ଭୁବନେଶ୍ୱର: ପରୀକୁ ନ୍ୟୟ ଦେବାକୁ ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ସେ ଏଥିପାଇଁ ଏକ ପଦଯାତ୍ରା କରି ଗୁରୁବାର ନୟାଗଡର ଯଦୁପୁର ଗାଁ ପହଞ୍ଚିଛି। କିନ୍ତୁ ଏହା ଏବେ ପଦଯାତ୍ରା ବନାମ ଜଣ ସମ୍ପର୍କ ଯାତ୍ରାର ରୂପ ନେଇଛି। ରାଜ୍ୟ ବଜେପିର ତୁଙ୍ଗ ନେତା ପରୀ ପାଇଁ ନୟାଗଡରେ ପଦଯାତ୍ରା କରୁଥିବା ବେଳେ ଭୁବନେଶ୍ୱର ସାଂସଦ ତଥା ବଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଜନସମ୍ପର୍କ ଯାତ୍ରା କରି ହଟହଟା ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଅପରାଜିତା ଷଡଙ୍ଗୀ (Aparajita Sarangi) ଙ୍କର ଏଭଳି ଭିନ୍ନ ଗୋଠର ଗାଈ ନୀତିକୁ ତୃଣମୂଳ ସ୍ତରର ବଜେପି (BJP) କର୍ମୀ ଜୋରଦାର ବିରୋଧ କରିଛନ୍ତି। ଭୁବନେଶ୍ୱର (Bhubaneswar) ଭରତପୁର ଠାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜୋରଦାର ବିରୋଧ କରାଯାଇଛି। ଅପରାଜିତାଙ୍କ ଜନସମ୍ପର୍କ ଯାତ୍ରା ସମୟରେ ଅନ୍ୟ କେହି ନୁହେଁ ଭରତପୁର (Bharatapur) ମଣ୍ଡଳ ବିଜେପି ବିରୋଧ ପ୍ରଦର୍ଶନ କରିଛି।


Also Read: ଆସନ୍ତାମାସରୁ ବିଧାୟକଙ୍କ ଭବ୍ୟ କୋଠା ନିର୍ମାଣ! ଜାଣନ୍ତୁ ଏହାର ବିଶେଷତ୍ୱ


ସାଂସଦ ଅପରାଜିତାଙ୍କୁ କଳା ପତାକା ଦେଖାଇ ଫେରିଯିବା ପାଇଁ ଭରତପୁର ମଣ୍ଡଳ ବିଜେପି କର୍ମୀ ନାରା ଦେଇଛନ୍ତି। ନିର୍ବାଚନ ସରିବା ପରେ ଥରେ ବି ସେ ଭରତପୁର ଆସିନଥିବା ଅଭିଯୋଗ କରାଯାଇଛି। ଭରତପୁର ପାଇଁ ସେ କାମ କରିଛନ୍ତି ବୋଲି ବିରୋଧକାରୀମାନେ ପ୍ରଶ୍ନ କରିଛନ୍ତି। ଆଗକୁ ପୌର ନିର୍ବାଚନ (urban election) ଥିବାରୁ ହାତ ହଲାଇ ସାଂସଦ ଆସିଥିବାକୁ ଭରତପୁର ମଣ୍ଡଳ ବିଜେପି ଉପସଭାପତି ସୁରେଶ ସାହୁ ନିନ୍ଦା କରିଛନ୍ତି। ସେହିପରି ପରୀ (Pari Murder Case) ପ୍ରସଙ୍ଗକୁ ନେଇ ସମସ୍ତ ବିଜେପି ନେତା ଏକାଠି ହୋଇଥିବା ବେଳେ ଠିକ ଏହି ସମୟରେ କାହିଁକି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନ ସମ୍ପର୍କ ଯାତ୍ରା କରୁଛନ୍ତି? ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।