ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରତିଦିନ କିଛି ନା କିଛି ଘଟଣା ଦେଖିବାକୁ ମିଳୁଛି। କେତେବେଳେ ମର୍ଡର ତ କେତେବେଳେ କେଉଁ କାରଣରୁ ଆତ୍ମହତ୍ୟା । ପ୍ରତ୍ୟେକ ଦିନ ଖବର କାଗଜ ଓ ଟେଲିଭିଜନ ଗଣମାଧ୍ୟମରେ ଖବରର ଶିରୋମାନା ପାଲଟିଗଲାଣି। ଆଜି ପୁଣି ଏକ ଏମିତି ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରସ୍ଥିତ ଅଞ୍ଚଳରେ। 


COMMERCIAL BREAK
SCROLL TO CONTINUE READING

ଲକ୍ଷ୍ମୀସାଗର (Laxmisagar) ଥାନା ଚିନ୍ତାମଣିଶ୍ୱରସ୍ଥିତ ଆଜି ସକାଳୁ ଏକ ଭଡ଼ା ଘର ଭିତରୁ ମିଳିଛି ବାପା ମା’ଙ୍କ ସମତେ ୧୫ ମାସ ଶିଶୁର ଝୁଲନ୍ତା ମୃତଦେହ । ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗପାତ୍, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ୧୫ ମାସର ଶିଶୁ । ସେମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ମିଳିଛି। ପାରିବାରିକ କଳହ (Family Dispute) ର ଏହାର ଚରମ ପରିଣତି କୁହାଯାଉଥିବା ବେଳେ ଏକାଥରେ ଗୋଟିଏ ପରିବାରର ୩ ମୁଣ୍ଡ ଗଡ଼ିଥିବା କୁହାଯାଉଛି । 


Also Read: ଆଜିଠୁ ଆରମ୍ଭ ହେଲା +2 ପରୀକ୍ଷା


ସୂଚନାନୁସାରେ, ମହାରାଷ୍ଟ୍ରରେ (Maharashtra) ରହୁଥିବା ତୁଷାରଙ୍କ ବାପା ସାବତ ମା ନାଁ ରେ ସମ୍ପତି କରିଦେବାରୁ ଏଭଳି ନିଷ୍ପତି ନେଇଥିବା କୁହାଯାଉଛି । ତୁଷାରଙ୍କ ବାପା ୨ଟି ବିବାହ କରିଥିବା ବେଳେ ତାଙ୍କ ପ୍ରଥମ  ମା’ଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ତାଙ୍କ ସାବତ ମା’ଙ୍କ (Step Mother)  ପୁଅ ନାମରେ ବାପା ସବୁ ସମ୍ପତ୍ତି କରି ଦେଇଥିବା ତୁଷାର ଖବର ପାଇଥିଲେ। ସେଥିଯୋଗୁଁ ସେ ସବୁବେଳେ ଚିନ୍ତାରେ ରହୁଥିଲେ।


ତୁଷାର ଭୁବନେଶ୍ୱର (Bhubaneswar) ରେ ରହି ପ୍ରାୟ ୬ ମାସ ହେବ ଏକ ହୋଟେଲରେ କାମ କରୁଥିଲେ ବୋଲି ସାହି ପଡ଼ିଶା କହିଛନ୍ତି । ୨ ମାସ ହେବ ପରିବାର ଅର୍ଥାତ୍ ନିଜ ଶିଶୁ ଓ ସ୍ତ୍ରୀକୁ ଆଣି ଭଡ଼ା ଘରେ ରଖୁଥିଲେ । ମାତ୍ର ପାରିବାରିକ କଳହ ଲାଗି ରହୁଥିବାରୁ ହୋଟେଲ ମାଲିକ ତାଙ୍କୁ ଆଣି ଚିନ୍ତାମଣିଶ୍ୱରରେ ଏକ ଭଡ଼ା ଘରେ (Rented Hosue) ରଖିଥିଲେ।


Also Read: ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଦଶ ମାସ ପରେ ବଦଳିଲେ ବିବାଦୀୟ DFO


ହଠାତ୍ କାଲି ସନ୍ଧ୍ୟାବେଳେ ଯେତେ ବେଳେ ଘର କବାଟ ବନ୍ଦ ଥିବା ତଥା ଛୋଟ ଶିଶୁର ପାଟି ଶୁଭୁ ନଥିବା ଘର ମାଲିକଙ୍କ ନଜରକୁ ଆସିଥିଲା । ତେବେ ଏଥିରେ ତାଙ୍କର ସନ୍ଦେହ ଉପୁଜିଥିଲ , ତାହାପରେ ଘର ମାଲିକ (House Owner) ଦମ୍ପତି ରହୁଥିବା ଘରର କବାଟକୁ ବାଡେଇଥିଲେ। ଭିତରୁ କୌଣସି ଜବାବ ମିଳିନଥିଲା , ସୁତରାଂ ଘର ମାଲିକ ଏଥିରେ ଭୟଭୀତ ହୋଇଯାଇଥିଲେ। 


ସଂଗେ ସଂଗେ ମାଲିକ ଆଖପାଖ ପଡୋଶୀଙ୍କୁ ଡାକିଥିଲେ। ସଙ୍ଗେ ସଙ୍ଗେ ଏହି ଘଟଣା ସମ୍ପର୍କରେ ପୋଲିସକୁ (Police)  ଖବର ଦିଆଯାଇଥିଲା , ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୋଲିସ ଉପସ୍ଥିତିରେ ଏହି ଘରର କବାଟ ଭଙ୍ଗା ଯିବାରୁ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା , ଏଥିରେ ସମସ୍ତଙ୍କ ହୋସ ଉଡ଼ିଗଲା।  ଜଣାପଡିଲା ଯେ ଦମ୍ପତି ଦୁହେଁ ଲୁଗାରେ ଫାଶୀ ଲାଗାଇଥିବା ବେଳେ ଶିଶୁ କନ୍ୟା ତୀର ବେକରେ ଲୁଗା ଭିଡା ଯାଇଥିଲା।


ଆହୁରି ଜଣାପଡିଛି ଯେ ,ଦମ୍ପତି ଯେହେତୁ କିଛି ଦିନ ମହାରାଷ୍ଟ୍ରରୁ (Maharashtra) ଆସିଥିବାରୁ ଘର ଭଡା ପାଇନଥିଲେ, ଫଳରେ ନିଜର ଚିହ୍ନା ଥିବା ବ୍ୟକ୍ତିଙ୍କ ଘରେ କିଛି ଦିନ ପାଇଁ ରହୁଥିଲେ , ନିଜର ଘରେ ଖାଇବା ବ୍ୟବସ୍ଥା ହୋଇପାରୁ ନଥିବାରୁ ଘର ମାଲିକଙ୍କ ଘରୁ ପ୍ରାୟତଃ ଖାଇବା ଆସୁଥିଲା, କିନ୍ତୁ ଏହି ଘଟଣା କଣ ପାଇଁ ହେଲା ଏହା କାହାକୁ ଜଣା ନାହିଁ,କିନ୍ତୁ ଘଟଣାରୁ ଯାହା ପରିପ୍ରକାଶ ଯେ ଅନେକ ସମୟରେ ଦମ୍ପତିଙ୍କ ମଧ୍ୟରେ ଝଗଡା ଲାଗୁଥିଲା।