Odisha CHSE Plus 2 Board Exams 2022: ଆଜି ଠାରୁ ଆରମ୍ଭ ହେଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । କୋରୋନା କାଳ ମଧ୍ୟରେ ପ୍ରାୟ ୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେବେ ବିଦ୍ୟାର୍ଥୀ । ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଷୟଗୁଡ଼ିକ ପାଇଁ ଅଫଲାଇନରେ ଏପ୍ରିଲ ୨୮ରୁ ପରୀକ୍ଷା ଆରମ୍ଭ ହେବ ।
Trending Photos
ଭୁବନେଶ୍ୱର: Odisha CHSE Plus 2 Board Exams 2022: ଆଜି ଠାରୁ ଆରମ୍ଭ ହେଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । କୋରୋନା କାଳ ମଧ୍ୟରେ ପ୍ରାୟ ୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେବେ ବିଦ୍ୟାର୍ଥୀ । ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଷୟଗୁଡ଼ିକ ପାଇଁ ଅଫଲାଇନରେ ଏପ୍ରିଲ ୨୮ରୁ ପରୀକ୍ଷା ଆରମ୍ଭ ହେବ । ଖରାକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ୧୨ ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ପରୀକ୍ଷା ହେବ । ପରୀକ୍ଷାର ପ୍ରଥମ ଦିନରେ କଳା ଓ ବାଣିଜ୍ୟ ବିଦ୍ୟାର୍ଥୀମାନେ MIL(ଓଡ଼ିଆ) ବିଷୟରେ ପରୀକ୍ଷା ଦେବେ ।
ଏଠାରେ କହି ରଖୁଛୁ, ଚଳିତ ବର୍ଷ ମୋଟ ୩,୨୧,୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେଥି ମଧ୍ୟରୁ କଳାରେ ୨ ଲକ୍ଷ ୧୩ ହଜାର ଓ ବିଜ୍ଞାନରେ ୭୮ ହଜାର ପରୀକ୍ଷାର୍ଥୀ ଅଛନ୍ତି । ସେହିପରି ବାଣିଜ୍ୟରେ ୨୪,୧୩୬ ଓ ଧନ୍ଦାମୂଳକ ଶିକ୍ଷାରେ ୫,୮୬୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ମୋଟ ୧,୧୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ନୋଡାଲ ସେଣ୍ଟାର କରାଯାଇଛି । ଏହି ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ ୩୧ ପର୍ଯ୍ୟନ୍ତ ଚାଲିବ ।
ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା! ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା
ଏହା ବି ପଢ଼ନ୍ତୁ:-ଜମାକାରୀଙ୍କ ଟଙ୍କା ଫେରାଇବ ସାହାରା ଇଣ୍ଡିଆ! କୋର୍ଟିଙ୍କ ବଡ଼ ନିଷ୍ପତ୍ତି
ଏହା ବି ପଢ଼ନ୍ତୁ:-ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ! ପୁଟିନଙ୍କ ପରେ ଜେଲେନସ୍କିଙ୍କୁ ଭେଟିବେ UN ଚିଫ୍
ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ
୧. ପରୀକ୍ଷା ହଲରେ ପ୍ରବେଶ ପାଇଁ ଆଡମିଟ୍ କାର୍ଡ ବାଧ୍ୟତାମୂଳକ ହେବ । ତେଣୁ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ଆଡମିଟ୍ କାର୍ଡ ଧରି ପରୀକ୍ଷା କେନ୍ଦ୍ରକୁ ଯାଆନ୍ତୁ ।
୨. ଆଡମିଟ୍ କାର୍ଡରେ ରିପୋର୍ଟିଂ ସମୟ ମଧ୍ୟ ଉଲ୍ଲେଖ କରାଯାଇଛି, ସମୟ ସରିବା ପରେ ପରୀକ୍ଷା ହଲରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।
୩. ଛାତ୍ରଛାତ୍ରୀମାନେ ସେମାନଙ୍କର କଲମ ଓ ଆବଶ୍ୟକ ପେନ୍ସିଲ ଇତ୍ୟାଦି ପରୀକ୍ଷା ହଲକୁ ନେବା ଆବଶ୍ୟକ ।
୪. ଛାତ୍ରଛାତ୍ରୀମାନଙ୍କୁ ଏକ ବୋତଲ ପାଣି ନେବାକୁ ଅନୁମତି ଦିଆଯାଇଛି ।
୫. କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ସହ ଛୋଟ ବୋତଲ ହ୍ୟାଣ୍ଡ ସାନିଟାଇଜର ମଧ୍ୟ ନେବାକୁ ଅନୁମତି ଦିଆଯାଇଛି ।
୬. ପରୀକ୍ଷା ହଲ୍ ଭିତରେ କୌଣସି ବହି, ଲିଖିତ ସାମଗ୍ରୀ, ଇଲେକ୍ଟ୍ରୋନିକ୍ ଉପକରଣ, ବ୍ଲୁଟୁଥ୍ ସ୍ପିକର ଇତ୍ୟାଦି ନେବାର ଅନୁମତି ନାହିଁ ।