ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଆଦିବାସୀ ପିଲା ଦେଖାଇଲେ କମାଲ
Advertisement
Article Detail0/zeeodisha/odisha613253

ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଆଦିବାସୀ ପିଲା ଦେଖାଇଲେ କମାଲ

ଗଜପତି ଜିଲ୍ଲା ମୋହନା ବ୍ଲକର ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟପ୍ରଦେଶ ରାଜ୍ୟର ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ଇ ଏମ ଆର୍ ଏସ୍ କ୍ରୀଡା ପ୍ରତିଯୋଗିତାରେ ପଦକ ଜିଣି ସଫଳତା ହାସଲ କରିଛନ୍ତି ।

ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଆଦିବାସୀ ପିଲା ଦେଖାଇଲେ କମାଲ

ମୋହନା: ଆଦିବାସୀ ଅଧୁସିତ ମାଳ ଅଞ୍ଚଳ ଗଜପତି ଜିଲ୍ଲାର ଆଦିବାସୀ ପିଲାଙ୍କ ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ବଡ ସଫଳତା । ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଉଭୟ ଛାତ୍ର ଓ ଛାତ୍ରୀ ସର୍ବ ଭାରତୀୟ କ୍ରୀଡାରେ ଭାଗ ନେବା ପରେ ସ୍ୱର୍ଣ୍ଣ  ରୌପ୍ୟ, ବ୍ରୋଞ୍ଚ ମେଡେଲ ଆଣି ଜିଲ୍ଲାକୁ ଗୌରବାନ୍ଵିତ କରିଛନ୍ତି । ଏହି ସଫଳତା ପରେ ଅନୁଷ୍ଠାନର ଅଧ୍ୟକ୍ଷ ପୁଷ୍ପଗୁଚ୍ଛା ଦେଇ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକର ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟପ୍ରଦେଶ ରାଜ୍ୟର ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ଇ ଏମ ଆର୍ ଏସ୍ କ୍ରୀଡା ପ୍ରତିଯୋଗିତାରେ ପଦକ ଜିଣି ସଫଳତା ହାସଲ କରିଛନ୍ତି । ଏଥିପାଇଁ ବିଦ୍ୟାଳୟରେ ଏକ ପ୍ରକାର ଉତ୍ସବ ମହଲ ସୃଷ୍ଟି ହୋଇଥିବା ବେଳେ ବାଜା ବଜେଇବା ସହ ଅଧ୍ୟକ୍ଷ ତ୍ରିଲୋଚନ ଷଡ଼ଙ୍ଗୀ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରି ଅଭିନନ୍ଦନ ଜଣାଇଛନ୍ତି ।

fallbackଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶାର ୨୦ଟି ରାଜ୍ୟର ଏକଲବ୍ୟ ବିଦ୍ୟାଳୟର କ୍ରୀଡାବିତ୍ ମାନେ ଭାଗ ନେଇଥିଲେ । ସେଥିମଧ୍ୟରୁ ଗଜପତି ଜିଲ୍ଲାର ଏକଲବ୍ୟ ବିଦ୍ୟାଳୟର ୧୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଯୋଗୀ ମାନେ ୨ଟି ସ୍ୱର୍ଣ୍ଣ ୩ ଟି ରୋପ୍ୟ ଏବଂ ୫ ଟି କାଂସ୍ୟ ପଦକ ପାଇ ବିଦ୍ୟାଳୟ ତଥା ଜିଲ୍ଲାକୁ ଗୌରବାନ୍ଵିତ କରିଛନ୍ତି । ୧୯ ବର୍ଷରୁ କମ୍ ଡିସକସ୍ ଖେଳରେ ଛାତ୍ର ରାଧେଶ୍ୟାମ ସ୍ୱର୍ଣ୍ଣ ପଦକ, ଲମ୍ବ ଡିଆରେ ଛାତ୍ର ସିଧୁ ଖଣ୍ଡପାତ୍ର ରୋପ୍ୟ ପଦକ ଜିତିଛନ୍ତି । ପ୍ରସାଦ ମଲ୍ଲିକ ୧୦୦ ମିଟର ଦୌଡ ଏବଂ ରିଲେ ରେସରେ କାଂସ୍ୟ ପଦକ ଜିତିଛନ୍ତି । ରଶ୍ମିତା ବଡ଼ମାଝୀ, ଲୋହିନି ସବର୍ ଏବଂ ରାନୀ ଶବର ଭଲିବଲ୍ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି । ୧୪ ବର୍ଷରୁ କମ୍ ବର୍ଗରେ ୫୦୦୦ମିଟର ଚାଲିବା ପ୍ରତିଯୋଗିତାରେ ଏବଂ ୪×୪୦୦ରିଲେ ରେଶରେ ରାଜୁ ଗମାଙ୍ଗ ରୋପ୍ୟ ପଦକ ହାସଲ କରିଛନ୍ତି । ସୋମନାଥ ଶବର କବାଡି ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି । 

fallbackଭାରତ ସରକାର ଙ୍କ ଆଦିବାସୀ ମନ୍ତ୍ରଣାଳୟର ପ୍ରମୁଖ ସଚିବଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । କୃତି ଛାତ୍ରଛାତ୍ରୀ ଙ୍କ ସଫଳତା ରେ ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଥିବା ଅଧ୍ୟକ୍ଷ କହିଛନ୍ତି, ସଫଳତାକୁ ଖୁସି ପ୍ରକାଶ କରିବା ସହ ଦେଶ ପାଇଁ ବିଭିନ୍ନ ସେବାରେ କାମ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ଛାତ୍ର ଛାତ୍ରୀ । ଆଦିବାସୀ ଛାତ୍ରଛାତ୍ରୀ ହେଲେ ବି ଜାତୀୟ ସ୍ତରୀୟ କ୍ରୀଡାରେ ଭାଗ ନେଇ ଜିଲ୍ଲାରେ ପ୍ରଥମ ଥର ବିଭିନ୍ନ ପଦକ  ଜିତି ସଫଳତା ଅର୍ଜନ କରିଥିବା ବେଳେ ଆଗାମୀ ଦିନରେ ଅନେକ ଯୁବପିଢ଼ିଙ୍କ ଆଦର୍ଶ ହେବା ସହ ଜିଲ୍ଲାର ଗୌରବ ପାଲଟିଛନ୍ତି ଅନୁଷ୍ଠାନର କୃତି ଛାତ୍ରଛାତ୍ରୀ ।