ଆଣ୍ଡାମାନ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ; ବାତ୍ୟାକୁ ନେଇ ସତର୍କତା ଜାରି
Advertisement
Article Detail0/zeeodisha/odisha905333

ଆଣ୍ଡାମାନ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ; ବାତ୍ୟାକୁ ନେଇ ସତର୍କତା ଜାରି

ବାତ୍ୟାର ଗତିବିଧି, ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ ଆଉ ଏହାର ତୀବ୍ରତା କେତେ ରହିବ ତାହାର ଚିତ୍ର ଅସ୍ପଷ୍ଟ ରହିଛି। 

ଆଣ୍ଡାମାନ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ; ବାତ୍ୟାକୁ ନେଇ ସତର୍କତା ଜାରି

ଭୁବନେଶ୍ବର: ଘନୀଭୂତ ହେବା ପରେ ଶନିବାର ଲଘୁଚାପ ବଳୟରେ ପରିବର୍ତ୍ତିତ ହୋଇଛି ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ଏହା ସହିତ ଆଣ୍ଡାମାନ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଣ୍ଡାମାନ ସାଗର ସହ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ହୋଇଛି ମୌସୁମୀ ବାୟୁ। ମେ ୨୧ ଶୁକ୍ରବାର ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଶନିବାର ଲଘୁଚାପ ରୂପ ନେବାର ରହିଛି।

ଯାହା କ୍ରମେ ସାମୁଦ୍ରିକ ଝଡର ରୂପ ନେବ। ପାଣିପାଗ ବିଶେଷଜ୍ଞଙ୍କ ମତରେ ମୌସୁମୀ ବାୟୁ ଏହି ବାତ୍ୟାକୁ ବଳ ଯୋଗାଇବାରେ ସହାୟକ ହେବ। ସେପଟେ ଏନେଇ ହୋଇଥିବା ଆକଳନ ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ଭାବ୍ୟା ବାତ୍ୟାର ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Also Read: Yaas Alert: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି

ଗତ ଶୁକ୍ରବାର ଦକ୍ଷିଣ ପଶ୍ଚିମ ମୌସୁମୀ (South West Monsoon) ବାୟୁ ଆଣ୍ଡାମାନ (Andaman) ଛୁଇଁବା ପରେ ବଙ୍ଗୋପସାଗରର (Bay Of bengal) କିଛି ଅଞ୍ଚଳରେ ସକ୍ରିୟ ହୋଇଛି। ଯାହାର ପ୍ରଭାବରେ ଦକ୍ଷିଣ ପୂର୍ବ ଏବଂ ଏହାର ସନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଠାରେ ଏକ ଘୂର୍ଣ୍ଣୀବଳୟ (Cyclonic Storm) ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୨ ତାରିଖ ଶନିବାର ସୁଦ୍ଧା ଏକ ଲଘୁଚାପ ବଳୟରେ (Low Pressure Area) ପରିଣତ ହେବ। 

କ୍ରମେ ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ୨୪ ତାରିଖ ସୋମବାର ବେଳକୁ ବାତ୍ୟାର ରୂପ ନେବ। ଏହାପରେ ଆହୁରି ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗର ତଥା ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ (Odisha-West Bengal Coast) ଆସନ୍ତା ୨୬ ତାରିଖ ବୁଧବାର ସୁଦ୍ଧା ପହଞ୍ଚିବ। ଏହାର ପ୍ରଭାବରେ ରାଜ୍ୟରେ ୨୫ ତାରିଖ ମଙ୍ଗଳବାର ଠାରୁ ପାଣିପାଗ ବଦଳିବା ସହ ଉପକୂଳ ଓଡିଶାରେ (Coastal Odisha) ବର୍ଷା ହେବ। 

Also Read: ମହାମାରୀରେ ମହାବିପତ୍ତି; ଆସୁଛି 'Yaas'

