ନବୀନଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଲେଣି ଅନୁଭବ !
ଯେଉଁ ଅନୁଭବ ଦିନେ ଦଳ ପାଇଁ ଶକ୍ତି ପାଲଟିଥିଲେ, ଆଜି ତାଙ୍କୁ ଅଣଦେଖା କରୁଥିବା ଏକ ପ୍ରକାର ସ୍ପଷ୍ଟ ବାରି ହୋଇ ପଡ଼ୁଛି ହୋଇଛି।
ନୂଆଦିଲ୍ଲୀ: କିଛି ନା କିଛି କାରଣକୁ ନେଇ ଏବେ ବେଶ ଚର୍ଚ୍ଚାରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି (Anubhav Mohanty)। ସେ ପାରିବାରିକ କଳହ (Domestic Violance) ହେଉ ଅବା ସୋସିଆଲ ମିଡ଼ିଆ ପୋଷ୍ଟ (Social Media Post) କି ତାଙ୍କ ତଥାକଥିତ ସାମ୍ବାଦିକା ପ୍ରେମିକାଙ୍କୁ ନେଇ। କିଛି ନା କିଛି କାରଣରୁ ସେ ବର୍ତ୍ତମାନ ଏବେଠୁ ବେଶ ଚର୍ଚ୍ଚାରେ ରହିଛନ୍ତି । ବର୍ଷାଙ୍କ (Varsha Priyadarshini) ଅଭିଯୋଗ ତାଙ୍କ ପାଇଁ ବେଶ ଅଡ଼ୁଆ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଲଗାତାର ଭାବେ ଅନୁଭବଙ୍କ (Anubhav Mohanty) ବିରୋଧରେ ମାମଲା ରୁଜୁ କରିବାରେ ଲାଗିଛନ୍ତି ବର୍ଷା।
ତେବେ ଅଭିନେତାରୁ ନେତା ପାଲଟିଥିବା ଅନୁଭବଙ୍କ ରାଜନୈତିକ କ୍ୟାରିୟର (Political career) ମଧ୍ୟ ପାରିବାରିକ କଳହ ଯୋଗୁଁ ଧୀରେଧୀରେ ପ୍ରଭାବିତ ହେବାରେ ଲାଗିଛି। ଯେଉଁ ଅନୁଭବ ଦିନେ ଦଳ ପାଇଁ ଶକ୍ତି ପାଲଟିଥିଲେ, ଆଜି ତାଙ୍କୁ ଅଣଦେଖା କରୁଥିବା ଏକ ପ୍ରକାର ସ୍ପଷ୍ଟ ବାରି ହୋଇ ପଡ଼ୁଛି ହୋଇଛି । ଧୀରେଧୀରେ ସେ ଦଳ ପାଇଁ ଅଲୋଡା ହୋଇ ପଡ଼ିଲେଣି । ସେପଟେ ଅନୁଭବଙ୍କ ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରିବାକୁ ଚାହୁଁନଥିବା ଦଳ କିନ୍ତୁ ଏବେ ତାଙ୍କୁ ଧୀରେଧୀରେ ଅଣଦେଖା କରିବା ମଧ୍ୟ ଆରମ୍ଭ କରିଦେଲାଣି । ରାଜ୍ୟ ରାଜନୀତି ମଧ୍ୟରେ ମାହୋଲରେ ଅନୁଭବଙ୍କ ଅଲୋଡାପଣକୁ ମଧ୍ୟ ଗୁଣୁଗୁଣୁ ହୋଇ ଆଲୋଚନା ହେଉଛି।
ଅଧିକ ପଢନ୍ତୁ: ଅନୁଭବଙ୍କ ସହ ବିବାଦୀୟ ସମ୍ପର୍କକୁ ନେଇ ଏପରି କହିଲେ ଜାଗୃତି
ତେବେ ରାଜ୍ୟ ରାଜନୀତିରେ ରାଜ୍ୟସଭା ସାଂସଦ ହୋଇ ଅନୁଭବ ପାଦ ଥାପିଥିଲେ । କିନ୍ତୁ ୨୦୧୯ ମସିହାରେ ତାଙ୍କ ରାଜନୈତିକ କ୍ୟାରିୟରରେ ନୂଆ ମୋଡ଼ ଆଣିଦେଇଥିଲା। କେନ୍ଦ୍ରାପଡ଼ାରୁ ସାଂସଦ ଭାବେ ପ୍ରାର୍ଥୀ ହୋଇଥିଲେ। ସେହି ସମୟରେ ତାଙ୍କୁ ଦଳ ଜିତାଇବା ପାଇଁ ଏକଜୁଟ ହୋଇ ପଡ଼ିଥିଲା । ସେହି ସମୟରେ ତାଙ୍କର ମହତ୍ତ୍ୱ ଦଳରେ ବେଶ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। ସେହି ସମୟରେ ବିଜେପିରୁ ବୈଜୟନ୍ତ ପଣ୍ଡାଙ୍କ (Baijayant Panda) ବିରୋଧରେ ଅନୁଭବଙ୍କୁ ପ୍ରାର୍ଥୀ କରିଥିଲା।
