ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ରାଜଧାନୀରେ ବଣଭୋଜି କରିବା ପାଇଁ ନେବାକୁ ହେବ ଅନୁମତି। ବେଶ ଲମ୍ବା ସମୟର ଧରି ଦେଶ ରାଜ୍ୟର ଜାରି ରହିଥିବା କୋରୋନା ସଂକଟ କାରଣରୁ କୌଣସି ଧରଣର ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ଜାରି ହୋଇଛି ସରକାରୀ କଟକଣା। ଏହାକୁ ଦୃଷ୍ଟିରେ ରଖି ବଣଭୋଜି ପାଇଁ ପ୍ରତିବନ୍ଧକ ଲଗାଯାଇଛି।  


COMMERCIAL BREAK
SCROLL TO CONTINUE READING

ଅର୍ଥାତ ବଣଭୋଜି କରିପାରିବେ ହେଲେ ଏଥିଲାଗି ଜାରି ହୋଇଥିବା ଗାଇଡଲାଇନ୍ସ କଟକଣା ପାଳନ କରିବା ବାଧ୍ୟତାମୂଳକ। ରାଜଧାନୀ ଭୁବନେଶ୍ବରରେ ଥିବା ପିକନିକ୍ ସ୍ପଟ୍ ଠାରେ ବଣଭୋଜିର ଆୟୋଜନ କରିବା ପାଇଁ ବିଏମସି ଅନୁମିତ ଆବଶ୍ୟକ ବୋଲି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି। ସରକାରଙ୍କ ନିୟମ ମୁତାବକ କୌଣସି ସାମୂହିକ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକ ଏକାଠି ହୋଇପାରିବେ। 


Also Read: ସୁସ୍ଥ ମଣିଷ ସମାଜ ଗଠନ ପାଇଁ ରାଜଧାନୀରେ ସାଇକ୍ଲୋଥନ


 


ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ କମିଶନରଙ୍କୁ ଦାୟିତ୍ବ ଦିଆଯାଇଛି। କମିଶନରଙ୍କ କହିବା ମୁତାବକ ବଣଭୋଜି ପାଇଁ କୋଭିଡ କଟକଣା ଅନୁଯାଇ ବିଏମସି ଠାରୁ ଲିଖିତ ଅନୁମତି ନେବାକୁ ହେବ। ଏହାପରେ ତର୍ଜମା କରି ଅନୁମତି ଦିଆଯିବ। ଏ ପର୍ଯ୍ୟନ୍ତ ଏନେଇ କୌଣସି ଆବେଦନ ହୋଇନଥିବା କମିଶନର କହିଛନ୍ତି।