ଲିଭିଗଲା ଜ୍ୟୋତିପ୍ରକାଶଙ୍କ ଜୀବନ ଜ୍ୟୋତି, ୪ ଲକ୍ଷରେ ଲୁଚିବ ଦୋଷ-ତ୍ରୁଟି!
ପଞ୍ଚସଖା ନଗର ପାଖ ଡ୍ରେନର ଏକ ବୁଦାମୂଳରୁ ୧୫ ବର୍ଷୀୟ ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀର ୩୫ ଜଣିଆ ପ୍ରାୟ ୧୯ ଘଣ୍ଟା ସର୍ଚ୍ଚ ଅପରେସନ କରି ମୃତଦେହର ସନ୍ଧାନ ପାଇଥିଲା।
ଭୁବନେଶ୍ୱର: ଦୀର୍ଘ ୧୯ ଘଣ୍ଟାର ଅପରେସନ୍ ପରେ ଡ୍ରେନରୁ ମିଳିଲା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ ରାଜାଙ୍କ ମୃତଦେହ। ପଞ୍ଚସଖା ନଗର ପାଖ ଡ୍ରେନରୁ ମୃତଦେହ ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟମର୍ମ ପାଇଁ ପଠାଯାଇଛି। ରବିବାର ଟ୍ୟୁସନରୁ ଫେରିବା ବେଳେ ମୁକୁଳା ନାଳରେ ପଡି ରାଜା ନିଖୋଜ ହୋଇଯାଇଥିଲେ।
ପଞ୍ଚସଖା ନଗର ପାଖ ଡ୍ରେନର ଏକ ବୁଦାମୂଳରୁ ୧୫ ବର୍ଷୀୟ ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ (Fire Service) ର ୩୫ ଜଣିଆ ପ୍ରାୟ ୧୯ ଘଣ୍ଟା ସର୍ଚ୍ଚ ଅପରେସନ କରି ମୃତଦେହର ସନ୍ଧାନ ପାଇଥିଲା। ଉଦ୍ଧାର ପରେ ମୃତଦେହକୁ ଏମ୍ହକୁ ପଠାଯାଇଛି। ସେପଟେ ମୁକୁଳା ଡ୍ରେନକୁ ନେଇ ଭୁବନେଶ୍ୱରବାସୀ ବିଏମସି ଉପରେ କ୍ଷଭୋ ପ୍ରକାଶ କରିଛନ୍ତି।
ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ମିଳିବ ୪ଲକ୍ଷ ଟଙ୍କାର ସହାୟତା। ରିଲିଫ୍ କୋଡ୍ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ସେପଟେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିଏମସି ଅଫିସ୍ ଘେରାଉ କରାଯାଇଛି। ନାଳରେ ଭାସିଯାଇ ଛାତ୍ର ମୃତ୍ୟୁ ପାଇଁ ବିଏମସି ଅବହେଳାକୁ ଦାୟୀ ବୋଲି ବିଜେପି ଅଭିଯୋଗ ଆଣିଛି।
Also Read: ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡାକଡି କଲା ବିଏମସି; ଆଇନ ଉଂଲଘନ ହେଲେ ଗଣିବେ ଜରିମାନା
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାଜଧାନୀ (Bhubaneswar) ର ମୁକୁଳା ଡ୍ରେନ ପାଇଁ ଗତ ୬ ବର୍ଷରେ ୬ ଜୀବନ ଗଲାଣି। ୨୦୨୧ରେ ୧୫ ବର୍ଷର ଛାତ୍ର ଜ୍ୟୋତିପ୍ରକାଶ ବେହେରା, ଶିରିପୁର ଶତାବ୍ଦିନଗର ବ୍ୟାଙ୍କ କଲୋନୀ ଅଂଚଳରେ ନାଳରେ ଭାସି ଗଲେ। ଗତବର୍ଷ ସାଲିଆସାହି ଏକାମ୍ରଭିଲ୍ଲା ଛକର ମୁକୁଳା ଡ୍ରେନ (Open Drain) ରେ ଭାସିଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା।
ସେହିପରି ୨୦୧୮ ଅଗଷ୍ଟରେ ୟୁନିଟ-୪ ପିଚୁପଡିଆ ବସ୍ତିର ହରି ପଟ୍ଟନାୟକଙ୍କ ଡ୍ରେନ (Drain) ରେ ଖସି ପ୍ରାଣ ହରାଇଥିଲେ। ୨୦୧୭ରେ ପଟିଆ-ଚନ୍ଦ୍ରଶେଖରପୁର ଅଂଚଳରେ ୨ ଜଣ ଡ୍ରେନରେ ଭାସି ଯାଇଥିଲେ। ଆଉ ୨୦୧୫ରେ ନୟାପଲ୍ଲି ଥାନା ମୁମତାଜ ଅଲ୍ଲି ହାଇସ୍କୁଲ ନିକଟରେ ଜଣେ ନାବାଳକ ମୁକୁଳା ଡ୍ରେନରେ ଭାସି ଯାଇଥିଲେ।
Also Read: ଅଶାନ୍ତ ବଙ୍ଗୋପସାଗର! ଆଗକୁ ଆଉ ଦୁଇଟି ଲଘୁଚାପ, ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା
ସୂଚନାଯୋଗ୍ୟ, ରବିବାର ବରମୁଣ୍ଡା (Barmunda) ଢିପସାହିର ହୃଷୀକେଶ ବେହେରାଙ୍କ ପୁଅ ରାଜା ଅପରାହ୍ନ ୨ଟାରୁ ୩ଟା ସମୟରେ ଟ୍ୟୁସନ୍ ଯିବା ପାଇଁ ସାଇକେଲ ଧରି ବାହାରିଥିଲେ। ମାଆ ମନା କରିଥିଲେ, କିନ୍ତୁ ୫ ମିନିଟରେ ଫରିଆସିବେ ବୋଲି କହି ରାଜା ଘରୁ ବାହାରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସାଇକେଲରେ ଆସୁଥିବା ରାଜା, ସୌଭାଗ୍ୟନଗରରେ ଥିବା ମୁକୁଳା ଡ୍ରେନରେ ଭାସିଯାଇଥିଲେ। ଅନେକ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ ଡ୍ରେନରୁ ଲୋକେ ଉଦ୍ଧାର କରିପାରିନଥିଲେ। ଦୁର୍ଘଟଣା ସମୟରେ ବର୍ଷା ହେବା ସହ ପାଣିର ସ୍ରୋତ ବହୁତ ଅଧିକ ରହିଥିଲା। ରାସ୍ତା ଏବଂ ଡ୍ରେନ ଏକ ପ୍ରକାର ଜଳରେ ସମତୁଲ ହୋଇଯାଇଥିଲା।