିକାଲ ପରିସରରେ ଅକ୍ସିଜେନ ରିଜର୍ଭ ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରୋଗୀଙ୍କ ବେଡ ନିକଟରେ ଉପଲବ୍ଧ ହେବ ଅକ୍ସିଜେନ ସୁବିଧା।
ଏଥିଲାଗି ୨୦ ହଜାର ଲିଟର ବିଶିଷ୍ଟ ଅକ୍ସିଜେନ ଟ୍ଯାଙ୍କ (Oxygen Tank) ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। କୋରୋନା ସଂକଟ ଭଳି ଜରୁରୀକାଳୀନ ସମୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ରୋଗୀଙ୍କ ସମସ୍ୟା ଅନେକାଂଶ ଦୂର ହେବ ବୋଲି ଅନୁମାନ କରାଯାଉଛି।
ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ଭାବେ (South Odisha Headquarter) ପରିଚିତ ବ୍ରହ୍ମପୁର ସହରରେ (Berhampur) ରହିଛନ୍ତି ମହାରାଜା କୃଷ୍ଣଚନ୍ଦ୍ର ଗଜପତି (Maharaja Krishna Chandra Gajapati) ଏମକେସିଜି ଚିକିତ୍ସାଳୟ (MKCG Medical)। ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି।
Also Read: ମେଡିକାଲରେ ଅଯଥା ଭିଡ ନଜମାଇବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ନିବେଦନ
କୋରୋନା ମହାମାରୀର ମୁକାବିଲା ପାଇଁ ଏଠାରେ ୨ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲର (Covid Hospital) ବ୍ଯବସ୍ଥା କରାଯାଇଛି। ଦକ୍ଷିଣ ଓଡିଶାର ଏକ ମାତ୍ର ରେଫେରାଲ ମେଡିକାଲ (Referral Medical) ଭାବେ ଜଣାଶୁଣା ଏହି ଚିକିତ୍ସାଳୟରେ ଅକ୍ସିଜେନର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୭ ମସିହାରୁ ଅକ୍ସିଜେନ ଷ୍ଟୋରେଜ୍ ପ୍ଲାଣ୍ଟ (Oxygen Storage Plant) ସ୍ଥାପନ ଲାଗି ରହିଥିବା ପ୍ରସ୍ତାବ ପାଇଁ ଏବେ ପଥ ପରିଷ୍କାର ହୋଇଯାଇଛି।
ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଏହାର କାର୍ଯ୍ୟ ଆରମ୍ଭ ହୋଇଛି। ସୁଦୂର ଡେରାଡୁନରୁ ଆସିଥିବା ଏହି ବିରଳ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କକୁ କ୍ରେନ ସାହାଯ୍ୟରେ ଅତି ସତର୍କତାର ସହ ସ୍ଥାପନ କରାଯାଇଛି। ରାଜ୍ୟର କଟକସ୍ଥିତ (Cuttack) ଏସସିବି ମେଡିକାଲ (SCB Medical) ସହ ବ୍ରହ୍ମପୁର ମେଡିକାଲ କଲେଜରେ ଏଭଳି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ଲାଗି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ପ୍ରଥମ ପ୍ଲାଣ୍ଟ ଭାବେ ଏମକେସିଜି ଚିକିତ୍ସାଳୟରୁ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ବୋଲି ଅନୁମାନ କରାଯାଉଛି।
