ଭୁବନେଶ୍ୱର: ସୁନୀଲ ବଂସଲଙ୍କୁ (Sunil Bansal) ବିଜେପି ଓଡିଶା ପ୍ରଭାରୀ (Odisha Prabhari) ଦାୟିତ୍ୱ ଦେବା ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ। ଓଡିଶା ଗସ୍ତ (Odisha) ସମୟରେ ୨୦୨୪ରେ ଓଡ଼ିଶାରେ ଶାସନକୁ ଆସିବା କଥା କହିଛନ୍ତି ଅମିତ ଶାହା (Amit Shah)। ଠିକ ସେହି ସମୟରେ ଡି ପୁରନ୍ଦେଶ୍ୱରୀଙ୍କ (D. Purandeswari) ବଦଳରେ ସୁନୀଲଙ୍କୁ (Sunil Bansal) ଏହି ନୂଆ ଦାଇତ୍ୱ ଦେଇଛି ବିଜେପି କେନ୍ଦ୍ରୀୟ ନେତୃତ୍ୱ। ସେପଟେ ନୀତିଶ କୁମାର (Nitish Kumar) ଏନଡିଏ (NDA) ହାତ ଛାଡିବା ପରେ ରାଜ୍ୟସଭାରେ ଏନଡିଏର ଶକ୍ତି କମିଛି। ଏଭଳି ସ୍ଥିତି ରେ ପ୍ରକୃତରେ କଣ ଓଡ଼ିଶାରେ ବିଜେଡିକୁ ଅସନ୍ତୁଷ୍ଟ କରି ବିଜେପି କ୍ଷମତା ଦଖଲ ଦିଗରେ ଜୋରଦାର ଉଦ୍ୟମ କରିବ କି ବୋଲି ରାଜନୈତିକ ମହଲରେ ପ୍ରଶ୍ନ।


COMMERCIAL BREAK
SCROLL TO CONTINUE READING

ସୁନୀଲ ବଂଶଲ ରାଜ୍ୟ ବିଜେପି ପ୍ରଭାରୀ ହେବା ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ। ଓଡିଶାକୁ ଫୋକସରେ ରଖିଛି ବିଜେପି ବୋଲି କହିଛି ଦଳ। ଉତ୍ତରପ୍ରଦେଶରେ ଦୁଇଥର ସରକାର ଗଠନରେ ତାଙ୍କ ଅବଦାନ ରହିଛି। ଓଡ଼ିଶାରେ ସଂଗଠନକୁ ମାର୍ଗଦର୍ଶନରେ ତାଙ୍କର ବଡ ଭୂମିକା ରହିବ ବୋଲି କୁହାଯାଇଛି। ବଂସଲ ଜଣେ ସୁସଂଗଠକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଏପରିକି ବିଜେପି ବୁଥ ସ୍ତରରୁ ସଂଗଠନ ମଜଭୁତ କରିବ। ଫୁଟବଲର 90 ମିନିଟ ଖେଳରେ ଗୋଟେ ଦଳ ସବୁବେଳେ ଆକ୍ରମଣାତ୍ମକ ଖେଳିବ ବୋଲି ମାନେ ନାହିଁ ଓ ଆମ କୋଚ୍ ଷ୍ଟ୍ରଟେଜି ତିଆରି କରିବା ସହ ସମୟ ଆସିଲେ ଗୋଲ ଦେବ ବୋଲି କହିଛନ୍ତି ଜୟ ନାରାୟଣ।


