ଭୁବନେଶ୍ୱର: ପାଖେଇ ଆସୁଛି ଲଘୁଚାପ। ଆଉ ଦୁର୍ବଳ ହେଉଛି ମୌସୁମୀ। ଆସନ୍ତା ୨୧ ତାରିଖ ବୁଧବାର  ଆଡକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ସହ ଗତ ୪ ଦିନ ଧରି ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ବର୍ତ୍ତମାନ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ସଂଲଗ୍ନ ବଙ୍ଗୋପ ସାଗରରେ ଘୂର୍ଣ୍ଣୀବଳୟ ସକ୍ରିୟ ରହିଛି। 


COMMERCIAL BREAK
SCROLL TO CONTINUE READING

ଏହାର ପ୍ରଭାବରେ ଆସନ୍ତ ୨୪ ଘଣ୍ଟା ମଧ୍ୟରେ ନୂଆପଡା, କଳାହାଣ୍ଡି, କେଉଁଝର, କନ୍ଧମାଳ, ଦେଓଗଡ ଆଦି ୫ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, ବରଗଡ, ବୌଦ୍ଧ, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ଦେଓଗଡ, ମୟୂରଭଞ୍ଜ, କେଉଁଝର, କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହ ବଜ୍ରପାତ (Lightning) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning for Rain) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)। 


Also Read: ଆଗକୁ ଆସୁଛି ଲଘୁଚାପ; ବଢିପାରେ ବର୍ଷାର ପରିମାଣ


ଆସନ୍ତାକାଲି ଠାରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା (Heavy Rain) ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି ହୋଇଛି। ସାମ୍ଭାବ୍ୟ ଲଘୁଚାପ (Low Pressure) ତଥା ବର୍ଷା ବଜ୍ରପାତ ମୁକାବିଲା ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।