ସରକାରୀ ନିୟମକୁ ବେଖାତିର, ଘରୋଇ ସ୍କୁଲ ବିରୁଦ୍ଧରେ ଅଭିଯୋଗ ଆଣିଲେ ଅଭିଭାବକ
Advertisement
Article Detail0/zeeodisha/odisha859638

ସରକାରୀ ନିୟମକୁ ବେଖାତିର, ଘରୋଇ ସ୍କୁଲ ବିରୁଦ୍ଧରେ ଅଭିଯୋଗ ଆଣିଲେ ଅଭିଭାବକ

ଜୁଭେନାଇଲ ଜଷ୍ଟିସ ଆକ୍ଟ ଧାରା ୭୫ ଅନୁଯାୟୀ କୌଣସି ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଲେ ୩ ବର୍ଷ କିମ୍ବା ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ଭରିବାକୁ ହେବ। 

ସରକାରୀ ନିୟମକୁ ବେଖାତିର, ଘରୋଇ ସ୍କୁଲ ବିରୁଦ୍ଧରେ ଅଭିଯୋଗ ଆଣିଲେ ଅଭିଭାବକ

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ସରକାରୀ ନିୟମକୁ ଘରୋଇ ସ୍କୁଲର ବେଖାତିର। ହାତରେ ହାତ ମିଶାଇ ନିଦାବିଷ୍ଣୁ ସାଜିଛି ଗଣଶିକ୍ଷା ବିଭାଗ। କୋରୋନା ସମୟରେ ଫି ହ୍ରାସ କରିବା। ଏଥିପାଇଁ ବାରମ୍ବାର ହାଇକୋର୍ଟରେ ମାମଲା ଗଡିବା ପରେ ଗତ ଜାନୁୟାରୀରେ ଚୂଡାନ୍ତ ନିର୍ଦ୍ଦେଶ ଦେବା ପରେ ତତକ୍ଷଣାତ୍ ବିଜ୍ଞପ୍ତି ପ୍ରକାଶ କରିଥିଲା ଗଣଶିକ୍ଷା ବିଭାଗ। 

ଏ ମାମଲାରେ ଗତ ବର୍ଷ ସରକାର, ଘରୋଇ ସ୍କୁଲ ସଂଘ, ଅଭିଭାବକ ଆଦି ପିଟିସନରଙ୍କ ମଧ୍ୟରେ ହୋଇଥିବା ଏମଓୟୁରେ ମୋହର ମାରିଥିଲା ବିଭାଗ। ନିର୍ଦ୍ଦେଶକୁ ପ୍ରାୟ ୨ ମାସ ବିତିଗଲାଣି ହେଲେ ଏହାର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ। କାରଣ କିଛି ଘରୋଇ ବିଦ୍ୟାଳୟ ଏହାକୁ ଉଲ୍ଲଂଘନ କରି ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଖୋଦ୍ ଅଭିଭାବକ।

Also Read: ଖରା ଦେଖି ଛାନିଆ; ବଦଳିଲା ସ୍କୁଲ ସମୟ

 

ଏଭଳି ସାଂଘାତିକ ଅଭିଯୋଗ ଆସିଛି ରାଜ୍ୟର ଘରୋଇ ସ୍କୁଲ ବିରୁଦ୍ଧରେ। କୋଭିଡ ମହାମାରୀ ସମୟରେ ଫି ହ୍ରାସ ନେଇ ଚାଲିଥିବା ମାମଲାରେ ପୂର୍ଣ୍ଣଛେଦ ପକାଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗଣଶିକ୍ଷା ବିଭାଗ ଜାରି କରିଥିବା ବିଜ୍ଞପ୍ତି ଏବେ ଅଲୋଡା ହୋଇଯାଇଛି। କହିବାର ତାତ୍ପର୍ଯ୍ୟ ହେଉଛି ରାଜ୍ୟ ଏବଂ ରାଜଧାନୀର କିଛି ପ୍ରତିଷ୍ଠିତ ସ୍କୁଲ ଏହାକୁ ଉଲଂଘନ କରି ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ଫି ଆଦାୟ କରିବାକୁ ଚାପ ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ। 

Also Read: Plus Two Exam 2021: ଘୋଷଣା ହେଲା ତାରିଖ

ଏପରିକି ହ୍ବାଟ୍ସଆପ୍ ମାଧ୍ୟରେ ହେଉଥିବା ଅନଲାଇନ କ୍ଲାସରେ ବାରମ୍ବାର ଧମକପୂର୍ଣ୍ଣ ଚିଠି ଦେଇ ଫି ପୈଠ କରାନଗଲେ ପାଠପଢା ଆଉ ପରୀକ୍ଷାରୁ ବଞ୍ଚିତ କରିବେ ବୋଲି କହୁଛନ୍ତି। ଯାହା ଦ୍ବାରା ଛାତ୍ରଛାତ୍ରୀ ମାନସିକ ଆକ୍ରୋଶର ଶିକାର ଦେଉଥିବା କହିଛନ୍ତି ଅଭିଭାବକ। ସେପଟେ ଗଣଶିକ୍ଷା ବିଭାଗର ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନନେଇ ଘରୋଇ ସ୍କୁଲକୁ ଗଣଶିକ୍ଷା ବିଭାଗ ପରୋକ୍ଷରେ ସମର୍ଥନ କରୁଥିବା ଶିକ୍ଷାବିତ କମଳାପ୍ରସାଦ ମହାପାତ୍ର କହିଛନ୍ତି।

ସେପଟେ ଏସବୁ ଅମାନିଆ ଘରୋଇ ସ୍କୁଲ ବିରୋଧରେ ଏତଲା ଦାଏର କରିବାକୁ କହିଛି ଓଡିଶା ଅଭିଭାବକ ମହାସଂଘ। ଜୁଭେନାଇଲ ଜଷ୍ଟିସ ଆକ୍ଟ ଧାରା ୭୫ ଅନୁଯାୟୀ କୌଣସି ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଲେ ୩ ବର୍ଷ କିମ୍ବା ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ଭରିବାକୁ ହେବ। ସରକାରୀ ନିର୍ଦ୍ଦେଶ ଅବମାନନା କରୁଥିବା ବିଦ୍ୟାଳୟ ବିରୁଦ୍ଧରେ ମାମଲା ଦାଏର କରି ଦଣ୍ଡବିଧାନ କରିବାକୁ ଦାବି କରିବ ବୋଲି ଚେତାବନୀ ଦେଇଛନ୍ତି ସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ।

Also Read: ପିଲାଙ୍କ ହାତରେ ପରୀକ୍ଷା ଦର୍ପଣ, ଏଥର ବୋର୍ଡ ପରୀକ୍ଷା କସରତ୍

ଯେଉଁମାନେ ସରକାରଙ୍କ ନିର୍ଦ୍ଦେଶକୁ ନେଇ ସନ୍ତୁଷ୍ଟ ନଥିବେ ସେମାନେ ଉପଯୁକ୍ତ ଫୋରମରେ ଅଭିଯୋଗ କରିପାରବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଘରୋଇ ସ୍କୁଲ  ସୁପ୍ରିମକୋର୍ଟରେ ଆବେଦନ କରିଥିବା ନେଇ କହୁଥିବା ବେଳେ ତାହା ସତ୍ତ୍ୱେ ଫି ବୃଦ୍ଧି କରି କାହିଁକି ଏହାକୁ ଆଦାୟ କରାଯାଉଛି ବୋଲି ଏବେ ପ୍ରଶ୍ନ ଉଠିଛି। ଏସବୁ ଦିଗରେ ବିଭାଗ କେବେ ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା।