ଆସନ୍ତାମାସରୁ ବିଧାୟକଙ୍କ ଭବ୍ୟ କୋଠା ନିର୍ମାଣ! ଜାଣନ୍ତୁ ଏହାର ବିଶେଷତ୍ୱ
Advertisement
Article Detail0/zeeodisha/odisha812565

ଆସନ୍ତାମାସରୁ ବିଧାୟକଙ୍କ ଭବ୍ୟ କୋଠା ନିର୍ମାଣ! ଜାଣନ୍ତୁ ଏହାର ବିଶେଷତ୍ୱ

ଖୁବଶୀଘ୍ର ଅଧୁରା କାର୍ଯ୍ଯ ଆରମ୍ଭ ହେବ। ଏଥିପାଇଁ ବାଚସ୍ପତି ଅର୍ଥ ବିଭାଗ ସହ କଥା ହୋଇ ସାରିଛନ୍ତି।

ଆସନ୍ତାମାସରୁ ବିଧାୟକଙ୍କ ଭବ୍ୟ କୋଠା ନିର୍ମାଣ! ଜାଣନ୍ତୁ ଏହାର ବିଶେଷତ୍ୱ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବିଧାୟକଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବହୁ ପ୍ରତିକ୍ଷିତ ୧୧ ମହଲା ବହୁତଳୀୟ ବିଲଡିଂ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଆସନ୍ତା ୧୫ ରୁ ୨୦ ଦିନ ମଧ୍ଯରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଅର୍ଥ ବିଭାଗ ସହ ଆଲୋଚନା ଶେଷ ହୋଇଥିବାବେଳେ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ତେବେ ଆସନ୍ତା ୨ ବର୍ଷ ମଧ୍ଯରେ ଏହାର କାମ ସାରିବାକୁ ଯୋଜନା ରହିଛି। 

ଓଡିଶା ବିଧାନସଭା (Odisha Assembly) କୁ ବିଶ୍ବସ୍ତରୀୟ କରିବା ପାଇଁ ସମସ୍ତ କାର୍ଯ୍ଯ ଜୋରସୋରରେ ଚାଲିଛି। ବିଧାନସଭାର ସମସ୍ତ ବ୍ଯବସ୍ଥା ଡିଜିଟାଲ (Digital) ମାଧ୍ଯମରେ କରିବା ପାଇଁ ସମସ୍ତ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି। କୋରୋନା ଯୋଗୁ ବିଧାୟକଙ୍କ କ୍ବାର୍ଟର (Odisha MLA quarter) ଭଙ୍ଗା କାର୍ଯ୍ଯ ଅଧା ରହିଛି। ଖୁବଶୀଘ୍ର ପୁଣି ସେହି ଅଧୁରା କାର୍ଯ୍ଯ ଆରମ୍ଭ ହେବ। ଏଥିପାଇଁ ବାଚସ୍ପତି ଅର୍ଥ ବିଭାଗ ସହ କଥା ହୋଇ ସାରିଛନ୍ତି। ବହୁତ ଜଲଦି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର (Suryanarayan Patra)କହିଛନ୍ତି। 

Also Read:   ବିଧାୟକ ଶିଖିବେ ନୌସେନାର ଯୁଦ୍ଧ କୌଶଳ

ବିଧାନସଭା ପରିସରରେ ୧୦୦ ଜଣ ଗୋଟିଏ ସ୍ଥାନରେ ବସି ସିଧାସଳଖ ଦେଶ ଏବଂ ବିଶ୍ବର କୌଣସି ବ୍ୟକ୍ତି ସହିତ କନଫରେନସ ଏବଂ ଡିବେଟ ଆଦି କରିବା ଭଳି ବ୍ଯବସ୍ଥାକୁ ବିକଶିତ କରାଯିବ। ଏଥିପାଇଁ ଅନୁମତି ମଗାଯାଇଥିବାବେଳେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ନେଭା ଯୋଜନା ମାଧ୍ଯମରେ ପ୍ରଥମ ପର୍ଯ୍ଯାୟ ଇନଷ୍ଟାଲମେଣ୍ଟ ଅର୍ଥ ମିଳିସାରିଥିବାବେଳେ ରାଜ୍ଯ ସରକାରଙ୍କ ପକ୍ଷରୁ ୪୦ ପ୍ରତିଶତ ଅର୍ଥ ମଧ୍ଯ ମିଳିଛି। ସେଥିପାଇଁ ଗୃହକୁ ସମ୍ପୂର୍ଣ୍ଣ ୱାଇଫାଇ କରାଯିବା ସହ ତିନୋଟି ଭିଡିଓ କନଫରେନସ ହଲ କରାଯାଇଛି।

ଏଥିସହିତ ବିଧାନସଭାରେ ଏୟାରପୋର୍ଟ ଭଳି ପାର୍କିଙ୍ଗ ହେବା ସହ ସ୍ବତନ୍ତ୍ର ଫାୟାର ଫାଇଟିଂ ବ୍ଯବସ୍ଥା କରାଯିବ। ଏପରିକି ପୂର୍ବତନ ମୁଖ୍ଯମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ଏବଂ ବିଜୁ ପଟ୍ଟନାୟକଙ୍କ ବିଧାନସଭାରେ କାର୍ଯ୍ଯକଳାପ ଏବଂ ପ୍ରଶ୍ନୋତ୍ତର କାର୍ଯ୍ଯକ୍ରମ ଆଦି ଗୋଟିଏ ଫିଙ୍ଗରପ୍ରିଣ୍ଟରେ ମିଳିପାରିବ। ମାସେ ଭିତରେ ସମସ୍ତ କାର୍ଯ୍ଯ ଶେଷ ହେବ ବୋଲି ବାଚସ୍ପତି କହିଛନ୍ତି।