ଆଗକୁ ଆସୁଛି ଲଘୁଚାପ; ବଢିପାରେ ବର୍ଷାର ପରିମାଣ
Advertisement
Article Detail0/zeeodisha/odisha943773

ଆଗକୁ ଆସୁଛି ଲଘୁଚାପ; ବଢିପାରେ ବର୍ଷାର ପରିମାଣ

ଆସନ୍ତା ୧୮ ତାରିଖରେ ପାଗରେ ପରିବର୍ତ୍ତନ ହୋଇ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। 

ଆଗକୁ ଆସୁଛି ଲଘୁଚାପ; ବଢିପାରେ ବର୍ଷାର ପରିମାଣ

ଭୁବନେଶ୍ୱର: ପୁଣି ଆସୁଛି ଏକ ଲଘୁଚାପ। ଆସନ୍ତା ୨୧ ତାରିଖରେ ଉତ୍ତରପଶ୍ଚିମ ବଙ୍ଗୋପ ସାଗର ସଂଲଗ୍ନ ବଙ୍ଗୋପସାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ଘନୀଭୂତ ହେଲେ ଚଳିତ ମାସର ଦ୍ବିତୀୟ ଲଘୁଚାପ ହେବ। 

ସେପଟେ ମୌସୁମୀ ବାୟୁର ଅକ୍ଷ ଏବଂ ଏକ ଶିୟର ଜୋନ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କେଉଁଝର, ମୟୂରଭଞ୍ଜ, ସୁନ୍ଦରଗଡ, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଆଦି ୯ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ (Lightning) ନେଇ ସତର୍କତା ଜାରି କରିଛି କେନ୍ଦ୍ର। ସେହିପରି ଆସନ୍ତାକାଲି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି। 

Also Read: Weather Update: ସାରା ଦେଶକୁ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଏହାପରେ ଆସନ୍ତା ୧୮ ତାରିଖରେ ପାଗରେ ପରିବର୍ତ୍ତନ ହୋଇ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷେ ସମ୍ଭାବ୍ୟ ଲଘୁଚାପ ଏବଂ ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତା ରହିବାକୁ ଚିଠି ଲେଖିଛନ୍ତି ଏସଆରସି।