ରାଜ୍ୟରେ ଦଳକୁ ଆହୁରି ମଜବୁତ କରି ଶାସନକୁ ଆସିବା ପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ପ୍ରଭାରୀଙ୍କୁ ପରିବର୍ତ୍ତନ କରାଯାଇ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପିର ଫୋକସରେ ଥିବା ପୂର୍ବ ଭାରତର ଓଡିଶା, ପଶ୍ଚିମବଙ୍ଗ ଓ ଦକ୍ଷିଣ ଭାରତର ତେଲଙ୍ଗାନାରେ ବିଜେପି ସଂଗଠନକୁ କିଭଳି ଶକ୍ତ କରିହେବ ସେ ନେଇ ଯୋଜନା କରିଥିବା କୁହାଯାଉଛି। କିନ୍ତୁ ବିହାର ରାଜନୀତି ଓଲଟପାଲଟ ହେବା ପରେ ରାଜ୍ୟସଭାରେ ଏନଡିଏ ର ଶକ୍ତି ହ୍ରାସ ପାଇଥିବା କୁହାଯାଇଛି। ଏଭଳି ସ୍ଥିତିରେ ବିଜେଡିକୁ ଅସନ୍ତୁଷ୍ଟ କରିବାକୁ ବିଜେପି କେତେ ଚାହିଁବ ତାକୁ ନେଇ ଚର୍ଚ୍ଚା। ସେପଟେ ବିଜେଡିର କହିବା କଥା ଓଡିଶାବାସୀ ନବୀନ ବାବୁଙ୍କୁ ସବୁବେଳେ ଭଲ ପାଇବା ଦେଇ ଆସିଛନ୍ତି। ତେଣୁ ଆଗାମୀ ନିର୍ବାଚନ ରେ ମଧ୍ୟ ତାହା ପ୍ରତିଫଳିତ ହେବ। ରାଜନୈତିକ ଦଳ ଭାବେ ବିଜେପି ନିଜ ଦଳକୁ ଦୃଢ଼ କରିବାକୁ ଉଦ୍ୟମ କରିବାରେ କିଛି ଅସୁବିଧା ନାହିଁ ବୋଲି କହିଛି ବିଜେଡି। ସେପଟେ କଂଗ୍ରେସର ଉତ୍ତର ଦଳ 2024 କୁ ଆଖି ଆଗରେ ରଖି କାର୍ଯ୍ୟକ୍ରମ କୁ ଜୋରଦାର କଲାଣି। ତେଣୁ ଦଳ କ୍ଷମତାକୁ ଫେରିବ।


2019 ନିର୍ବାଚନରେ ଓଡ଼ିଶାରେ ସତ ଚେଷ୍ଟା ସତ୍ୱେ ମଧ୍ୟ ବିଜେପିର ମିଶନ 120 ଫେଲ ମାରିଥିଲା। କିନ୍ତୁ ଦଳ ମୁଖ୍ୟ ବିରୋଧି ଆସନରୁ କଂଗ୍ରେସକୁ ହଟାଇବାକୁ ସକ୍ଷମ ହୋଇଥିଲା। ଏବେ ଅମିତ ଶାହା 2024 କୁ ଓଡ଼ିଶାରେ କ୍ଷମତାକୁ ଆସିବାକୁ କହିଥିଲେ ମଧ୍ୟ 2019 ପରେ ଦଳ ଦୁର୍ବଳ ପ୍ରଦର୍ଶନ କରିଛି। ପଂଚାୟତଠୁ ଆରମ୍ଭ କରି ବିଭିନ୍ନ ଉପନିର୍ବାଚନ ରେ ଦଳ ବିଫଳ ହୋଇଛି। ବାଲେଶ୍ୱର ଉପନିର୍ବାଚନ ରେ ନିଜ ଆସନ ବଞ୍ଚାଇବାକୁ ବିଜେପି ବିଫଳ ହୋଇଥିବାବେଳେ ବ୍ରଜରାଜନଗର ଉପନିର୍ବାଚନ ରେ ବିଜେପି ଅମାନତ ହରାଇ କଂଗ୍ରେସ ପଛକୁ ତୃତୀୟ ସ୍ଥାନରେ ରହିଥିଲା। ଏପରିକି ପଂଚାୟତ ଓ ପୌର ନିର୍ବାଚନ ରେ ଦଳ ଦୁର୍ବଳ ପ୍ରଦର୍ଶନ କରିଥିଲା। କିନ୍ତୁ ଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ କରିଥିବା ବଂଶଲଙ୍କୁ ଦଳ ଓଡିଶା ଦେବା ଅମିତ ଶାହାଙ୍କ ରଣନୀତି ର ଅଂଶ ବୋଲି କୁହାଯାଉଛି।


ଅଧିକ ପଢନ୍ତୁ: ପାଣିପାଗ ବିଭାଗ କରାଇଲା ସତର୍କ; ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଏସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା


ଅଧିକ ପଢନ୍ତୁ: ମେଣ୍ଟ ଭାଙ୍ଗିବା ପରେ ବଦଳିପାରନ୍ତି ରାଜ୍ୟସଭା ଉପାଧ୍ୟକ୍ଷ