ସୁସ୍ଥ ମଣିଷ ସମାଜ ଗଠନ ପାଇଁ ରାଜଧାନୀରେ ସାଇକ୍ଲୋଥନ
Advertisement
Article Detail0/zeeodisha/odisha816404

ସୁସ୍ଥ ମଣିଷ ସମାଜ ଗଠନ ପାଇଁ ରାଜଧାନୀରେ ସାଇକ୍ଲୋଥନ

ସାଇକେଳ ଚାଳକଙ୍କୁ ପ୍ରୋତ୍ସାହିତ କରିବା ଲାଗି ପୂର୍ବରୁ ବିଏମସି ପକ୍ଷରୁ ପ୍ରତି ଶୁକ୍ରବାର ସାଇକେଲ ଗିରି ଚାଲୁଥିବା ବେଳେ ଆଗକୁ ଏଭଳି ପଦକ୍ଷେପ ଜାରି ରହିବ ବୋଲି ବିଏମସି କମିଶନର କହିଛନ୍ତି। 

ସୁସ୍ଥ ମଣିଷ ସମାଜ ଗଠନ ପାଇଁ ରାଜଧାନୀରେ ସାଇକ୍ଲୋଥନ

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଶୀତୁଆ ସକାଳେ ସାଇକେଲର ମଜା। ଭୁବନେଶ୍ୱର ମହାନଗର ନିଗମ-ବିଏମସି ପକ୍ଷରୁ ଆୟୋଜିତ ହୋଇଛି ସାଇକ୍ଲୋଥନ। କେନ୍ଦ୍ର ସରକାରଙ୍କ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ସାଇକେଲ ରାଲି ଭୁବନେଶ୍ୱର ମହାନଗର ନିଗମ ଓ ସ୍ମାର୍ଟ ସିଟି ଲିମିଟେଡ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି।

ସକାଳ ୭ଟାରୁ ଭୁବନେଶ୍ୱର ଶିଶୁଭବନ ସ୍ଥିତ ଏକାମ୍ରପ୍ଲାଜା ଠାରୁ ଶିଖରଚଣ୍ଡୀ ପର୍ଯ୍ୟନ୍ତ ୧୨ କିଲୋମିଟର ବ୍ୟାପି ସାଇକେଲ ରାଲିରେ ୩୦୦ରୁ ଅଧିକ ସାଇକେଲ ଚାଳକ ଯୋଗଦେଇଥିଲେ। ନାଗରିକଙ୍କୁ ସୁସ୍ଥ ନିରୋଗ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରାଯାଉଛି। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ଏବଂ ପ୍ରଥମ ଓଡ଼ିଆ ଅର୍ଜୁନ ପ୍ରାପ୍ତ ତଥା ପ୍ରଥମ ମହିଳା ସାଇକେଲ ଚାଳକ ମିନତୀ ମହାପାତ୍ର ଯୋଗ ଦେଇ ପତାକା ଦେଖାଇ ଏହି ମାରଥନକୁ ଶୁଭାରମ୍ଭ କରିଥିଲେ।

ସାଇକେଳ ଚାଳକଙ୍କୁ ପ୍ରୋତ୍ସାହିତ କରିବା ଲାଗି ପୂର୍ବରୁ ବିଏମସି ପକ୍ଷରୁ ପ୍ରତି ଶୁକ୍ରବାର ସାଇକେଲ ଗିରି ଚାଲୁଥିବା ବେଳେ ଆଗକୁ ଏଭଳି ପଦକ୍ଷେପ ଜାରି ରହିବ ବୋଲି ବିଏମସି କମିଶନର କହିଛନ୍ତି।