ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: କୋଭିଡ ପରେ ରାଜଧାନୀରେ ଖୋଲିଲା ସଂଗ୍ରହାଳୟ। ପ୍ରଥମ କରି କୋଭିଡ କଟକଣାରେ ଶୁକ୍ରବାର ଠାରୁ ଆଦିବାସୀ ଜନଜାତି ସଂଗ୍ରହାଳୟ (Tribal Museum) ସର୍ବସାଧାରଣଙ୍କ ପାଇଁ ଖୋଲିଛି। ପୂର୍ବଭଳି ପୁଣି ଥରେ ଏଣିକି ଆଦିବାସୀଙ୍କ ବେଶଭୂଷା ଓ ଚାଲିଚଳନର ଝଲକ ଦେଖିପାରିବେ ଦର୍ଶକ। 


COMMERCIAL BREAK
SCROLL TO CONTINUE READING

କୋରୋନା ପାଇଁ ଦୀର୍ଘ ୯ ମାସର ବ୍ୟବଧାନ ପରେ କୋଭିଡ-୧୯ ଗାଇଡ ଲାଇନ (Covid19 Guideline) ପାଳନ କରାଯାଇ ମାସ୍କ (Mask), ସାନିଟାଇଜ (Sanitizer) ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବ ଭଳି ସକାଳ ୧୦ଟାରୁ ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ବୁଲିପାରିବେ ପର୍ଯ୍ୟଟକ।


ବନ୍ଦ ରହିଥିବା ପର୍ଯ୍ୟଟନସ୍ଥଳୀକୁ ପୁନର୍ବାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ବରରେ ସି.ଆର.ପି.ଏଫ ଛକ ନିକଟରେ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। କୋଭିଡ କଟକଣାରେ ଦର୍ଶକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସାନିଟାଇଜ ସହ ଥର୍ମାଲସ୍କ୍ରିନିଂ କରାଯାଇ ସଂଗ୍ରହାଳୟରେ ପ୍ରବେଶ ପାଇଁ ଅନୁମତି ମିଳିଛି। ନିୟମ ଅନୁସାରେ ଏକକାଳୀନ ୧୦ଜଣଙ୍କୁ ଭିତରକୁ ପ୍ରବେଶ ଅନୁମତି ରହିଛି। 


Also Read: ରାଜଧାନୀରେ ଅବିକଳ ଆଦିବାସୀ ଗାଁ


୬୫ ବର୍ଷରୁ ଉର୍ଦ୍ଧ୍ବ, ୧୪ ବର୍ଷରୁ କମ୍ ଶିଶୁଙ୍କ ପ୍ରବେଶ ବାରଣ ବାରଣ କରାଯାଇଛି। ପ୍ରତିବର୍ଷ ଏହି ଶୀତ ଋତୁରେ ଜାତୀୟ ହସ୍ତଶିଳ୍ପ, ହସ୍ତତନ୍ତ ମେଳା ଏଠାରେ ଆୟୋଜନ ହେଉଥିବାରୁ ଚଳିତ ବର୍ଷ କୋଭିଡ ସକାଶେ ଆବଶ୍ୟକ ହେଲେ ଭର୍ଚୁଆଲ ମେଳା ଆୟୋଜନ କରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନିର୍ଦ୍ଦେଶକ କହିଛନ୍ତି। 


ସଂଗ୍ରହାଳୟର ଗ୍ୟାଲେରୀରେ ଥିବା ଆଦିବାସୀଙ୍କ ଆଭୂଷଣ, କୁଡିଆ, ବସ୍ତ୍ର, ଅସ୍ତ୍ରଶସ୍ତ୍ର, ଗୃହପୋକରଣ, ନୃତ୍ୟ ବାଦ୍ୟ ଢୋକରା ସାମଗ୍ରୀ ସମେତ ଆଦିବାସୀଙ୍କ ଜୀବନଚର୍ଯ୍ୟାର ନିଛକ ଝଲକ ଦର୍ଶକ ଦେଖିପାରିବେ ଦର୍ଶକ।ଏହା ସହ ଆଦିବାସୀଙ୍କ ୭ଟି କୁଟିରକୁ ମଧ୍ୟ ସଜାଯାଇଛି। କୌଣସି ବସ୍ତୁକୁ ଛୁଇଁବାକୁ ବାରଣ କରାଯାଇଛି। ସେପଟେ ଦୀର୍ଘ ଦିନ ପରେ ପର୍ଯ୍ୟଟନ ସ୍ଥାନ ଭଳି ସଂଗ୍ରାହାଳୟ ବୁଲିବାର ସୁଯୋଗ ପାଇବାରେ ଦର୍ଶକଙ୍କ ମଧ୍ୟରେ ବେଶ୍ ଉସ୍ତ୍ରାହ ପରିଲକ୍ଷିତ ହୋଇଛି ।