ବ୍ରହ୍ମପୁର: ବିଗତ ଦେଢ ବର୍ଷ ଧରି ଶ୍ରମିକଙ୍କ ଉପରେ ଦାଉ ସାଧିବାରେ ଲାଗିଛି ଅଦୃଶ୍ୟ କୋରୋନା ମହାମାରୀ। ଦୀର୍ଘ ଦିନ ଧରି ଜୀବିକା ହରାଇ ଘରେ ହାତରେ ହାତ ବାନ୍ଧି ବସିବା ପରେ ପୁଣି ଥରେ ଜୀବିକା ଅନ୍ୱେଷଣରେ ସୁରତ ଅଭିମୁଖେ ଦଳ ଦଳ ହୋଇ ବାହାରିଛନ୍ତି ପ୍ରବାସୀ ଓଡିଆ। କୋରୋନା ସଂକ୍ରମଣ କମିବା ପରେ ଗଞ୍ଜାମ ଜିଲ୍ଲାରେ ଅନଲକ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ବିପଦକୁ ଖାତିର ନକରି ଶହ ଶହ ସହ ଶ୍ରମିକ କାମ ଅନ୍ୱେଷଣରେ ବାହାର ରାଜ୍ୟ ମୁହାଁ ହେଲେଣି।


COMMERCIAL BREAK
SCROLL TO CONTINUE READING

ପ୍ରବାସୀ ଓଡି଼ଆ ଶ୍ରମିକ (Migrant Odia Worker) ସୁରତ (Surat) ଅଭିମୁଖେ ବାହାରି ଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେସନ (Berhampur Railway Station) ଠାରେ ନାହିଁ ନଥିବା ଭିଡ ଜମୁଛି। ଏପରିକି ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ସୁରଥ ଯାତ୍ରା ପାଇଁ ଟିକେଟ ବୁକ୍ ହୋଇସାରିଛି। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ନିୟମାବଳୀ ମୁତାବକ ସପ୍ତାହରେ ୫ ଦିନ ସୁରତ ଅଭିମୁଖେ ଦୁଇଟି ଟ୍ରେନ ଚଳାଚଳ କରୁଛି। ପୁରୀ-ଅହମଦାବାଦ ମଙ୍ଗଳବାର, ଗୁରୁବାର,ଶୁକ୍ରବାର, ଶନିବାର ଯାତାୟତ କରୁଥିବା ବେଳେ ଗାନ୍ଧୀ ମାର୍ଗ ଶନିବାର ଏବଂ ରବିବାର ଚଳାଚଳ କରୁଛି। 


Also  Read: Corona Alert: ଫେରୁଛନ୍ତି ଦାଦନ, ସତର୍କ ହୋଉଠିଲା ପ୍ରଶାସନ


ସେପଟେ ପ୍ରବାସୀ ଶ୍ରମିକଙ୍କ ଗସ୍ତକୁ ଦେଖିବା ପରେ ଦଲାଲ ସକ୍ରିୟ ହୋଇ ଉଠିଥିବା ବେଳେ ଏବେ କଳାବଜାରୀ (Black Market) ଆରମ୍ଭ ହୋଇଗଲାଣି। ଦାଦନଙ୍କୁ ଶୋଷଣ କରିବା ଲାଗି ସକ୍ରିୟ ହେଲଣୀ ଦଲାଲ। ଗଞ୍ଜାମ (Ganjam) ଜିଲ୍ଲାରେ ବେଧଡକ ଭାବେ ବ୍ଲାକ ହେଉଛି ତତ୍କାଳ ଟିକଟ (Black Tatkal Train Ticket)। କୋରୋନା ଯୋଗୁ ଜୀବିକା ହରାଇଥିବା ପ୍ରବାସୀ ଶ୍ରମିକ ନିଜ ଗାଁ ଗଣ୍ଡାରେ କୌଣସି କାମଧନ୍ଦା ନପାଇ ଏବେ ପୁଣି ଥରେ ସୁରଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। 


ଦୈନିକ ଜିଲ୍ଲାର ହଜାର ହଜାର ଶ୍ରମିକ ଏବେ ଯାତ୍ରା ଆରମ୍ଭ କରିଥିବା ବେଳେ ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି ବ୍ରହ୍ମପୁର ରେଳ ଷ୍ଟେସନ। ଭୋକ ବିକଳରେ ଜୀବନ ବଞ୍ଚାଇ ଭିଟା ମାଟିକୁ ଫେରିଥିବା ଶ୍ରମିକଙ୍କୁ ରାଜ୍ୟ ସରକାର କାମଧନ୍ଦା ଯୋଗାଇ ଦେବା ପାଇଁ ଦେବା ପାଇଁ ଦେଇଥିବା ପ୍ରତିଶୃତି ଏବେ ପ୍ରତାରଣା ପାଲଟିଥିବା ବେଳେ ବାଧ୍ଯ ହୋଇ ପରିବାର ପ୍ରତିପୋଷଣ ସକାଶେ ଘରୁ ଗୋଡ କାଡିଥିବା କହିଛନ୍ତି ଶ୍ରମିକ।


Also Read: ଭିଟାମାଟି ମୁହାଁ ପ୍ରବାସୀ ଓଡିଆ; ଆତଙ୍କିତ ଜନତା, ବେଫିକର ପ୍ରଶାସନ


ହେଲେ ଦାଦନ ଶ୍ରମିକଙ୍କ ଭିଡକୁ ଦୃଷ୍ଟିରେ ରଖି ଦଲାଲ ସକ୍ରିୟ ହୋଇ ଉଠିଥିବା ବେଳେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଟିକଟ ଉପଲବ୍ଧ ନଥିବା ଜଣାପଡିଛି। ଏପରିକି ବ୍ରହ୍ମପୁର ସହରର କିଛି ଏଜେଣ୍ଟ ଦାଦନଙ୍କୁ ଶୋଷଣ କରିବା ଲାଗି ବିଭିନ୍ନ ଗ୍ରାମରେ ଦଲାଲଙ୍କ ସାହାରାରେ ତତ୍କାଳ ଟିକଟ କଳା ବଜାରୀ (Tatkal Ticket Black Market) କରୁଥିବା ଅଭିଯୋଗ ଆସୁଛି। ଏହା ଉପରେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।