ପାର୍କରେ ଖୋଲିଲା ପାଠାଗାର
ରାଜଧାନୀରେ ଆରମ୍ଭ ହେଲା ପାର୍କ ଲାଇବ୍ରେରୀ (Park Library)। ଅର୍ଥାତ ଏଣିକି ପାର୍କରେ ମିଳିବ ପୁସ୍ତକ ପଢ଼ିବାର ସୁଯୋଗ। ଏନେଇ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ରାଜଧାନୀ ଫରେଷ୍ଟ ପାର୍କରେ ଖୋଲିଛି ସ୍ୱତନ୍ତ୍ର ଲାଇବ୍ରେରୀ। ମାର୍ଚ୍ଚ ୨୧ ଅନ୍ତର୍ଜାତୀୟ କବିତା ଦିବସ (International Poem Day) ଅବସରରେ ଫରେଷ୍ଟ ପାର୍କ (Forest park) ରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ୍ ଏହାକୁ ଉଦଘାଟନ କରିଛନ୍ତି।
ଭୁବନେଶ୍ବର: ଏଣିକି ପାର୍କରେ ମିଳିବ ପାଠାଗାରର ସୁବିଧା। ରାଜ୍ୟରେ ପ୍ରଥମ ଥର ପାଇଁ ପାର୍କରେ ଖୋଲିଲା ଲାଇବ୍ରେରୀ। ଆଜି ଭୁବନେଶ୍ୱର ଫରେଷ୍ଟ ପାର୍କରେ ଏହି ଲାଇବ୍ରେରୀ ଉଦଘାଟନ ହୋଇଛି। BDA ପକ୍ଷରୁ ବକୁଳ ଫାଉଣ୍ଡେସନର ମିଳିତ ସହାୟତାରେ ଏହି ପାଠାଗାର ଆରମ୍ଭ ହୋଇଛି। ଫଳରେ ଗଛଲତା ଭରା ପ୍ରାକୃତିକ ପରିବେଶ ଭିତରେ ପାଠକମାନଙ୍କୁ ବିଭିନ୍ନ ପ୍ରକାର ପୁସ୍ତକ ପଢ଼ିବାର ସୁଯୋଗ ମିଳିବ।
ରାଜଧାନୀରେ ଆରମ୍ଭ ହେଲା ପାର୍କ ଲାଇବ୍ରେରୀ (Park Library)। ଅର୍ଥାତ ଏଣିକି ପାର୍କରେ ମିଳିବ ପୁସ୍ତକ ପଢ଼ିବାର ସୁଯୋଗ। ଏନେଇ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ରାଜଧାନୀ ଫରେଷ୍ଟ ପାର୍କରେ ଖୋଲିଛି ସ୍ୱତନ୍ତ୍ର ଲାଇବ୍ରେରୀ। ମାର୍ଚ୍ଚ ୨୧ ଅନ୍ତର୍ଜାତୀୟ କବିତା ଦିବସ (International Poem Day) ଅବସରରେ ଫରେଷ୍ଟ ପାର୍କ (Forest park) ରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ୍ ଏହାକୁ ଉଦଘାଟନ କରିଛନ୍ତି। ଫିକ୍ସନ, ନନଫିକ୍ସନ, ବାୟୋଗ୍ରାଫିସ, କ୍ଲାସିକ୍ସ, ଟେକଷ୍ଟ ବୁକ ଭଳି ୨ ହଜାର ପୁସ୍ତକର ଗନ୍ଥାଘର ହେଉଛି ଏହି ଲାଇବ୍ରେରୀ। ତେବେ ଯୁବପିଢ଼ିଙ୍କ ମଧ୍ୟରେ ପୁସ୍ତକ ପଢ଼ିବାର ଅଭ୍ୟାସ ବଢାଇବା ସହ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକେ ମାଗଣାରେ ଆବଶ୍ୟକୀୟ ପୁସ୍ତକ, ମାଗଜିନ ଆଦି ବହି ପଢିବାର ସୁବିଧା କରାଯାଇଥିବା BDA ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।
Also Read: ପେଟ୍ରୋଲ ଦର 'ନୋ ଟେନସନ୍'; ୨୦୦ କିମିରୁ ଅଧିକ ମାଇଲେଜ୍ ଦେବ Heroର ଏହି ସ୍କୁଟି
BDA ସହ ବକୁଳ ଫଉଣ୍ଡେସନର (Bakul foundation)ମିଳିତ ସହଯୋଗରେ ଏହି ଲାଇବ୍ରେରୀ ଆରମ୍ଭ ହୋଇଛି। ସପ୍ତାହକୁ ସୋମବାର ବ୍ୟତୀତ ସକାଳ ୭ଟା ରୁ ୧୦ଟା ଏବଂ ଅପରାହ୍ନ ୪ ଟାରୁ ୭ଟା ଭାବେ ଦୌନିକ ୬ ଘଣ୍ଟା ପାଇଁ ଏହି ସୁବିଧା ମିଳିପାରିବ। ଶିଶୁରୁ ବୟସ୍କ ଯାଏ ପ୍ରତି ବର୍ଗର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ଭାଷାର ପୁସ୍ତକ ରଖାଯାଇଛି। ପାଠକମାନେ ମାଗଣାରେ ବହି ପଢିବା ପରେ ଫେରସ୍ତ କରିବାକୁ ପଡିବ। ଯେଉଁଥିପାଇଁ ଫାଉଣ୍ଡେସନ ପକ୍ଷରୁ ସ୍ବେଚ୍ଛାସେବୀ (Volunteer) ଉପସ୍ଥିତ ରହିବେ। ଏପରିକି ଲାଇବ୍ରେରୀ ବାହାରେ ମଧ୍ୟ ଏକ ସ୍ବତନ୍ତ୍ର ଟ୍ରି-ଲାଇବ୍ରେରୀରୁ ବହି ନେଇ ପ୍ରାକୃତିକ ପରିବେଶରେ ପଢିପାରିବେ। ସେପଟେ ଏଭଳି ପ୍ରଥମ ପ୍ରୟାସକୁ ସହରବାସୀ ସ୍ବାଗତ କରିଛନ୍ତି।
ଏହାପରେ ଆଗକୁ ରାଜଧାନୀ (Bhubaneswar) ର ପ୍ରମୁଖ ଆଉ ୭-୮ଟି ବଡ ବଡ ପାର୍କରେ ଏଭଳି ଲାଇବ୍ରେରୀ ଖୋଲିବାକୁ BDA ଲକ୍ଷ୍ୟ ରଖିଛି। କେବଳ ସେତିକି ନୁହେଁ ସୋସିଆଲ ଡିଜିଟାଲ ମିଡିଆ ଯୁଗରେ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରତି ୱାର୍ଡରେ ଲାଇବ୍ରେରୀ ଖୋଲିବାକୁ ଟାର୍ଗେଟ ରହିଛି। ତେବେ ଏହା କେତେ ଦୂର ସଫଳ ହେବ ତାହା ଦେଖିବାକୁ ବାକି ରହିଲା। କାରଣ ଠିକ ଏଭଳି କିଛି ଉଦ୍ଦେଶ୍ୟ ନେଇ ମୋ ସାଇକେଲ (Mo Cycle) ଯୋଜନା ଆରମ୍ଭ କରାଯାଇଥିଲା। କିନ୍ତୁ ଲୋକର୍ପଣର କିଛି ଦିନ ମଧ୍ୟରେ ସାଇକେଲ ଚୋରି ହେଲା ଆଉ ଏବେ ଖତ ଖାଉଛି।