ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆତଙ୍କ। ପ୍ରଥମ ମୁଣ୍ଡ ନେଇଥିବା ଚର୍ଚ୍ଚା। ରାଜ୍ୟ ରାଜଧାନୀରେ କୋରୋନା ଭୟ ନସରୁଣୁ ଚିନ୍ତା ବଢାଇଲାଣି ଡେଙ୍ଗୁ ସମସ୍ୟା। ଦିନକୁ ଦିନ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଡେଙ୍ଗୁ ପ୍ରଭାବରେ ଭୁବନେଶ୍ବର ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ୧୫ ବର୍ଷୀୟ ନାବାଳିକାଙ୍କ ମୃତ୍ୟ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ବିଏମସି ଏହାକୁ ପରୋକ୍ଷରେ ଖଣ୍ଡନ କରି ତନାଘନା ଆରମ୍ଭ କରିଛି। ଏହା ଘରୋଇ ହସ୍ପିଟାଲରେ ହୋଇଥିବା ବେଳେ ରିପୋର୍ଟ ଆସନଥିବା କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ।  


COMMERCIAL BREAK
SCROLL TO CONTINUE READING

ଡେଙ୍ଗୁ ଟେନସନ୍, ନେଲା କି ପ୍ରଥମ ମୁଣ୍ଡ! ମହାମାରୀ କୋରୋନା କାଳରେ ଡେଙ୍ଗୁ ରୋଗକୁ ନେଇ ରାଜ୍ୟ ରାଜଧାନୀରେ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ (Dengue Patients) ସଂଖ୍ୟାରେ ବ୍ରେକ୍ ଲାଗୁନଥିବା ବେଳେ ବଢୁଥିବା ରୋଗୀ ସଂଖ୍ୟା ଚିନ୍ତା ଘାରିଛି। ଏଥିରେ ଭୁବନେଶ୍ବର ଶୈଳଶ୍ରୀ ବିହାର ଅଞ୍ଚଳରୁ ୧୫ ବର୍ଷୀୟ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ଚିନ୍ତା ବଢାଇଦେଇଛି। ଯାହାକୁ ନେଇ କୌଣସି ଖବର ନଥିବା କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ବିଏମସି କମିଶନର ସଞ୍ଜୟ ସିଂହ (BMC Commssioner Sanjay Singh)। 


Also Read: Dengue@172: ମୁକାବିଲା ପାଇଁ ଅଣ୍ଟା ଭିଡି଼ଲା Khordha Dist Admin-BMC


ଦୈନିକ ଡୋର ଟୁ ଡୋର୍ ସର୍ଭିଲାନ୍ସ (Door to Door Surveillance) ଚାଲିଥିବା ବେଳେ ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୯୧ କ୍ୟୁମୁଲେଟିଭ୍ ଡେଙ୍ଗୁ ରୋଗୀ (Cumulative Dengue Patients) ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଖବର ପରେ ମୃତକ ଟେଷ୍ଟିଂ କେଉଁଠି ଏବଂ କେଉଁଥିରେ କରିଥିଲେ ତାଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା କି ନାହିଁ ଏସବୁ ବିଏମସି ତନାଘନା କରିଛି।  


ସେପଟେ ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଜାନୁଆରୀ ମାସରୁ ଏ ପର୍ଯ୍ୟନ୍ତ ୨୭୬ ଜଣ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରୁ ୪୨୭ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ ହାରାହାରି ୨୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ପ୍ରାୟ ୬୬୯୬ ଘରେ ତନାଘନା ହୋଇଥିବା ବେଳେ କେବଳ ରାଜଧାନୀରେ ୨୭୨୮ ବ୍ରିଡିଂ ସାଇଟ୍ (Dengue Breeding Site) ଚିହ୍ନଟ ହୋଇଛି। ଏହାକୁ ପ୍ରତିହତ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ସହ ବ୍ୟକ୍ତିଗତ ସ୍ତରରେ ସଚେତନ ରହିବାକୁ କୁହାଯାଇଛି। ବର୍ତ୍ତମାନ ପ୍ରାୟ ପ୍ରତିଦିନ ୧୫-୨୦ ମାମଲା ଆସୁଛି। ସେହିପରି ଡେଙ୍ଗୁ ମୄତ୍ୟୁଙ୍କୁ ନେଇ ଏହା ଘରୋଇ ହସ୍ପିଟାଲରେ ହୋଇଛି ରିପୋର୍ଟ ଆସିନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର (DMET Director Niranjan Mishra)। 


Also Read: ରାଜଧାନୀରେ ଡେଙ୍ଗୁ ଆତଙ୍କ! ମୁକାବିଲା ପାଇଁ ଅଣ୍ଟାଭିଡି଼ଲା ସ୍ୱାସ୍ଥ୍ୟ ବିଭାଗ


କୋଭିଡ ସମୟରେ ଡେଙ୍ଗୁ ଆତଙ୍କ ହଟଚମଟ ସୃଷ୍ଟି କରିଛି। ସ୍ବତଃପ୍ରବୃତ୍ତ ଭାବେ ଘର ଚାରିପାଖେ ପାଣି ନ ଜମିବା ଦେବାକୁ କୁହାଯାଇଛି। ସାତ ଦିନରୁ ଅଧିକ ପାଣି ଜମିଲେ ଡେଙ୍ଗୁ ମଶା ବ୍ୟାପିବାର ସମ୍ଭାବନା ରହିଛି। ସପ୍ତାହକୁ ଥରେ ଘର ଚାରିପଟ ପାଣି ସଫା କରନ୍ତୁ।