ଗତକାଲିର ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି।
Trending Photos
ଭୁବନେଶ୍ୱର: ଗୁରୁବାର ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅବପାତ ଆସନ୍ତା ୮ତାରିଖରେ ବାତ୍ୟା ରୂପ ନେବ ଓ ୧୦ ତାରିଖରେ ଉତ୍ତର ଆନ୍ଧ୍ର-ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ମେ ୭ରେ ଅବପାତର ରୂପ ନେବା ସମ୍ଭାବନା ରହିଛି। ମେ ୮ ତାରିଖ ଅର୍ଥାତ ରବିବାର ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟା ରୂପ ନେଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ର-ଓଡ଼ିଶା ଉପକୂଳ ଛୁଇଁପାରେ। ବାତ୍ୟା ପାଇଁ ବର୍ତ୍ତମାନ ପାଗ ଅନୁକୂଳ ରହିଛି। ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ବାୟୁମଣ୍ଡଳ ଯାଏ ରହିଛି। ପ୍ରାକ୍ ମୌସୁମି ସମୟରେ ସମୁଦ୍ର ଉପରି ଭାଗରେ ଅଧିକ ତାପମାତ୍ରା ଥାଏ। ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିଲେ ବାତ୍ୟା ପାଇଁ ଅନୁକୂଳ ହୁଏ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।
Also Read: National Cartoonist Day: ବିଦେଶ ଡାକୁଛି 'ସେଖର ବାବୁ', ଘରେ ପରିଚୟ ପାଇଁ କରୁଛନ୍ତି ସଙ୍ଘର୍ଷ
ବର୍ତ୍ତମାନ ସମୁଦ୍ର ଉପରି ଭାଗରେ ତାପମାତ୍ରା ୨୯ ଡିଗ୍ରୀରୁ ଅଧିକ ରହିଛି। ତେବେ ଏଥର ବାତ୍ୟା ହେବ କି ନାହିଁ ଏଯାଏ ସ୍ପଷ୍ଟ ହୋଇ ନାହିଁ। କାରଣ ଅଧିକାଂଶ ଲଘୁଚାପ ସମୁଦ୍ରରେ ହିଁ ଦୁର୍ବଳ ହୋଇଥାଏ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବତ୍ୟାର ଚିତ୍ର ସ୍ପଷ୍ଟ ହେବ। ପାଣିପାଗ ବିଭାଗ ଲଗାତର ଲଘୁଚାପ ଉପରେ ନଜର ରଖିଛି। ଯଦି ବାତ୍ୟା ଆସେ ତେବେ କେଉଁଛି ଲ୍ୟାଣ୍ଡଫଲ କରିବ ତାହାର ଆକଳନ କରାଯାଉଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିବା ସହ ଗୁଜବରେ ବିଶ୍ବାସ ନକରିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ସମ୍ଭାବ୍ୟ ବାତ୍ୟା 'ଆସାନୀ' ଆଶଙ୍କାକୁ ଦୃଷ୍ଟିରେ ରଖି ଓଡିଶା ସରକାର ୧୮ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛନ୍ତି। ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପ୍ରବଳ ପବନ ବହିପାରେ। ଏହି ବିପଦକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ସରକାର ୧୭ଟି NDRF ଟିମ୍ ଏବଂ ୨୦ଟି ODRAF ଟିମ୍ ନିୟୋଜିତ କରିଛନ୍ତି। ୧୭୫ଟି ଅଗ୍ନିଶମ ବାହିନୀ ମଧ୍ୟ ନିୟୋଜିତ କରାଯାଇଛି। ପୁରୀ, ଢେଙ୍କାନାଳ ଏବଂ ଉତ୍ତର ଉପକୂଳ ଓଡିଶାର ଅନେକ ଜିଲ୍ଲା ଶୁକ୍ରବାର ଠାରୁ ଶନିବାର ପର୍ଯ୍ୟନ୍ତ ପ୍ରବଳ ପବନ ବହିପାରେ।
Also Read: ଆସୁଛି Cyclone Asani! ଓଡ଼ିଶାରେ ଲ୍ୟାଣ୍ଡଫଲ ଆଶଙ୍କା, ୧୮ ଜିଲ୍ଲାକୁ ସତର୍କତା
୨୦୨୧ ମସିହାରେ ତିନୋଟି ବାତ୍ୟା (Cyclone) ଭାରତରେ ମାଡ ହୋଇଛି। ଡିସେମ୍ବର ୨୦୨୧ରେ ସାଇକ୍ଲୋନନ୍ 'ଜୱାଦ' ଆସିଥିବାବେଳେ ସେପ୍ଟେମ୍ବରରେ 'ଗୁଲାବ' ଓ ମେ' ରେ 'ୟସ' ଆସିଥିଲା। ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ଘୂର୍ଣ୍ଣିବଳୟ ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ୨୦୧୯ ଏପ୍ରିଲରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ବତ୍ୟା 'ଫଣୀ'ର ରୂପ ନେଇଥିଲା। ଫଣୀ ମେ' ୫ରେ ଲ୍ୟାଣ୍ଡଫଲ କରିଥିଲା। ଆସାନୀ ଓ ଫଣୀର ଉତ୍ପତ୍ତି ସ୍ଥାନ ଭିନ୍ନ ହୋଇପାରେ। ଏଭଳି ପରିସ୍ଥିତିରେ ଫାନି ଭଳି ଆସାନୀ ପ୍ରଭାବଶାଳୀ ହୋଇନପାରେ। ଯଦିଓ ବାତ୍ୟା ସମୟରେ ଘଣ୍ଟା ପ୍ରତି ପବନର ବେଗ ୮୦ରୁ ୯୦ କିଲୋମିଟର ରହିବ ବୋଲି ଆଶାଙ୍କା କରାଯାଉଛି।