ଓଲି-ପ୍ରଚଣ୍ଡ କ୍ଷମତାଯୁଦ୍ଧ: ଗୃହଯୁଦ୍ଧ ଆଡକୁ ଯାଉଛି କି ନେପାଳ?
Advertisement
Article Detail0/zeeodisha/odisha811113

ଓଲି-ପ୍ରଚଣ୍ଡ କ୍ଷମତାଯୁଦ୍ଧ: ଗୃହଯୁଦ୍ଧ ଆଡକୁ ଯାଉଛି କି ନେପାଳ?

ନେପାଳ ସଂସଦକୁ ଭଙ୍ଗ କରିବା ଲାଗି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କରିଥିବା ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଦେଶର ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। 

ଓଲି-ପ୍ରଚଣ୍ଡ କ୍ଷମତାଯୁଦ୍ଧ: ଗୃହଯୁଦ୍ଧ ଆଡକୁ ଯାଉଛି କି ନେପାଳ?

ନୂଆଦିଲ୍ଲୀ: ସୀମା ବିବାଦକୁ କେନ୍ଦ୍ର କରି ଭାରତ (India) ସହ ସମ୍ପର୍କକୁ ତିକ୍ତ କରି ବିବାଦୀୟ ହୋଇପଡିଥିବା ନେପାଳ ପ୍ରଧାନମନ୍ତ୍ରୀ (Nepal Prime Minister) କେପି ଶର୍ମା ଓଲି (KP Sharma Oli) ରବିବାର ଗାଦିଚ୍ୟୁତ ହୋଇଛନ୍ତି। ଦେଶରେ ଶାସନଗାଦିରେ ବସିଥିବା ନେପାଳୀ କମ୍ୟୁନିଷ୍ଟ ପାର୍ଟି-ଏନସିପି (NCP-Nepal Communist Party) ଅଧ୍ୟକ୍ଷ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ (Puspa Kamal Dahal Prachand) ସହ ଚାଲିଥିବା କ୍ଷମତାଯୁଦ୍ଧ ପ୍ରଧାନମନ୍ତ୍ରୀ ଓଲିଙ୍କ ଲାଗି ବେଶ ମହଙ୍ଗା ପଡିଛି।

fallback

ନେପାଳ ସଂସଦକୁ (Nepal Parliament) ଭଙ୍ଗ କରିବା ଲାଗି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କରିଥିବା ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଦେଶର ରାଷ୍ଟ୍ରପତି (Nepal President) ବିଦ୍ୟାଦେବୀ ଭଣ୍ଡାରୀ (Bidya Devi Bhandari)। ଏପରିକି ଆସନ୍ତାବର୍ଷ  ଅପ୍ରେଲ ୩୦ ତାରିଖରୁ ମେ ୧୦ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବା ଲାଗି ଘୋଷଣା କରିଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ନେପାଳ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି।

fallback

ନେପାଳ ସଂସଦ ଭଙ୍ଗାଯିବା ପରେ ବିରୋଧି ଆସନରେ ବସିଥିବା ନେପାଳୀ କଂଗ୍ରେସ (Nepali Congress) ଜରୁରୀକାଳୀନ ବୈଠକ ଡକାଯାଇଛି। ଅନ୍ୟପଟେ ଏନେଇ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଓଲିଙ୍କ ନେତୃତ୍ୱାଧିନ ସରକାର ରାଜଧାନୀ କାଠମାଣ୍ଡୁ ଠାରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରିଛନ୍ତି।  ରାଜଧାନୀର ମୁଖ୍ୟ ସ୍ଥାନ ଠାରେ ବ୍ୟାପକ ମାତ୍ରାରେ ପୋଲିସ ବଳ ମୁତୟନ କରାଯାଇଛି।   

Also Read: ନେପାଳ ରାଜନୀତି: ଟଳମଳ ଅବସ୍ଥାରେ ପ୍ରଧାନମନ୍ତ୍ରୀ ଓଲିଙ୍କ ଗାଦି

 

fallback         

ଅନ୍ୟପଟେ ଏନସିପି ଅଧ୍ୟକ୍ଷ ପ୍ରଚଣ୍ଡ ଯିଏ ସଂସଦ ଭଙ୍ଗ କରିବାକୁ ବିରୋଧ କରୁଥିଲେ ସେ ପ୍ରଧାନମନ୍ତ୍ରୀ ଓଲିଙ୍କୁ ସାକ୍ଷାତ କରି ତାଙ୍କ ସହ କଥାବାର୍ତ୍ତା କରିଛନ୍ତି। ରବିବାର ସକାଳେ ପ୍ରଧାନମନ୍ତ୍ରୀ ଓଲି ଅଚାନକ କ୍ୟାବିନେଟ ବୈଠକ ଡାକି କରି ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ଶନିବାର ସେ ଶାସକ ଦଳର ବରିଷ୍ଠ ନେତାଙ୍କ ସହ ଲଗାତାର ଅନେକ ବୈଠକ କରିଥିଲେ।   

Also Read: ଚୀନ ରାସ୍ତାରେ ନେପାଳ, ଏବେ ଭାରତଠୁ ମାଗିଲା ଡେରାଡୁନ-ନୈନିତାଲ

ନେପାଳର ଶକ୍ତି ମନ୍ତ୍ରୀ ବର୍ଶମାନ ପୁନ୍ ଗଣମାଧ୍ୟମକୁ କହିଛନ୍ତି ଦଳରେ ବଢୁଥିବା ବିବାଦ ମଧ୍ୟରେ କ୍ୟାବିନେଟ୍ ସଂସଦ ଭଙ୍ଗ କରିବାକୁ ସୁପାରିଶ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷେ ଶାସକ ଏନସିପି ମୁଖିଆ ପ୍ରଚଣ୍ଡଙ୍କ ଗୋଷ୍ଠୀର ୭ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ଲାଗି ଓଲିଙ୍କ ଉପରେ କ୍ରମାଗତ ଭାବେ ଚାପ ପକାଇ ଆସୁଥିଲେ ପ୍ରଚଣ୍ଡ। ନେପାଳ ପ୍ରଧାନମନ୍ତ୍ରୀଙ୍କ ଉପରେ ଏକ ନିୟମ ପ୍ରତ୍ୟାହାର କରିବାକୁ ଚାପ ପଡୁଥିଲା। ଯାହା ମଙ୍ଗଳବାର ଜାରି କରାଯାଇଥିଲା। ଏହି ନିୟମ ସାମ୍ବିଧାନିକ ପରିଷଦ ଅଧିନିୟମ ସହିତ ଜଡିତ ଥିଲା। ସେହି ଦିନ ନେପାଳ ରାଷ୍ଟ୍ରପତିଙ୍କ ଦ୍ୱାରା ଓଲି ସରକାରଙ୍କ ଏହି ନିୟମକୁ ଅନୁମୋଦନ କରାଯାଇଥିଲା।

fallback

ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କୁ ନିଜ ଦଳ ମଧ୍ୟରୁ ବିରୋଧ କରାଯାଉଥିଲା। ଦଳ ଏବଂ ସରକାରକୁ ଏକପାଖିଆ ଢଙ୍ଗରେ ଚଳାଉଥିବା ଅଭିଯୋଗ ହୋଇଥିଲା। ୨୦୧୮ରେ ନେପାଳ କମ୍ୟୁନିଷ୍ଟ ପାର୍ଟି ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ ଏକୀକରଣ ପରେ କେପି ଓଲି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏହି ମିଳିତ ଦଳର ସହ ଅଧ୍ୟକ୍ଷ ହୋଇଥିଲେ।