Also Read: ଟେଲି ସେବା ମାଧ୍ୟମରେ ସେବା ଯୋଗାଇବ ଏମକେସିଜି ଡାକ୍ତରଖାନା
ଏମକେସିଜି ମେଡିକାଲ ପରିସରରେ ଆସନ୍ତା ୨ ସପ୍ତାହ ମଧ୍ୟରେ ଅକ୍ସିଜେନ ପ୍ଲାଣ୍ଟ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ ରଖାଯାଇଥିବା ବେଳେ ପଶ୍ଚିମବଙ୍ଗରୁ ୧୦ ଜଣିଆ ବୈଷୟିକ ଟିମ ମେଡିକାଲରେ ପହଞ୍ଚି କାମ ଆରମ୍ଭ କରିଛନ୍ତି। ମେଡିକାଲର ବିଭିନ୍ନ ସ୍ପେସାଲିଟ ୱାର୍ଡ ସମେତ ୨ ଡେଡିକେଟ କୋଭିଡ୍ ମେଡିକାଲ (Dedicate Covid Hospital) ବେଡ ନିକଟକୁ ଅକ୍ସିଜେନ ପହଞ୍ଚିବା ଲାଗି ୯ ଶହ ମିଟର ପାଇପ ବିଛାଯିବ।
ଅତି ସତର୍କତାର ସହ ଅକ୍ସିଜେନ ଯୋଗାଣ କରିବା ଲାଗି ପରୀକ୍ଷା କରାଯିବାକୁ ଲକ୍ଷ ରଖାଯାଇଛି। କୋରୋନା ଭଳି ଜରୁରୀକାଳୀନ ପରିସ୍ଥିତିରେ ବ୍ରହ୍ମପୁର ମେଡିକାଲ ଠାରେ ସ୍ଥାପିତ ହୋଇଥିବା ଦୁଇ କୋଭିଡ୍ ହସ୍ପିଟାଲକୁ ଦୈନିକ ୧୧ ଶହ ସିଲିଣ୍ଡରର ଆବଶ୍ୟକତା ରହିଥାଏ। ସେଥି ମଧ୍ୟରୁ ୪୭.୫ ଲିଟର ବିଶିଷ୍ଟ ୮ ଶହଟି ଏବଂ ୧୦ ଲିଟର ବିସିଷ୍ଟ ୩ ଶହଟି ସିଲିଣ୍ଡର ରହିଛି। ଏହି ପ୍ଲାଣ୍ଟ ସ୍ଥାପନ ହେବା ଦ୍ଵାରା ଏଠାରେ ନିୟୋଜିତ ସିଲିଣ୍ଡର ଅନ୍ୟ ମେଡିକାଲର ଆବଶ୍ୟକତାକୁ ପୂରଣ କରିବ।
Also Read: ଜିଲ୍ଲାରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ଦାବି
ଏଠାରେ ସ୍ଥାପିତ ହେଉଥିବା ପ୍ଲାଣ୍ଟ ଜରିଆରେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ ସମେତ ଦୁଇଟି କୋଭିଡ୍ ହସ୍ପିଟାଲ୍ ଠାରେ ଚିକିତ୍ସିତ ହେଉଥିବା ରୋଗୀ ସିଧାସଳଖ ପାଇପ୍ ମାଧ୍ଯମରେ ଅକ୍ସିଜୋନ୍ ସେବା ପାଇପାରିବେ। ଏହା ଦ୍ୱାରା ସିଲିଣ୍ଡର୍ ବ୍ଯବହାର କମିଯିବ ବୋଲି କହିଛନ୍ତି ଏମକେସିଜି ମେଡିକାଲ ସୁପରିଟେଣ୍ଡେଣ୍ଟ୍ ଡାକ୍ତର ସୁଶାନ୍ତ ମିଶ୍ର। ସେପଟେ ସରକାର ଦକ୍ଷିଣ ଓଡିଶାବାସୀଙ୍କୁ ଦେଇଥିବା ଉପହାରକୁ ପ୍ରସଂଶା କରିଛନ୍ତି ବୁଦ୍ଧିଜୀବୀ। ବାସ୍ତବରେ କୋରୋନା ଭଳି ଜରୁରୀକାଳୀନ ପରିସ୍ଥିତିରେ ବିଭିନ୍ନ ରାଜ୍ୟର ଲୋକେ ଅକ୍ସିଜେନକୁ ନେଇ ବହଳ ବିକଳ ହେଉଥିବା ବେଳେ ଓଡିଶା ସରକାରଙ୍କ ଏଭଳି ପଦକ୍ଷେପ ପ୍ରସଂଶା ଯୋଗ୍ୟ।