ଯଦିଓ ବାତ୍ୟାର ଗତିବିଧି ଏବଂ ଏହା କେଉଁଠି ସ୍ଥଳଭାଗ ଛୁଇଁବ ଆଉ ଏହାରା ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହୋଇନାହିଁ। ହେଲେ ଏହି ବାତ୍ୟାକୁ ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବଳ ଗୋଟାଇବାରେ ସାହାଯ୍ୟ କରିବ ବୋଲି ପାଣିପାଗ ବିଶେଷଜ୍ଞ (Weather Expert) କହିଛନ୍ତି ।

ସେପଟେ ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (India Meteorological Department-IMD) ପକ୍ଷରୁ ଆୟୋଜିତ ଏକ ଜାତୀୟସ୍ତରର ବୈଠକରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ-ଏନଡ଼ିଏମଏ (National Disaster Management Authority-NDMA) ବିଭିନ୍ନ ରାଜ୍ୟ ସହ ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଲୋଚନା କରିଛନ୍ତି। ବାତ୍ୟା ଆଶ୍ରୟସ୍ଥଳକୁ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଗଚ୍ଛିତ ରଖିବା ଦିଗରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।

Also Read: Cyclone ‘Yaas': ଶନିବାର ନେବ ଝଡ଼ର ରୂପ, ମୁକାବିଲ ପାଇଁ Indian Navy-Coast Guard

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଅଗ୍ନିଶମ ବିଭାଗ (Fire Brigade Department), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ (National Disaster Response Force-NDRF), ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବଳ-ଓଡ୍ରାଫ୍ (Odisha Disaster Rapid Action Force-ODRAF) ଦଳକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଛି।  

Also Read: Odisha ଉପରୁ ଟଳିଲା ବିପଦ, West Bengal ଠାରେ ସ୍ଥଳଭାଗ ଛୁଇଁ ପାରେ "Cyclone Yaas"!

ବାତ୍ୟା ସମୟରେ କୌଣସି ଲୋକ ଯେଭଳି କଚ୍ଚା ଘରେ ରହିବେ ନାହିଁ ସେଥିପାଇଁ ପଦକ୍ଷେପ ନିଆଯାଇଛି। ସମୁଦ୍ରକୁ ନଯିବା ପାଇଁ ଗତକାଲି ଠାରୁ ମତ୍ସ୍ୟଜୀବିଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି ହୋଇସାରଛି। ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଛି।ନିଜର ବିଭାଗୀୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ହାଇମାକ୍ସ ଲାଇଟକୁ ତଳକୁ ଖସାଯିବାକୁ କୁହାଯାଇଛି। ସେପଟେ ଖରାଦିନିଆ ବାତ୍ୟାକୁ ନେଇ ପ୍ରସ୍ତୁତ ଆରମ୍ଭ ହୋଇଥିବା କହିଛନ୍ତି ଜଳସମ୍ପଦ ଯନ୍ତ୍ରୀ। ବାତ୍ୟା ପରେ ବନ୍ୟା ପାଇଁ ୩ଟି କଣ୍ଟ୍ରୋଲ ରୁମ କରାଯାଇଛି। ଏଥିପାଇଁ ଏକ ଟେଲିଫୋନ ନମ୍ବର ଦିଆଯିବ। ଦୁର୍ବଳ ନଦୀବନ୍ଧକୁ ଚିହ୍ନଟ କରାଯାଇଥିବା ଯନ୍ତ୍ରୀ କହିଛନ୍ତି। 

Also Read: IMD Weather Alert: 'Tauktae' ପରେ ଆସୁଛି 'Yaas'

ଆସନ୍ତା ୨୬ ତାରିଖ ବେଳକୁ ବାତ୍ୟା ସ୍ଥଳ ଭାଗମୁହାଁ ହୋଇ ଉତ୍ତର ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳ ଅତିକ୍ରମେ ପଶ୍ଚିମବଙ୍ଗ-ବାଂଲାଦେ ସୀମାନ୍ତାରେ ସୁନ୍ଦରବନ ନିକଟସ୍ଥ କୌଣସି ସ୍ଥାନରେରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଇଏମଡି।