ସ୍କୁଲ କମ୍ପ୍ୟୁଟର ଲ୍ୟାବରେ ତାଲା; ଥାଳି, ଗିନା ବାଡେଇ ନିଯୁକ୍ତି ମାଗିଲେ ଶିକ୍ଷକ
ସରକାର ମୋ ସ୍କୁଲ ଯୋଜନା ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଅର୍ଥ ବ୍ୟୟ କରୁଛନ୍ତି।
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଦାବି ପୂରଣ ପାଇଁ ଏକାଠି ହୋଇ ଗର୍ଜିଲେ ଶିକ୍ଷକଙ୍କ ସହ ଅଭିଭାବକ। ସରକାରୀ ସ୍କୁଲରେ ୮ମ ଶ୍ରେଣୀରୁ ୧୦ ପର୍ଯ୍ୟନ୍ତ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ଦାବି କରିଛନ୍ତି ସେମାନେ। ଓଡ଼ିଶା ଅଭିଭାବକ ମହାସଂଘ ଏବଂ କମ୍ପ୍ୟୁଟର ଶିକ୍ଷକ ସଂଘ ପକ୍ଷରୁ ମିଳିତ ଭାବେ ରାଜଭବନ ଆଗରେ ଏହି ଦାବି ପୂରଣ ନେଇ ଧାରଣା ଦେଇଥିଲେ।
୨୦୧୪ ମସିହାରେ କେନ୍ଦ୍ର ସହ ରାଜ୍ୟ ସରକାର ପାଖାପାଖି ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରି ୪ ହଜାରରୁ ଅଧିକ ହାଇସ୍କୁଲରେ ଲ୍ୟାବ (Lab) ପ୍ରତିଷ୍ଠା କରିବା ସହ କମ୍ପ୍ୟୁଟର ଶିକ୍ଷକ (Computer Teacher) ନିଯୁକ୍ତି କରିଥିଲେ। ହେଲେ ୨୦୧୯ରେ ଓପେପା ପ୍ରକଳ୍ପ ବନ୍ଦ ହେବା ଫଳରେ ସେହି ଶିକ୍ଷକଙ୍କୁ ଛଟେଇ କରିବା ସହ କମ୍ପୁଟର ଲ୍ୟାବ ଏକ ପ୍ରକାର ବନ୍ଦ ହୋଇପଡିଛି। ଯାହା ଫଳରେ କମ୍ପ୍ୟୁଟର ଲାବ୍ ନ ଖୋଲି ଶିକ୍ଷା ଦାନ ବନ୍ଦ କଲେ ଲକ୍ଷାଧିକ ପିଲା ଗୁଣାତ୍ମକ ଶିକ୍ଷରୁ ବଞ୍ଚିତ ହେଉଥିବା ସଂଘ ପକ୍ଷରୁ କୁହାଯାଇଛି।
Also Read: ସରକାରୀ ନିୟମକୁ ବେଖାତିର, ଘରୋଇ ସ୍କୁଲ ବିରୁଦ୍ଧରେ ଅଭିଯୋଗ ଆଣିଲେ ଅଭିଭାବକ
ଏନେଇ ପ୍ରତିବାଦ ଜଣାଇ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ସଂଘ। ଏହାସହ କାର୍ଯ୍ୟରୁ ଛଟେଇ କରି ୪ ହଜାର କମ୍ପୁଟର ଶିକ୍ଷକଙ୍କ ପେଟରେ ଲାତ ମାରିଥିବା ଅଭିଯୋଗ ହୋଇଛି। ଏହି ଆନ୍ଦୋଳନରେ ଅଭିଭାବକ ମହାସଂଘ କର୍ମକର୍ତ୍ତାଙ୍କ ସହିତ ସରକାରୀ ସ୍କୁଲ ଅଭିଭାବକ, ଛଟେଇ କମ୍ପୁଟର ଶିକ୍ଷକ ସାମିଲ ହୋଇ ଥାଳି ଗିନା ଚାମଚ ବାଡେଇ ଅଭିନବ ଉପାୟରେ ପ୍ରତିବାଦ କରିବା ସହ ନାରାବାଜି କରିଥିଲେ।
Also Read: ଏଣିକି ଘରୋଇ ସ୍କୁଲରେ ପାଠପଢା ହେବ ସହଜ
ସରକାର ମୋ ସ୍କୁଲ ଯୋଜନା ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଅର୍ଥ ବ୍ୟୟ କରୁଛନ୍ତି। ଏହି ଯୋଜନାରେ କମ୍ପୁଟର ଶିକ୍ଷାକୁ ସାମିଲ କରିବା ସହ ବନ୍ଦ ହୋଇପଡିଥିବା ଲ୍ୟାବ ଖୋଲିହା ସହ ଛଟେଇ ସେଥିରେ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେବା ସହ, ପିଲାଙ୍କୁ ତୁରନ୍ତ କମ୍ପୁଟର ଶିକ୍ଷା ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି।