ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡାକଡି କଲା ବିଏମସି; ଆଇନ ଉଂଲଘନ ହେଲେ ଗଣିବେ ଜରିମାନା
Advertisement
Article Detail0/zeeodisha/odisha989873

ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡାକଡି କଲା ବିଏମସି; ଆଇନ ଉଂଲଘନ ହେଲେ ଗଣିବେ ଜରିମାନା

ନିୟମ ମୁତାବକ ନିର୍ମାଣ ସାମଗ୍ରୀ ରଖିବା ପାଇଁ ବିଏମସି ଠାରୁ ସର୍ବନିମ୍ନ ୭ ଦିନିଆ ଦେୟଯୁକ୍ତ ଅନୁମତି ଆଣିବାକୁ ପଡିବ ଏବଂ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ନିଜ ପରିବହନ କିମ୍ବା ବିଏମସି ଦ୍ୱାରା ପ୍ରଦତ୍ତ ଦେୟଯୁକ୍ତ ପରିବହନ ସେବା ଦ୍ବାରା ଚିହ୍ନିତ ସ୍ଥାନରେ ପକାଇବାକୁ ହେବ।

ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡାକଡି କଲା ବିଏମସି; ଆଇନ ଉଂଲଘନ ହେଲେ ଗଣିବେ ଜରିମାନା

ଭୁବନେଶ୍ୱର: ସରିଲା ସ୍ବତନ୍ତ୍ର ଡ୍ରାଇଭ୍, ଆଦାୟ ହେଲା ରାଜସ୍ବ। ସ୍ବଚ୍ଛ ଓଡିଶା ସୁସ୍ଥ ଓଡିଶା ଲକ୍ଷ୍ୟରେ ବର୍ଜ୍ୟ ପରିଚାଳନା ନିୟମ ୨୦୧୬ ଆଇନକୁ କଡାକଡି ଭାବେ ପାଳନ କରି ରାଜଧାନୀରେ ବିଏମସି ପକ୍ଷରୁ ଜାରି ରହିଥିବା ୭ ଦିନିଆ ସ୍ବତନ୍ତ୍ର ଡ୍ରାଇଭ୍ ସେପ୍ଟମ୍ବର ୧୯ ତାରିଖ ରବିବାର ଶେଷ ହୋଇଛି। ନିୟମ ମୁତାବକ ଘର ନିର୍ମାଣ ପାଇଁ ବ୍ୟବହୃତ କଞ୍ଚା ମାଲ୍ ସହ ବର୍ଜ୍ୟବସ୍ତୁ ଭଗ୍ନାବଶେଷକୁ ଏଣିକି ବିନା ଅନୁମତିରେ ରାସ୍ତାରେ ଗଦେଇ ରଖିବା ହେବ ବେଆଇନ। ଯାହାକୁ ପାଳନ କରିବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ବୁଲି ଲୋକଙ୍କୁ ଏ ବାବଦରେ ସଚେତନ କରାଇବ।

ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଗତ ୭ ଦିନରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା ଆଦାୟ କରିଛି ଭୁବନେଶ୍ୱର ମହାନଗର ନିଗମ। କଠୋର ବିଏମସି, ସରିଲା ଅଭିଯାନ, କଡାକଡି ହେଲା ବର୍ଜ୍ୟ ପରିଚାଳନା ନିୟମ। ସ୍ମାର୍ଟ ସିଟି ଭୁବନେଶ୍ବରରେ ୨୦୧୬ ମସିହାରୁ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡାକଡି କରି ଗତ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଭିଯାନ ଚାଲିଥିଲା।  ଯାହାର ଲକ୍ଷ ଥିଲା ଘର ନିର୍ମାଣ ପାଇଁ ବ୍ୟବହୃତ କଞ୍ଚା ମାଲ୍ ସହ ଭଗ୍ନାବଶେଷ ବର୍ଜ୍ୟବସ୍ତୁକୁ କେଉଁଠାରେ ଆଉ କିପରି ସଂରକ୍ଷଣ କରାଯିବ ସେନେଇ ସହରବାସୀଙ୍କୁ ଅବଗତ କରାଇବା।

