ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ଆସିଛି। ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ସମସ୍ତ 100% ଟ୍ରେନରେ ଲିନେନ ସେବା ପ୍ରଚଳନ ହେଉଛି। ଲକଡାଉନ ସମୟରେ ବାତିଲ ହୋଇଥିବା କିଛି ଟ୍ରେନ୍ ପୁନଃପ୍ରଚଳନ ପାଇଁ ନିକଟରେ ଓଡିଶା ଗସ୍ତ ସମୟରେ ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ପୂର୍ବତଟ ରେଳବାଇର ଚାରି ଯୋଡି ଟ୍ରେନ୍ ପୁନ ପ୍ରଚଳନ କରିବାକୁ ଘୋଷଣା କରିଥିଲେ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏବେ ଆଉ ସାତ ଯୋଡା ଟ୍ରେନକୁ ପୁନଃପ୍ରଚଳନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ଟ୍ରେନ୍ ଗୁଡିକ ହେଉଛି, ପୁରୀ-ସିରିଡ଼ି-ପୁରୀ ଏକ୍ସପ୍ରେସ, ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ମେମୁ ସ୍ପେଶାଲ, ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଇଣ୍ଟରସିଟି, ବିଶାଖାପାଟନମ୍-ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ, କଟକ-ପଲାସା-କଟକ ସ୍ପେଶାଲ୍ଏବଂ ପୁରୀ-ତାଳଚେର-ପୁରୀ ମେମୁ ସ୍ପେଶାଲ।


COMMERCIAL BREAK
SCROLL TO CONTINUE READING

ତେବେ ଆସନ୍ତୁ ଜାଣିବା କେବେ ଠାରୁ କେଉଁ ରୁଟରେ କେଉଁ ଟ୍ରେନ୍ ଚଳାଚଳା କରୁଛି ବା କରିବ?


18414/18413 ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ 27 ଜୁନ୍, 2022 ଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି। ଏହା ପୁରୀରୁ ସକାଳ ୬ଘ.୧୫ମି.ରେ ଛାଡୁଥିବାବେଳେ ପାରାଦୀପରୁ ସନ୍ଧ୍ୟା ୬ ଘଟିକାରେ ଛାଡ଼ୁଛି।


08438/08437 କଟକ-ଭଦ୍ରକ-କଟକ ସ୍ପେଶାଲ୍ 27 ଜୁନ୍, 2022 ଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି। କଟକରୁ ଏହି ଟ୍ରେନ୍ ପୂର୍ବାହ୍ନ ୧୧ଘ.୫୫ମି.ରେ ଏବଂ ଭଦ୍ରକରୁ ଅପରାହ୍ନ ୩ଘ.୩୦ମି.ରେ ଛାଡ଼ୁଛି।


Also Read: ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗାଁକୁ ବିଦ୍ୟୁତ ସଂଯୋଗ ହେଲା


18512/18511 ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ 1 ଜୁଲାଇ, 2022 ଠାରୁ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଅପରାହ୍ନ ୨ଘ.୫୦ମି.ରେ ବିଶାଖାପାଟଣା ଠାରୁ ଛାଡିବାକୁ ଥିବାବେଳେ ଏହା 2 ଜୁଲାଇ, 2022 ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ସକାଳ ୫ଘ.୨୫ମି.ରେ କୋରାପୁଟ ଠାରୁ ଛାଡିବ।  


18526/18525ବିଶାଖାପାଟନମ୍-ବ୍ରହ୍ମପୁର-ବିଶାଖାପାଟନମ୍ ଏକ୍ସପ୍ରେସ 14 ଜୁଲାଇ, 2022 ଠାରୁ ବିଶାଖାପାଟଣାରୁ ଅପରାହ୍ନ ୩ ଘଟିକାରେ ଛାଡିବାକୁ ଥିବାବେଳେ 15 ଜୁଲାଇ, 2022  ଠାରୁ ବ୍ରହ୍ମପୁରରୁ ପୂର୍ବାହ୍ନ ୦୯ଘ.୪୫ମି.ରେ ଛାଡିବ। 


08534/08533 ପଲାସା-କଟକ-ପଲାସା ପାସେଞ୍ଜର ସ୍ପେଶାଲ୍ 15 ଜୁଲାଇ, 2022 ଠାରୁ ପଲାସାରୁ ଭୋର ୪ଘ.୧୫ମି.ରେ ଛାଡିବାକୁ ଥିବାବେଳେ 16 ଜୁଲାଇ, 2022 ଠାରୁ କଟକରୁ ଅପରାହ୍ନ ୪ଘ.୧୫ମି.ରେ ଛାଡିବ। 


08414/08413 ପୁରୀ-ତାଳଚେର-ପୁରୀ ସ୍ପେଶାଲ୍ 12 ଜୁଲାଇ, 2022 ଠାରୁ ପୁରୀ ରୁ ସନ୍ଧ୍ୟା ୫ ଘଟିକାରେ ଛାଡିବାକୁ ଥିବାବେଳେ 13 ଜୁଲାଇ, 2022 ଠାରୁ ତାଳଚେର ଠାରୁ ଭୋର ୫ଘ.୪୫ମି,ରେ ଛାଡିବ।


Also Read: ଚିକିତ୍ସାରେ ଚରମ ଅବହେଳା! ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ


20857/20858 ପୁରୀ-ସାଇ ନାଗର ସିରିଡ଼ି-ପୁରୀ ଏକ୍ସପ୍ରେସ 15 ଜୁଲାଇ, 2022 ଠାରୁ ପ୍ରତ୍ୟେକ ଶୁକ୍ରବାର ଦିନ ରାତ୍ରି ୧୧ଘ.୦୫ମି.ରେ ଛାଡିବାକୁ ଥିବାବେଳେ ଏହା ସାଇ ନଗର ସିରିଡ଼ି ଠାରୁ 17 ଜୁଲାଇ, 2022 ରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୨ଘ.୧୦ମି.ରେ ଛାଡିବ। 


ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଟ୍ରେନ ମାନଙ୍କରେ 100% ଲିନେନ/ବେଡ଼ ରୋଲ ସେବା ପ୍ରଚଳନ କରାଯାଇଅଛି। ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ସମସ୍ତ 63 ଟି ଟ୍ରେନରେ ଏହି ସୁବିଧା ପୁନ ଆରମ୍ଭ ହୋଇସାରିଛି। Covid19 ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଟ୍ରେନ ମାନଙ୍କରେ ଲିନେନ/ବେଡ଼ ରୋଲ ସେବା ପ୍ରତ୍ୟାହାର କରାଯାଇଥିଲା।