ଆକ୍ସନ ମୁଡରେ ବିଏମସି, ଆରମ୍ଭ ହେଲା ମିଶନ କ୍ଲିନ୍
Advertisement
Article Detail0/zeeodisha/odisha817259

ଆକ୍ସନ ମୁଡରେ ବିଏମସି, ଆରମ୍ଭ ହେଲା ମିଶନ କ୍ଲିନ୍

ଉହ୍ଲଘଂନକାରୀ ବ୍ୟବସାୟୀଙ୍କ ଠାରୁ ଫାଇନ ଆଦାୟ କରିବା ସହ ଆବଶ୍ୟକ ପଡିଲେ ଟ୍ରେଡ୍ ଲାଇସେନ୍ସ ବାତିଲ ଏବଂ ଦୋକାନ ସିଲ୍ କରିବାକୁ ଚେତାବନୀ ଦେଇଛି ବିଏମସି। ପ୍ରାଥମିକ ପର୍ଯ୍ୟାୟରେ ଇନ୍ଦ୍ରଧନୁ ମାର୍କେଟରୁ ମିଶନ ଆରମ୍ଭ କରି ୧୦ରୁ ଅଧିକ ବ୍ୟବସାୟୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି।

ଆକ୍ସନ ମୁଡରେ ବିଏମସି, ଆରମ୍ଭ ହେଲା ମିଶନ କ୍ଲିନ୍

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ବିଏମସିର ମିଶନ କ୍ଲିନ୍ ଏଣିକି ବ୍ୟବହାର ହେବ ଡବଲ ଡଷ୍ଟବିନ୍। ଚଳିତ ସ୍ବଚ୍ଛ ସର୍ବେକ୍ଷଣରେ ଭଲ ରାଙ୍କ ରଖିବା ଆଶାରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ପୂର୍ବ ଘୋଷଣା ମୁତାବକ ସୋମବାର ଠାରୁ ଦୁଇଟି ଡଷ୍ଟବିନ୍ ବ୍ୟବହାର କରିବା ନିୟମକୁ କଡାକଡି କରାଯାଇଛି। ସଚେତନତା ପରେ ଅଧିକାଂଶ ବ୍ୟବସାୟୀ ଦୁଇଟି ଲେଖାଏଁ ଡଷ୍ଟବିନ୍ ରଖୁନଥିବାରୁ ବିଏମସି ପରିମଳ ବିଭାଗ ସହ ଏନଫୋର୍ସମେଣ୍ଟ ଟିମ୍ ଭୁବନେଶ୍ବର ଇନ୍ଦ୍ରଧନୁ ମାର୍କେଟରୁ ଚଢାଉ ଆରମ୍ଭ କରିଛି। 

ଉହ୍ଲଘଂନକାରୀ ବ୍ୟବସାୟୀଙ୍କ ଠାରୁ ଫାଇନ ଆଦାୟ କରିବା ସହ ଆବଶ୍ୟକ ପଡିଲେ ଟ୍ରେଡ୍ ଲାଇସେନ୍ସ ବାତିଲ ଏବଂ ଦୋକାନ ସିଲ୍ କରିବାକୁ ଚେତାବନୀ ଦେଇଛି ବିଏମସି (BMC)। ପ୍ରାଥମିକ ପର୍ଯ୍ୟାୟରେ ଇନ୍ଦ୍ରଧନୁ ମାର୍କେଟରୁ ମିଶନ ଆରମ୍ଭ କରି ୧୦ରୁ ଅଧିକ ବ୍ୟବସାୟୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ଦୁଇଟି ଡଷ୍ଟବିନ୍ ଅର୍ଥାତ ଗୋଟିଏ ଓଦା ଏବଂ ଅନ୍ୟଟି ଶୁଖିଲା ଅଳିଆ ପାଇଁ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରିବା ସହ ଡଷ୍ଟବିନ୍ ରଖିନଥିବା ଦୋକାନ ପିଛା ୨୫୦ ଟଙ୍କା ଜରିମାନା ଆଦାୟ ହୋଇଛି।

