ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ରାଜ୍ୟକୁ ଶୀତ ସହିତ ତାତିରୁ ମିଳିବାକୁ ଯାଉଛି ମୁକ୍ତି।ଆସନ୍ତା ୨୦ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଘଡଘଡି ବଜ୍ରପାତ ସାଙ୍ଗକୁ ହାଲୁକା ବର୍ଷା ଜନିତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ବିଦର୍ଭ କ୍ଷେତ୍ର (Maharashtra Vidarbha Region) ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷାର ଆଗମନ ହୋଇଛି। ଆସନ୍ତାକାଲି ସକାଳ ସାଢେ ୮ଟା ୩୦ ସୁଦ୍ଧା ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୂରଭଞ୍ଜ, ଅନୁଗୁଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 




Also Read: ଶୀତ ଲହରୀରେ ବ୍ରେକ୍, ଫେରିଲା କୁହୁଡି


 


ଏହାପରେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବୃଦ୍ଧି ହେବା ସହ ୧୧ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ, ବଲାଙ୍ଗିର,ନୂଆପଡା, ବରଗଡ ଜିଲ୍ଲାରେ ଘଡଘଡି ସହିତ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣଂ (Yellow Warning) ଜାରି କରିଛି ପାଣିପାଗ କେନ୍ଦ୍ର। 




Also Read: ଆହୁରି ୨୪ ଘଣ୍ଟା ଥରାଇବ, ୮ ଜିଲ୍ଲାକୁ Yellow Warning



 


ଏହାସହ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା (Light Rain) ହେବାର ସମ୍ଭାବନା ରହିଛି। ଏପରି ଆସନ୍ତା ୨୦ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ହାଲୁକା ବର୍ଷା ସହ ମେଘୁଆ ପାଗ ଜାରି ରହିବ। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ ଅପରିବର୍ତ୍ତିତ ରହିବ। ବର୍ଷା, ବିଜୁଳ, ଘଡଘଡି ପାଇଁ ଜାରି ହୋଇଥିବା ସତର୍କତା ଅନୁସାରେ ସଜାଗ ରହିବା ପାଇଁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି।