ଗତ ରବିବାର ସୁଦ୍ଧା ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦ ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଛି।
Trending Photos
ଭୁବନେଶ୍ୱର: କୋରୋନା ମହାମାରୀ ପରେ ରାଜଧାନୀରେ ଡେଙ୍ଗୁ ଆତଙ୍କ। କୋଭିଡ କାଳରେ ଡେଙ୍ଗୁକୁ ନେଇ ଭୟ ସଞ୍ଚାର ହୋଇଛି। ରାଜ୍ୟ ରାଜଧାନୀରୁ ଏପରି ଖବର ଆସିବା ପରେ ସ୍ଵାସ୍ଥ୍ୟ ବିଭାଗ ଜାଗ୍ରତ ହୋଇଉଠିଛି। ଗତ ମଙ୍ଗଳବାର ଏକ ସ୍ବତନ୍ତ୍ର ଟିମ୍ ଯାଇ ସଂକ୍ରମଣ ସ୍ଥାନରେ ଅନୁଧ୍ୟାନ କରିବା ସହ ସଚେତନ କରିଛି। ଏପର୍ଯ୍ୟନ୍ତ ସ୍ଥିତି ଆୟତ୍ତରେ ଥିବା ଟିମ୍ ପକ୍ଷରୁ କୁହାଯାଇଥିବା ବେଳେ ଏଣିକି ଘରେ ପାଣି ଜମିଲା ଭଳି ପଦାର୍ଥ ରଖିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି।
ରାଜଧାନୀରେ ଡେଙ୍ଗୁ ଆତଙ୍କ! ହଟ ସ୍ପଟ୍ (Dengue Hotspot) ଠାରେ ପହଞ୍ଚି ନମୁନା ସଂଗ୍ରହ କରିଛି ସ୍ୱାସ୍ଥ୍ୟ ବିଭାଗ। ଏହା ସହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ମଧ୍ୟ ସଚେତନ କରାଯାଇଛି। ମୌସୁମୀ ଋତୁ ତଥା ବର୍ଷା ଦିନ ଆରମ୍ଭ ହେଉଣୁ ରାଜ୍ୟ ରାଜଧାନୀରେ ଡେଙ୍ଗୁ ରୋଗକୁ ନେଇ ସୃଷ୍ଟି ହୋଇଛି ଆତଙ୍କ। ଏନେଇ ଖବର ପରେ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ସଂକ୍ରମିତ ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି।
Also Read: କୋଭିଡ ମୃତ୍ୟୁକୁ ନେଇ ସରକାର ଦେଲେ ସ୍ପଷ୍ଟୀକରଣ
ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ଅଧିନସ୍ଥ ନୀଳାଦ୍ରି ବିହାର (Niladri Vihar) ଅଞ୍ଚଳ ପରିଦର୍ଶନ କରି ନମୁନା ସଂଗ୍ରହ କରିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରିଛନ୍ତି। ଏ ପର୍ଯ୍ୟନ୍ତ ଚିହ୍ନଟ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ଯେଉଁ ଅଞ୍ଚଳରେ ଏହି ରୋଗ ଦେଖାଦେଛି ସେଠାରେ ବିଏମସି (BMC) ଦ୍ୱାରା ପଦକ୍ଷେପ ନିଆଯାଉଥିବା ଜନ ସ୍ୱାସ୍ଥ୍ୟ ବିଭାଗ (Public Health Department) ପକ୍ଷରୁ କୁହାଯାଇଛି। ଗତ ରବିବାର ସୁଦ୍ଧା ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦ ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଛି। ରାଜ୍ୟର ଅନ୍ୟ କେଉଁଠାରେ ରୋଗୀ ଚିହ୍ନଟ ହୋଇନଥିବା ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ସେପଟେ ଆଗକୁ ପୋଷ୍ଟର, ବ୍ୟାନର ଲଗାଇ ଅଧିକ ଜନ ସଚେତନ କରାଯିବା ସହ ସ୍ୱଚ୍ଛ ସାଥୀ ଘର ଘର ବୁଲି ଲୋକଙ୍କୁ ବୁଝାଇବାକୁ ପରାମର୍ଶ ଦିଆଯାଇଛି। ଦିନକୁ ଥରେ ମଶା ଧୂଆଁ ଦିଆଯିବ ଏବଂ ଡେଙ୍ଗୁ ବାହାରିଥିବା ପାଖ ପଡୋଶୀଙ୍କୁ ଅଧିକ ସଚେତନ କରାଯିବ। ଯଦି କାହାର ଡେଙ୍ଗୁ ଲକ୍ଷଣ ଦେଖାଯାଉଛି ତାହେଲେ କ୍ୟାପିଟାଲ ହସପିଟାଲ (Bhubaneswar Capital Hospital), ଏମ୍ସ୍ (Bhubaneswar AIIMS) କିମ୍ବା ଆରଏମଆରସି ଠାରେ ଏଲିଶା ଟେଷ୍ଟ (Elisa Test for Dengue) କରାଇବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିମ୍। ଏହା ସହ ଏଣିକି ଘର ଅଗଣା ଭିତରେ ପାଣି ଜମିଲା ଭଳି ପଦାର୍ଥ ଯଥା ଥର୍ମୋକୁଲ, ନଡ଼ିଆ, ସଢେଇ, ଟାୟାର, ପାଣି କୁଣ୍ଡ, ମାଟି କୁଡିଆ ରଖିଥିବା ଲୋକଙ୍କୁ ଠାରୁ ଜୋରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ନହେବା ପାଇଁ ୱାର୍ଡ ଅଫିସର, ସାନିଟାରୀ ଅଫିସର ପ୍ରମୁଖ ସଫେଇ ସହ ସଚେତନ ଦିଗରେ କାମ କରୁଥିବା ବିଏମସି କହିଛି।
Also Read: ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ, ୫୦ ତଳକୁ ଖସୁନି ମୃତ୍ୟୁ ସଂଖ୍ୟା
ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସହ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ପ୍ରକୃତ ସଂଖ୍ୟା ସଠିକ ଭାବେ ଜଣାପଡିନାହିଁ। କେତେକ ରୋଗୀ ବେସରକାରୀ ହସପିଟାଲ ଠାରେ କିଟ୍ ଦ୍ୱାରା ଏଲିସା ଟେଷ୍ଟ କରୁଥିବାରୁ ପ୍ରକୃତ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅସ୍ପଷ୍ଟ ରହୁଛି। ଆଗକୁ ମଧ୍ୟ ବର୍ଷା ତଥା ମୌସୁମୀ ଋୁତୁ ହେତୁ ଲୋକଙ୍କୁ ସ୍ବତପ୍ରବୃତଃ ଭାବେ ସଚେତନ ରହିବା ଆବଶ୍ୟକ।