Also Read: ମୁଣ୍ଡ ବ୍ୟଥାର କାରଣ ପାଲଟିଛି MCC; ଦୁର୍ଗନ୍ଧରେ ଅତିଷ୍ଠ ହୋଇଠିଲେଣି ଲୋକେ

ପୂର୍ବରୁ ଏହି ଅଭିଯାନ ଜାରି ରହିଥିବା ବେଳେ ୭ ଦିନିଆ ସ୍ବତନ୍ତ୍ର ଅଭିଯାନ କାର୍ଯ୍ୟକାରୀ ଏଣେତେଣେ ବିନା ଅନୁମତିରେ ଏପରି ବର୍ଜ୍ୟବସ୍ତୁ ଅଥବା ପଦାର୍ଥକୁ ଗଦା କରୁଥିବା ଲୋକଙ୍କ ଠାରୁ ମୋଟ ଅଙ୍କର ଜରିମାନା ଆଦାୟ କରିଛି ବିଏମସି। ସ୍ବଚ୍ଛ ସାଥୀଙ୍କ ଜରିଆରେ ପ୍ଲାକାର୍ଡ, ପ୍ରଚାର ଗାଡି ବୁଲାଇ ଲୋକଙ୍କୁ ଏ ବାବଦରେ ସଚେତନ କରାଇଛି। 

Also Read: ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପରଦର୍ଶନ କଲେ ବିଏମସି କମିଶନର

ବିଏମସି ସାନିଟାଇଜେସନ ଟିମ୍ ଗଳିକନ୍ଦି ବୁଲି ବୁଲି ଘଟଣାସ୍ଥଳରୁ ଲୋକଙ୍କ ଠାରୁ ଭଗ୍ନାବଶେଷ ଜେସିବି, ଟ୍ରାକ୍ଟର ମାଧ୍ୟମରେ ଜବତ କରିବା ସହ ଜରିମାନା ମଧ୍ୟ ଆଦାୟ କରିଛି। ବଡ କଥା ହେଉଛି ବିଏମସି ଅଗୋଚରରେ ନିୟମ ଉଲଂଘନ କରି ସହରବାସୀ ମନଇଚ୍ଛା ଏଣେତେଣେ ଇଟା, ବାଲି, ଗୋଡି, ଜିପ୍ସ, ରଡ୍ ସହ ଘର ଭଙ୍ଗା ଆଦି ସାମଗ୍ରୀ ଗଦା କରିବା କାରଣରୁ ଅକାରଣେ ରାସ୍ତା ଅବରୋଧ ହେବା ଗାଡି ମଟର ଯାତାୟତରେ ଏହା ବ୍ୟାଘାତ ସୃଷ୍ଚି କରୁଛି।  ବିଏମସି ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଏହି ଅଭିଯାନକୁ ସହରବାସୀ ସ୍ୱାଗତ କରିଥିବା ବେଳେ ଆଗକୁ ଏହା କେତେ ଫଳପ୍ରଦ ହେବ ତାହାକୁ ନେଇ ପ୍ରଶ୍ନ କରିଛନ୍ତି। 

Also Read: ଏଣିକି ଡମ୍ପିୟାର୍ଡକୁ ଯିବନାହିଁ ଅଳିଆ; ପ୍ରସ୍ତୁତ ହେବ ଜୈବିକ ସାର

ନିୟମ ମୁତାବକ ନିର୍ମାଣ ସାମଗ୍ରୀ ରଖିବା ପାଇଁ ବିଏମସି ଠାରୁ ସର୍ବନିମ୍ନ ୭ ଦିନିଆ ଦେୟଯୁକ୍ତ ଅନୁମତି ଆଣିବାକୁ ପଡିବ ଏବଂ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ନିଜ ପରିବହନ କିମ୍ବା ବିଏମସି ଦ୍ୱାରା ପ୍ରଦତ୍ତ ଦେୟଯୁକ୍ତ ପରିବହନ ସେବା ଦ୍ବାରା ଚିହ୍ନିତ ସ୍ଥାନରେ ପକାଇବାକୁ ହେବ। ଏଣିକି ଏହାକୁ  ଉଂଲଘନ କଲେ ଜରିମାନା ଆଦାୟ କରିବ ବିଏମସି।