ପେଟ୍ରୋଲ ଦର 'ନୋ ଟେନସନ୍'; ୨୦୦ କିମିରୁ ଅଧିକ ମାଇଲେଜ୍ ଦେବ Heroର ଏହି ସ୍କୁଟି
Advertisement

ପେଟ୍ରୋଲ ଦର 'ନୋ ଟେନସନ୍'; ୨୦୦ କିମିରୁ ଅଧିକ ମାଇଲେଜ୍ ଦେବ Heroର ଏହି ସ୍କୁଟି

ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଦୁଇ ଚକିଆ ଗାଡି ବ୍ୟବହାର କରୁଥିବା ଲୋକ ଅଧିକ ପ୍ରଭାବିତ ହେଉଛନ୍ତି। କିନ୍ତୁ ଏବେ ସେମାନଙ୍କ ତେଲ ଟେନସନ ଗଲା। କାରଣ ଭାରତର ସବୁଠୁ ଲୋକପ୍ରିୟ ଓ ଭରସା ଯୋଗ୍ୟ HERO କମ୍ପାନୀ ଏମିତି ଏକ ସ୍କୁଟି ଆଣିଛି। ଯାହା ୨୦୦ କିମିରୁ ଉର୍ଦ୍ଧ୍ୱ ମାଇଲେଜ୍ ଦେବ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତୈଳ ଦର। ପେଟ୍ରୋଲ ଛୁଇଁ ଥିବା ବେଳେ ଡିଜେଲ ମଧ୍ୟର ଶତକ ମୁହାଁ ହେଇଛି। ଆଉ ଏହି ତୈଳ ଦର ବୃଦ୍ଧିକୁ ନେଇ ଗାଡି ମାଲିକଙ୍କ ମୁଣ୍ଡରେ ଚଡକ ପଡିଛି। ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଦୁଇ ଚକିଆ ଗାଡି ବ୍ୟବହାର କରୁଥିବା ଲୋକ ଅଧିକ ପ୍ରଭାବିତ ହେଉଛନ୍ତି। କିନ୍ତୁ ଏବେ ସେମାନଙ୍କ ତେଲ ଟେନସନ ଗଲା। କାରଣ ଭାରତର ସବୁଠୁ ଲୋକପ୍ରିୟ ଓ ଭରସା ଯୋଗ୍ୟ HERO କମ୍ପାନୀ ଏମିତି ଏକ ସ୍କୁଟି ଆଣିଛି। ଯାହା ୨୦୦ କିମିରୁ ଉର୍ଦ୍ଧ୍ୱ ମାଇଲେଜ୍ ଦେବ। 

ହଁ ଆଜ୍ଞା! ଆପଣ ଯାହା ପଢିଲେ ତାହା ଶତପ୍ରତିଶତ ସତ। Hero Electric ଏପରି ଏପରି ଏକ ସ୍କୁଟି ଲଞ୍ଚ କରିଛି, ଯାହାକୁ ଥରେ ଚାର୍ଜ କଲେ ୨୦୦ କିମିରୁ ଊର୍ଦ୍ଧ୍ୱ ଏଭରେଜ୍ ମାଇଲେଜ ଦେଉଛି। Hero Nyx-HX ନାମକ ଏହି ସ୍କୁଟିର ପ୍ରାରମ୍ଭିକ ମୂଲ୍ୟ ୬୪ ହଜାର ୬୪୦ ଟଙ୍କା ରଖାଯାଇଛି। ଏହି ସ୍କୁଟିକୁ New City Speed ଭିତର ପରିବେଶଣ କରାଯିବ। ଯେଉଁଠି Optima-HX, Nyx-HX ଓ Photon-HXକୁ ସାମିଲ ହେବ।

Also Read: କିଏ ଲୁଚି ଲୁଚି ଦେଖୁଛି ଆପଣଙ୍କ WhatsApp 'DP'?

Hero Nyx-HXକୁ ଭିନ୍ନ ଭିନ୍ନ ଲୁକରେ ପ୍ରସ୍ତୁତ କରାଯାଇଛି। ବିଶେଷ କରି ସ୍କୁଟିକୁ ମାଲ ପରିବହନ ପାଇଁ ଡିଜାଇନ କରାଯାଇଛି। ଥରେ ଫୁଲ ଚାର୍ଜ କରିଦେଲେ ଏହା ୮୨ କିମିରୁ ୨୧୦ କିମି ପର୍ଯ୍ୟନ୍ତ ଚାଲିବ। ଏହାର ସ୍ପିଡ୍ ଘଣ୍ଟାପ୍ରତି ୪୨ କିମି। ଗାଡିର ଲମ୍ବ ୧୯୭୦ ମିମି, ଚଉଡା ୭୪୫ ମିମି ଓ ଉଚ୍ଚତା ୧୧୪୫ ମିମି। ତେବା ଗାଡି ବିଷୟରେ ଅଧିକ ଜାଣିବା ପାଇଁ ଆପଣ ନିକଟସ୍ଥ ହିରୋ ଶୋରୁମ ସହ ଯୋଗାଯୋଗ କରିପାରିବେ।

ଦିଲ୍ଲୀରେ Hero Electric ତାର ଦୁଇ ଚକିଆ ଯାନରେ ଆକର୍ଷଣୀୟ ଅଫର ଦେଉଛି। ଏହା କେବଳ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉପଲବ୍ଧ। Optima-HXର Ex-Showroom ମୂଲ୍ୟ ୭୪ ହଜାର ୬୪୦ ଟଙ୍କା ଅଛି। କିନ୍ତୁ ଏହା Dual Battery ସହ ଆପଣଙ୍କୁ ୫୪ ହଜାର ୯୯୦ ଟଙ୍କାରେ ମିଳିଯିବ। ସେହିପରି Optima-HX ୫୦ ହଜାରରୁ ବି କମ ଟଙ୍କାରେ ମିଳିବ।