ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ଯାନ ଏପରିକି ପ୍ରବାସୀଙ୍କ ବସ ଉପରେ ଟିକିନିଖି କାଗଜପତ୍ର ଯାଞ୍ଚ କରାଯାଉଛି।
Trending Photos
ବ୍ରହ୍ମପୁର: କୋରୋନା ମହାମାରୀ ସାରା ରାଜ୍ୟକୁ କବଳିତ କରିବାକୁ ବସିଥିବା ବେଳେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସଂକ୍ରମଣର ଚେନକୁ ଭାଙ୍ଗିବା ଲାଗି ମେ ୫ ତାରିଖ ବୁଧବାର ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧୪ ଦିନିଆ ସର୍ତ୍ତମୂଳକ ଲକଡାଉନ ଲାଗୁ କରିବା ସହ ବାହାର ରାଜ୍ୟ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି।
ମୁଖତଃ ଆନ୍ଧ୍ର ପ୍ରଦେଶ (Andhra pradesh) ଏବଂ କେରଳ (Kerala) ଭଳି ରାଜ୍ୟରେ ଏବେ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଥିବା ବେଳେ ଦକ୍ଷିଣ ଓଡିଶାର ୬ଟି ଜିଲ୍ଲାର (South Odisha District) ସୀମାନ୍ତକୁ ସିଲ କରିବା ସହ ପ୍ରବାସୀଙ୍କ ଉପରେ କଡା ନଜର ରଖିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଏଭଳି ପରିସ୍ଥିତିରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପୋଲିସ ଆଉ ପ୍ରଶାସନ କେତେ ଦୂର ସଜାଗ ରହିଛନ୍ତି ଗ୍ରାଉଣ୍ଡଜିରୋରୁ ତାହାର ସ୍ଥିତି ପରଖିଥିଲା ଆମ କ୍ୟାମେରା ଟିମ।
Also Read: Corona Alert: କୋରୋନା ମହମାରୀକୁ ରୋକିବାକୁ ଅଣ୍ଟାଭିଡିଲେ ରେଶମ ନଗରୀ ବାସିନ୍ଦା
ଆନ୍ଧ୍ର-ଓଡିଶା ସୀମାନ୍ତ (Andhra-Odisha Border) ଠାରେ ରହିଛି ଗିରିସୋଲା ଚେକ ପୋଷ୍ଟ (Girisola Check Post)। ଆନ୍ଧ୍ର ପ୍ରଦେଶ ଏବଂ କେରଳ ଫେରନ୍ତାଙ୍କ ଉପରେ ନଜର ରଖିବା ଲାଗି ଏଠାରେ ସୀମାକୁ ନାକାବନ୍ଦୀ କରିଛି ପୋଲିସ। ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ଯାନ ଏପରିକି ପ୍ରବାସୀଙ୍କ ବସ ଉପରେ ଟିକିନିଖି କାଗଜପତ୍ର ଯାଞ୍ଚ କରାଯାଉଛି। ହେଲେ ସବୁ ଯେମିତି ପ୍ରହସନ। ଏହି ଦୁଇ ରାଜ୍ୟରୁ ଆସୁଥିବା ଶହ ଶହ ଗାଡି ଓଡିଶା ସୀମାନ୍ତରେ ଦାଦନଙ୍କୁ ଛାଡି ଚାଲି ଯାଉଥିବା ବେଳେ ସେମାନେ ଯେନତେନ ପ୍ରକାରେ ଘରମୁହାଁ ହେଉଥିବା ଦେଖିବାକୁ ମିଳିଛି।
Also Read: ବଢୁଛି କୋରାନା ସଂକ୍ରମଣ ମାମଲା, ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର
ଚଳିତ ମାସ ୫ ତାରିଖ ବୁଧବାର ଠାରୁ ରାଜ୍ୟରେ ଲକଡାଉନ (Lockdown) ଆରମ୍ଭ ହୋଇଯାଇଥିବା ବେଳେ ମାଇଲ ମାଇଲ ବାଟ ଉଦୁଉଦିଆ ଖରାରେ କିଛି ପ୍ରବାସୀ ଚାଲି ଚାଲି ଯାଉଥିବା ନଜରକୁ ଆସିଥିବା ବେଲେ କିଛି ଦାଦନ ମାଲ ବୁହା ଗାଡିରେ ଜୀବନକୁ ବାଜି ଲଗାଇ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା। ହେଲେ ଚେକପୋଷ୍ଟ ଠାରେ ନାଁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ (Contact Tracing) କରାଯାଉଛି ନା ପ୍ରବାସୀ ଭାବେ ଚିହ୍ନଟ କରାଯାଉଛି। ଯାହା ଫଳରେ ପୁଣିଥରେ ମହାବିପତ୍ତି ମାଡି ଆସିବାର ଢେର ସମ୍ଭାବନା ରହିଛି।
Also Read: ଭିଟାମାଟି ମୁହାଁ ପ୍ରବାସୀ ଓଡିଆ; ଆତଙ୍କିତ ଜନତା, ବେଫିକର ପ୍ରଶାସନ
କେରଳ-ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ କୋରୋନା ମହାମାରୀର (Corona Pandemic) ସ୍ଥିତି ବେଶ ଗମ୍ଭୀର ରହିଥିବା ବେଳେ ସେଠାରେ ଲକ ଡାଉନ ଅଥବା ସଟ ଡାଉନ ଲାଗୁ ହେବା ଭଳି ସ୍ଥିତି ହୋଇଗଲାଣି। ଯାହାର ପ୍ରଭାବ ରାଜ୍ୟ ଉପରେ ପଡିବାର ଆଗୁଆ ଅନୁମାନ କରିଛନ୍ତି ସରକାର। ଏହାକୁ ନଜରରେ ରଖି ଦକ୍ଷିଣ ଓଡିଶାରେ ଅବସ୍ଥିତ ଗଞ୍ଜାମ,ଗଜପତି,ରାୟଗଡା,ନବରଙ୍ଗପୁର, କୋରାପୁଟ, ମାଲକାନଗିରି ପ୍ରଭୃତି ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତା ଜାରି କରିବା ପ୍ରତ୍ୟେକ ସୀମାକୁ ସିଲ (Border Seal) କରିବା ଲାଗି ନିର୍ଦେଶ ଦିଆଯାଇଛି।
Also Read: ଶୋଇଥିଲା ପ୍ରଶାସନ; ପଶିଗଲା କୋରୋନା
ହେଲେ ମୁଖ୍ୟତଃ କେତୋଟି ପ୍ରବେଶ ପଥକୁ ବାଦ ଦେଲେ ଅନେକ ଗଳାବାଟ ମୁକୁଳା ରହିଛି। ଯାହାର ସୁଯୋଗ ନେଉଛନ୍ତି ପଡୋଶୀ। ଭୋକ ବିକଳରେ ଜୀବିକା ହରାଇବା ପରେ ଦାଦନ ନିଜ ଭିଟାମାଟିକୁ ଫେରିବାକୁ ସରକାରଙ୍କ ସହାୟତା ଲୋଡିଛନ୍ତି। ସମସ୍ତ ନୀତି ନିୟମକୁ ପାଳି ଦାଦନ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ସ୍ଥିର କରିଥିବା ବେଳେ ଗାଁକୁ ଫେରିବା ଲାଗି ପ୍ରଶାସନର ସହଯୋଗ ଲୋଡିଛନ୍ତି ସେମାନେ।