ଏବେ କିନ୍ତୁ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ନେଇ ସ୍ପଷ୍ଟ ବାରି ହୋଇପଡ଼େ । ଦଳ ତାଙ୍କୁ ଗୁରୁତ୍ତ୍ୱ ଦେଉନଥିବା ଚର୍ଚ୍ଚା ହେଉଛି। ଅନୁଭବଙ୍କ କଥା ଶୁଣୁ ନଥିବା ମଧ୍ୟ ଜଣାପଡ଼ିଛି । ତୃତୀୟ ମହଲା ମଧ୍ୟ ଅନୁଭବଙ୍କ ଉପରେ ଖୁସି ନଥିବା ଶୁଣିବାକୁ ମିଳେ । ଏପରିକି ସେ ରହୁଥିବା ଅଞ୍ଚଳର ପୋଲିସ ମଧ୍ୟ ତାଙ୍କ କଥାକୁ ଗୁରୁତ୍ତ୍ୱ ଦେଉନଥିବା ଚର୍ଚ୍ଚା ହେଉଛି । ତେବେ ଏହି ପ୍ରସଂଗ ଉଠାଇବାର ମଧ୍ୟ ଅନେକ କାରଣ ରହିଛି । ଗତ ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ଠାରୁ ହିଁ ଦଳ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଦେଇଥିଲା । ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ଦଳ ବାହାର କରିଦେଇଥିଲା । ସେହି ସମୟରୁ ହିଁ ତାଙ୍କ ଉପରେ ଦଳ ଅସନ୍ତୋଷ ଥିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା ।
ଅଧିକ ପଢନ୍ତୁ: ଓଲି-ପ୍ରଚଣ୍ଡ କ୍ଷମତାଯୁଦ୍ଧ: ଗୃହଯୁଦ୍ଧ ଆଡକୁ ଯାଉଛି କି ନେପାଳ?
ଠିକ ସେହିପରି ନିକଟରେ ୫ଟି ସଚିବ ଭିକେ ପାଣ୍ଡିଆନ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ପ୍ରଶାସନ ଜିଲ୍ଲାର ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ମହାକାଳପଡ଼ା ଅଞ୍ଚଳରେ ପାଖାପାଖି ୪ ହଜାର କୋଟି ଟଙ୍କା ସରକାର ବିନିଯୋଗ କରିବାକୁ ଯୋଜନା କରିଛନ୍ତି । ସବୁବେଳେ ସରକାର କେନ୍ଦ୍ରାପଡ଼ା ଜିଲ୍ଲାକୁ ଗୁରୁତ୍ତ୍ୱ ଦେଉଥିବା ବେଳେ ଜିଲ୍ଲା ପ୍ରଶାସକ, ୫ଟି ସଚିବ, ବାଣିଜ୍ୟ ଓ ପରିବହନ ସଚିବ ମନୋଜ ମିଶ୍ର, ଜିଲ୍ଲାପାଳ, ବିଧାୟକ ଉପସ୍ଥିତ ଥିବାବେଳେ ଅନୁଭବଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା। ୨୦୧୯ ନିର୍ବାଚନରେ ବିପୁଳ ବିଜୟ ପରେ ଅନୁଭବ କେନ୍ଦ୍ରାପଡ଼ା ମୋର କର୍ମଭୂମୀ। କିନ୍ତୁ ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ଉନ୍ନୟନ ସମୟରେ ଖୋଦ ସାଂସଦ ଅନୁଭବଙ୍କ ଦେଖା ନମିଳିବା ମଧ୍ୟ ଅନେକ କିଛି ସଂକେତ ପ୍ରଦାନ କରିଛି । ସେପଟେ ଅନୁଭବ ଜିଲ୍ଲାର ଉନ୍ନୟନ କାର୍ଯ୍ୟରେ ସଠିକ ଢଙ୍ଗରେ ଦୃଷ୍ଟି ଦେଉନଥିବା ମଧ୍ୟ ଆଲୋଚନା ହେଉଛି । ଭବିଷ୍ୟତରେ ଯେ ଦଳ ତାଙ୍କ ହାତ ନ ଛାଡ଼ିଦେବ ତାହା ମଧ୍ୟ କହିହେଉନାହିଁ ।
ପାରିବାରିକ କଳହରେ ମଧ୍ୟ ଜୁଝି ହେଉଛନ୍ତି ଅନୁଭବ। ଅନୁଭବଙ୍କ କଥା ଶୁଣୁନଥିବା ବେଳେ ବର୍ଷା ନିକଟରେ ତାଙ୍କ ନାଁରେ ପୁଣିଥରେ ଏକ ମାମଲା ରୁଜୁ କରିଥିଲେ । ସେହିପରି ବର୍ତ୍ତମାନ ମାସେ କିମ୍ବା ଦେଢ ମାସ ତଳର ଏକ ଅଡ଼ିଓ କ୍ଲିପ ମଧ୍ୟ ଭାଇରାଲ ହେଉଛି । ଯେଉଁଥିଲେ ବର୍ଷା ତାଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରୁଥିବା ବେଳେ ଅନୁଭବଙ୍କ ସମ୍ପର୍କରେ ଆଲୋଚନା କରୁଥିବା ଜଣାପଡ଼ିଛି । ଫଳରେ ଅନୁଭବଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢିବାରେ ଲାଗିଛି ।