Indian Politics: JDU BJP ମେଣ୍ଟ ଭାଙ୍ଗିବା ପରେ ବଦଳିପାରନ୍ତି ରାଜ୍ୟସଭା ଉପାଧ୍ୟକ୍ଷ
Advertisement
Article Detail0/zeeodisha/odisha1298503

Indian Politics: JDU BJP ମେଣ୍ଟ ଭାଙ୍ଗିବା ପରେ ବଦଳିପାରନ୍ତି ରାଜ୍ୟସଭା ଉପାଧ୍ୟକ୍ଷ

Rajya Sabha Deputy Chairman: ବିହାର ରାଜନୀତିରେ ହୋଇଥିବା କ୍ଷମତା ପରିବର୍ତ୍ତନ ପରେ ଏବେ ପ୍ରଶ୍ନ ଉଠୁଛି ଯେ ଜେଡିୟୁ କୋଟାରୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଏହି ପଦରେ ରହିବେ ନାଁ ନାହିଁ।

Indian Politics: JDU BJP ମେଣ୍ଟ ଭାଙ୍ଗିବା ପରେ ବଦଳିପାରନ୍ତି ରାଜ୍ୟସଭା ଉପାଧ୍ୟକ୍ଷ

Rajya Sabha Deputy Chairman: ଏନଡିଏ ମେଣ୍ଟ ଭାଙ୍ଗିଯିବା ବିହାର ରାଜନୀତିରେ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି ବିଜେପି-ଜେଡିୟୁ। ପୁଣି ଥରେ ଆରଜେଡି ସମେତ ଅନ୍ୟ ଦଳର ସମର୍ଥନରେ ରାଜ୍ୟରେ ଏକ ନୂତନ ସରକାର ଗଠନ କରିଛି ଜେଡିୟୁ। ବିହାର ରାଜନୀତିରେ ହୋଇଥିବା କ୍ଷମତା ପରିବର୍ତ୍ତନ ପରେ ଏବେ ପ୍ରଶ୍ନ ଉଠୁଛି ଯେ ଜେଡିୟୁ କୋଟାରୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଏହି ପଦରେ ରହିବେ ନାଁ ନାହିଁ।

ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଯିବା ପରେ ବର୍ତ୍ତମାନର ରାଜ୍ୟସଭା ଉପାଧ୍ୟକ୍ଷ (Rajya Sabha Deputy Chairman) ହରିବଂଶ ନାରାୟଣ ସିଂହ (Harivansh Narayan Singh) ତାଙ୍କ ପଦରୁ ଇସ୍ତଫା ଦେବେ ନା ପୂର୍ବତନ ଲୋକସଭା ବାଚସ୍ପତି (Former Lok Sabha Speaker) ସୋମନାଥ ଚାଟାର୍ଜୀଙ୍କ (Somnath Chatterjee) ମାର୍ଗ ଅନୁସରଣ କରିବେ? ସିପିଏମ ନେତା ଦଳର ଲୋକସଭା ସାଂସଦ ସୋମନାଥ ଚାଟାର୍ଜୀ ୨୦୦୪-୨୦୦୯ ପର୍ଯ୍ୟନ୍ତ କେନ୍ଦ୍ରରେ ସରକାର ଗଠନ କରିଥିବା କଂଗ୍ରେସ ନେତୃତ୍ୱାଧିନ ପ୍ରଥମ ପାଳି ୟୁପିଏ ସରକାରରେ ଲୋକସଭାର ବାଚସ୍ପତି ଥିଲେ। ମାତ୍ର ୨୦୦୮ ବର୍ଷରେ ହୋଇଥିବା ଭାରତ-ଆମେରିକା ଆଣବିକ ଚୁକ୍ତି ପ୍ରସଙ୍ଗରେ ବାମ ଦଳ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା।

ସେତେବେଳେ ସିପିଏମ୍ ଚାହୁଁଥିଲା ଯେ ଦଳର ଲୋକସଭା ସୋମନାଥ ଚାଟାର୍ଜୀ ମଧ୍ୟ ଲୋକସଭା ବାଚସ୍ପତି ପଦରୁ ଇସ୍ତଫା ଦିଅନ୍ତୁ। ମାତ୍ର ଲୋକସଭା ବାଚସ୍ପତି ପଦ ଛାଡିବାକୁ ମନା କରି ଦେଇଥିଲେ ସେ। ତାଙ୍କର ଯୁକ୍ତି ଥିଲା ଯେ ବାଚସ୍ପତି କୌଣସି ଦଳର ପ୍ରତିନିଧିତ୍ୱ କରନ୍ତିନାହଁ। ହେଲେ ସିପିଏମ ତାଙ୍କ ଆଭିମୁଖ୍ୟକୁ ପସନ୍ଦ କରୁନଥିଲା ଏବଂ ପରେ ତାଙ୍କୁ ଦଳରୁ ବହିଷ୍କାର କରି ଦେଇଥିଲା। ଦଳରୁ ବହିଷ୍କୃତ ହେବା ପରେ ସିପିଏମ ନେତା ସୋମନାଥ ଚାଟାର୍ଜୀଙ୍କ (CPM Leader Somnath Chatterjee) ରାଜନୈତିକ କ୍ୟାରିୟର ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିଲା ନାହିଁ। ସେ ୨୦୦୯ ଲୋକସଭା ନିର୍ବାଚନ ସମୟରେ ରାଜନୀତିରୁ ଅବସର ନେଇଥିଲେ। ଗତ  ୨୦୧୮ ଅଗଷ୍ଟରେ ତାଙ୍କର ଦେହାନ୍ତ ହୋଇଛି। 

Also Read: Politics of Power Change: ବିଧାନସଭାରେ କ୍ଷମତା ପରିବର୍ତ୍ତନ,ରାଜ୍ୟସଭାରେ ବଢିଲା ହୃଦକମ୍ପନ

 

ବର୍ତ୍ତମାନ ଏହି ସ୍ଥିତି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କ ସାମ୍ନାରେ ଉପୁଜିପାରେ। କାରଣ ଜେଡିୟୁ ରାଜ୍ୟସଭା ସାଂସଦ (JDU Rajya Sabha MP) ହୋଇ ସେ ଏହି ପଦରେ ଅଛନ୍ତି। ଯଦି  ବିଜେପି ଏବଂ ଜେଡିୟୁ ପକ୍ଷରୁ କୌଣସି ଅଭିଯୋଗ ନ ହେଲେ ତାଙ୍କ ସାମ୍ନାରେ ଏହି ପରିସ୍ଥିତି ଉପୁଜିବ ନାହିଁ। ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ୨ ଥର ନିର୍ବାଚିତ ହୋଇଛନ୍ତି। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ବିଭିନ୍ନ ଗଣମାଧ୍ୟମ ସଙ୍ଗଠନ ସହ କାମ କରିଛନ୍ତି। କେବଳ ଏତିକି ନୁହେଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଅତିରିକ୍ତ ଗଣମାଧ୍ୟମ ପରାମର୍ଶଦାତା ମଧ୍ୟ ସେ ରହିଛନ୍ତି।