ଭିଡିଓ ପାଇଁ ତାଙ୍କ ସମ୍ମାନରେ ଆଞ୍ଚ ଆସିଥିବା ନେଇ ବର୍ଷା (Varsha Priyadarshini) ଅଭିଯୋଗ କରିଥିଲେ। ଏପରି କି ଏହି ଭିଡିଓ ଯୋଜନାବଦ୍ଧ ଭାବେ ସୁଟିଂ କରି ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିବା ସେ ସନ୍ଦେହ କରୁଛନ୍ତି।
Trending Photos
କଟକ: ଘରୋଇ କଳି (domestic violence) କୁ ନେଇ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଛି। ଭାଇରାଲ ଭିଡିଓକୁ ନେଇ ଶନିବାର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ଯାହାକୁ ଆଧାର କରି କମିଶନରେଟ ପୋଲିସ ବର୍ଷାଙ୍କ ବୟାନ ରେକର୍ଡ ସହ ଛାନଭିନ ଆରମ୍ଭ କରିଛି।
ଅନୁଭବ (Anubhav Mohanty) ମାନସିକ ନିର୍ଯାତନା ଦେଉଥିବା ନେଇ ଶନିବାର ସଂଧ୍ୟାରେ ପୁରୀଘଟ ଥାନା (Purighat Police) ରେ ବର୍ଷା ଏତଲା ଦେଇଥିଲେ। ନିକଟରେ ତାଙ୍କ ବେଡରୁମ ଭିଡିଓ ଭାଇରାଲ (Viral Video) ହୋଇଥିଲା। ଏହି ଭିଡିଓ ପାଇଁ ତାଙ୍କ ସମ୍ମାନରେ ଆଞ୍ଚ ଆସିଥିବା ନେଇ ବର୍ଷା (Varsha Priyadarshini) ଅଭିଯୋଗ କରିଥିଲେ। ଏପରି କି ଏହି ଭିଡିଓ ଯୋଜନାବଦ୍ଧ ଭାବେ ସୁଟିଂ କରି ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିବା ସେ ସନ୍ଦେହ କରୁଛନ୍ତି।
Also Read: ସୀମା ଲଙ୍ଘିଲା ଅନୁଭବ-ବର୍ଷା ବେଡରୁମ୍ କଳି!
କେବେଳ ଏତିକି ନୁହଁ, ଅନୁଭବଙ୍କ କଟକ (Cuttack) ଚୌଧରୀ ବଜାର ବାସଭବନରେ ତାଲା ପକାଯାଇଥିବା ନେଇ ମଧ୍ୟ ବର୍ଷା ଅଭିଯୋଗ କରିଛନ୍ତି। ଘରେ ତାଲା ପଡିଥିବାରୁ ତାଙ୍କୁ ବାହାରେ ରହିବାକୁ ପଡୁଛି। ଏଭଳି କରି ଅନୁଭବ ତାଙ୍କ ପତ୍ନୀ ବର୍ଷାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ଯେଉଁଥି ପାଇଁ ବର୍ଷା ପୁଣିଥରେ ତାଙ୍କ ଘରୋଇ କଳିକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି।
ବର୍ଷାଙ୍କ ଅଭିଯୋଗକୁ ଆଧାର କରି କମିଶନରେଟ ପୋଲିସ (Commissionerate police) ଅନୁଭବଙ୍କ ସହ ୨ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଅନୁଭବଙ୍କ ନାଁ IPCର ଦଫା ୪୯୮, ୩୪୧, ୫୦୬ ଲାଗିଛି। ସୋମବାର ଏହି ମାମଲା ବାବଦରେ କଟକ SDJM କୋର୍ଟଙ୍କୁ ଅବଗତ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
Also Read: ବର୍ଷାଙ୍କ ସଦବୁଦ୍ଧି ପାଇଁ ପ୍ରାର୍ଥନା କଲା ଅନୁଭବ ଫ୍ୟାନ କ୍ଲବ
ଦଫା- ୩୪୧: ବେଆଇନ ଭାବେ କୌଣସି ବ୍ୟକ୍ତିଙ୍କୁ ଅଟକାଇବା।
ଏହି ଅପରାଧରେ ଦୋଷୀଙ୍କୁ ସର୍ବାଧିକ ୩୦ ଦିନ ଜେଲ ଦଣ୍ଡାଦେଶ କିମ୍ବା ୫୦୦ ଟଙ୍କା ଜରିମାନା ଲାଗିପାରେ। ଉଭୟ ଜେଲ ଜଣ୍ଡ ଓ ଜରିମାନା ବି ଦେବାକୁ ପଡିପାରେ। ଏହି ଅପରାଧା ପାଇଁ ଅଭିଯୁକ୍ତଙ୍କୁ ଜାମିନ ମିଳିପାରେ।
ଦଫା- ୪୯୮: ବିବାହିତା ମହିଳାଙ୍କୁ ଅପରାଧିକ ଉଦ୍ଦେଶ୍ୟରେ ପ୍ରଲୋଭିତ କରିବା କିମ୍ବା ଛଡ଼ାଇବା କିମ୍ବା ଅଟକ ରଖିବା।
ଏହି ଅପରାଧ ପାଇଁ ଦୋଷୀଙ୍କୁ ସର୍ବାଧିକ ୨ ବର୍ଷ ଜେଲ କିମ୍ବା ଜରିମାନା ହୋଇପାରେ। ଏହା ମଧ୍ୟ ଏକ ବେଲେବୁଲ ଅପରାଧ। ଯେଉଁଠି ଯେକୌଣସି ମାଜିଷ୍ଟ୍ରେଟ ଜାମିନ ଦେଇ ପାରିବେ।
Also Read: 'ଅନୁଭବଙ୍କ ବାପା ଅସୁସ୍ଥତାର କାରଣ ବର୍ଷା ପ୍ରିୟଦର୍ଶିନୀ'
ଦଫା- ୫୦୬: ଅପରାଧିକ ଧମକ / ଜୀବନ ପ୍ରତି ବିପଦ କିମ୍ବା ଗୁରୁତର ଆହତ ହେବାର ଆଶଙ୍କା ଥିଲେ।
ଏହା ମଧ୍ୟ ଏକ ବେଲେବୁଲ ଅପରାଧ। ଅପରାଧିକ ଧମକ ପାଇ ଯେକୌଣସି ମାଜିଷ୍ଟ୍ରେଟ ଜାମିନ ଦେଇପାରିବେ। କିନ୍ତୁ ଯଦି ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଥାଏ ତେବେ କେବେଳ ଫାଷ୍ଟ କ୍ଲାସ ମାଜିଷ୍ଟ୍ରେଟଙ୍କୁ ହିଁ ଜାମିନ ଦେବାର ଅଧିକାର ରହିଛି। ଏହି ଅପରାଧ ପାଇଁ ୨ରୁ ୭ ବର୍ଷ ଜେଲ୍/ଜରିମାନା କିମ୍ବା ଉଭୟ ହୋଇପାରେ।