ସୋମବାର ମୋଟ ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାପରେ ନିୟମ ଖିଲାପ କଲେ  ଟ୍ରେଡ୍ ଲାଇସେନ୍ସ ରଦ୍ଦ କରିବା ସହ ଦୋକାନ ସିଲ୍ କରାଯିବ ବୋଲି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ ଚେତାବନୀ ଦେଇଛନ୍ତି। ପ୍ରଚାର ଗାଡି ମାଧ୍ୟମରେ ସଚେତନ ଜାରି ରହିଥିବା ବେଳେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହା ସହା ଏକକ ବ୍ୟବହୃତ ପଲିଥିନ ଜବତ କରିବା ସହ ଜରିମାନା ମଧ୍ୟ ଆଦାୟ ହୋଇଛି। 

Also Read: ବଦଳିବ ଚିତ୍ର, ମିଳିବ ଉନ୍ନତ ମାନର ଚିକିତ୍ସା

 

ସେପଟେ ଉଚ୍ଛେଦ ସମୟରେ ବିଏମସି ଓ ବ୍ୟବସାୟୀଙ୍କ ମଧ୍ୟରେ ତିକ୍ତତା ପରିସ୍ଥିତି ଦେଖାଦେଇଥିଲା। ବିନା ସଚେତନତା ଓ ବୈଠକ କରି କେବଳ ବାହାରେ ପ୍ରଚାର କରି ବିଏମସି ଦାୟିତ୍ବ ଖସାଇଦେଇଥିବା ବ୍ୟବସାୟୀ ଅଭିଯୋଗ କରି ସ୍କାର୍ଡଙ୍କୁ ଘେରିଥିଲେ। ବିରୋଧ କରିବା ସହ ଆଗୁଆ ସୂଚନା ଦେଇଥିଲେ ଦୁଇଟି ଡଷ୍ଟବିନ୍ ରଖିଥାନ୍ତୁ ବୋଲି ସେମାନେ କହିଛନ୍ତି। ଏବେ ତ୍ରୁଟି ସୁଧାରିବା ସହ ଡବଲ ଡଷ୍ଟବିନ୍ ରଖିବାକୁ କହିଛନ୍ତି।

Also Read: ସପ୍ତାହେ ପରେ ଖୋଲିବ ଧର୍ମାନୁଷ୍ଠାନ! ରାଜଧାନୀରେ SOP ଜାରି

ଏହା ସହ ଜରିମାନା ପରେ ଇନ୍ଦ୍ରଧନୁ ମାର୍କେଟ୍ ସଂଘ ସମସ୍ତ ବ୍ୟବସାୟୀଙ୍କୁ ଦୁଇଟି ଡଷ୍ଟବିନ୍ ରଖିବାକୁ ନିର୍ଦ୍ଦେଶ ଦେଇଛି। ଆମାନିଆ ହେଲେ ଦୋକାନ ଖୋଲିବାକୁ ଦିଆଯିବ ନାହିଁ ବୋଲି ଇନ୍ଦ୍ରଧନୁ ବ୍ୟବସାୟୀ ସଂଘର ସମ୍ପାଦକ ପ୍ରଶାନ୍ତ ନାରାୟଣ ରାଉତରାୟ କହିଛନ୍ତି। ବିଏମସିକୁ ପରିମଳ ପରିଚାଳନା ଚିନ୍ତା ଘାରିଥିବା ବେଳେ ରାସ୍ତାକଡ ଓ ଅନ୍ୟ ବ୍ୟବସାୟୀଙ୍କୁ ଏହି କଡା ନିର୍ଦ୍ଦେଶ ଦେଇଛି। ଯଦ୍ବାରା ଦୋକାନ ତଥା ସହରର ପରିମଳ ବ୍ୟବସ୍ଥା ସୁଧୁରିପାରିବ। ଏସବୁ ବିଏମସିର ପଦକ୍ଷେପ ଓ ଜନସାଧାରଣଙ୍କ ମାନସିକତା ଉପରେ ନିର୍ଭର କରୁଛି।