ଭୁବନେଶ୍ବର: ସଅଳ ନୁହେଁ ବିଳମ୍ବେ ଆସିବ ମୌସୁମୀ। ସଦ୍ୟତମ ପାଣିପାଗ ସଙ୍କେତ ମୁତାବକ ଚଳିତ ବର୍ଷ ଜୁନ୍ ୧ ତାରିଖ ପର ଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପରେ ସକ୍ରିୟ ହେବା ସହିତ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସେଠାରେ ଆସନ୍ତା ମାସ ପହିଲାରୁ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆସନ୍ତା ୩ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ।


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ଜୁନ୍ ୧ ପହିଲାରେ କେରଳ ଛୁଇଁବା ନେଇ ପାଗ ଅନୂକୁଳ ଥିବା ବେଳେ ସାମାନ୍ୟ ବିଳମ୍ବ ହୋଇଛି। ଜୁନ ୩ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ (South-West Monsoon) ବାୟୁ କେରଳ ଛୁଇଁବା ନେଇ ଜଣାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Meteorological Center)। ଏହାସହ ପୂର୍ବ ଉତ୍ତର ପ୍ରଦେଶର (Eastern Uttar Pradesh) ଦକ୍ଷିଣ ଭାଗରେ ଏକ ଘୂର୍ଣ୍ଣୀବଳୟ (Hurricane) ସକ୍ରିୟ ରହିଥିବା ବେଳେ ଆଉ ଏକ ଟ୍ରଫ୍ ଲାଇନ (Trough Line) ମଧ୍ୟ ଲମ୍ବିଛି। 


Also Read: ଆଣ୍ଡାମାନ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ; ବାତ୍ୟାକୁ ନେଇ ସତର୍କତା ଜାରି


ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ (Thunderstorm) ପ୍ରଭାବରେ ବର୍ଷା (Rain) ପବନ (Wind) ସହିତ ବଜ୍ରପାତ (Lightning) ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ଭଦ୍ରକ, ନବରଙ୍ଗପୁର ଆଦି ୧୫ ଜିଲ୍ଲାରେ ବର୍ଷା ବଜ୍ରପାତ ସହ ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି।


Also Read: June ପହିଲାରେ Kerala ଛୁଇଁବ Monsoon,ରାଜ୍ୟରେ କେବେ?


ଆସନ୍ତାକାଲି ମଧ୍ୟ ୧୩ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ।