ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ଶନିବାର ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ, ଅବପାତରେ ପରିଣତ ହେବ। ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇପାରେ। ତେବେ ଏହି ବାତ୍ୟା ପୂର୍ବରୁ କଣ କଣ କରିବେ ସେ ନେଇ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତରଫରୁ ଏକ ଭିଡିଓ ଜାରି କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହେଲା ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ। ଏହାପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବା ନେଇ ସମ୍ଭାବନା ରହିଛି। ଏହାସହ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ। ସେହିପରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇ ୧୦ ତାରିଖ ସୁଦ୍ଧା ଆନ୍ଧ୍ର-ଓଡ଼ିଶା ଉପକୂଳରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ତେବେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ।


Also Read: Cyclone Asani Updates: ରବିବାର ସୁଦ୍ଧା ବାତ୍ୟା, ଲ୍ୟାଣ୍ଡଫଲକୁ ନେଇ ଚାଲିଛି ଆକଳନ


ଅନ୍ୟପଟେ ବାତ୍ୟା (Cyclone) ପୂର୍ବରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ କରାଇଛି। OSDMA ପକ୍ଷରୁ କୁହାଯାଇଛି-


  • ବାତ୍ୟା ପୂର୍ବରୁ ଘର ପାଖରେ ଥିବା ଗଛର ଶୁଖିଲା ଡାଳ ଓ ବାହୁଙ୍ଗା କାଟି ସଫା କରନ୍ତୁ।

  • ଗଣମାଧ୍ୟମରେ ବାତ୍ୟାକୁ ନେଇ ଆସୁଥିବା ଖବରକୁ ଧ୍ୟାନ ଦିଅନ୍ତୁ।

  • ପରିବାର ସ୍ତରରେ ଜରୁରୀ କିଟ୍ ପ୍ରସ୍ତୁତ ରଖନ୍ତୁ।

  • ଘର ଛାଡ଼ିବାର ସୂଚନା ପାଇଲେ କଚା ଘର ଛାଡି ନିକଟସ୍ତ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ।

  • ଜରୁରୀ କିଟ୍ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ।

  • ବାତ୍ୟା ଛାଡିବାର ସୂଚନା ନ ପାଇବାଯାଏଁ ସୁରକ୍ଷିତ ସ୍ଥାନ ଛାଡନ୍ତୁ ନାହିଁ। 


 



ସେପଟେ ବାତ୍ୟା ସମ୍ଭାବନା ନେଇ SRC ପ୍ରଦୀପ ଜେନା ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ଆଜି ସଂଧ୍ୟା ସୁଦ୍ଧା NDRF, ଓଡ୍ରାଫ୍ ଟିମ୍ ମୁତୟନ ପ୍ଲାନ୍ କରାଯିବ ବୋଲି ଏସଆରସି କହିଛନ୍ତି। ଅନ୍ୟପଟେ ତ୍ୱରିତ ସେବା ଯୋଗାଇବାକୁ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇଥିବା ସେ କହିଛନ୍ତି। ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟରେ ଆଲୋଚନା ହୋଇଛି। ଜଳସମ୍ପଦ, ପୂର୍ତ୍ତ, ଜଙ୍ଗଲ ବିଭାଗ ସହ ଆଲୋଚନା ମଧ୍ୟ ହୋଇଥିବା ସେ ସୂଚନା ଦେଇଛନ୍ତି।