ଶୀତ ଲହରୀରେ ବ୍ରେକ୍, ଫେରିଲା କୁହୁଡି
Advertisement

ଶୀତ ଲହରୀରେ ବ୍ରେକ୍, ଫେରିଲା କୁହୁଡି

ପାଣିପାଗ କେନ୍ଦ୍ର ଆକଳନ ଅନୁସାରେ ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ମାଲକାନାଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଜିଲ୍ଲାରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି। 

ଶୀତ ଲହରୀରେ ବ୍ରେକ୍, ଫେରିଲା କୁହୁଡି

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ରାଜ୍ୟରେ ଜାରି ରହିଥିବା ଶୀତ ଲହରୀରୁ ମିଳିବ ସାମାନ୍ୟ ତ୍ରାହି। ଗୁରୁବାର ଠାରୁ ଶୀତ କମିବା ସହ କୁହୁଡି ଫେରିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ  ଠାରୁ ପାରଦ ଉପରମୁହାଁ ହେବ। ସେପଟେ ରାଜ୍ୟର ୯ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି।

ପାଣିପାଗ କେନ୍ଦ୍ର ଆକଳନ ଅନୁସାରେ ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ମାଲକାନାଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଜିଲ୍ଲାରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ଉତ୍ତର-ଉପକୂଳ ଜିଲ୍ଲାରେ ହାଲୁକା କୁହୁଡି ଦେଖାଦେବାର ସମ୍ଭାବନା ରହିଛି। ଏହାପରେ ୬ ତାରିଖରୁ କୁହୁଡି ପରିମାଣ ବୃଦ୍ଧି ହୋଇ ୭ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି।

Also Read: ଆହୁରି ୨୪ ଘଣ୍ଟା ଥରାଇବ, ୮ ଜିଲ୍ଲାକୁ Yellow Warning

 

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏପରି ବିଭିନ୍ନ ଜିଲ୍ଲାରେ କୁହୁଡି ଦେଖାଦେବାର ସମ୍ଭାବନା ରହିଛି। ଗୁରୁବାର ଠାରୁ ରାତିର ସର୍ବନିମ୍ନ ତାପମାତ୍ରା ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ଧିରେ ଧିରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହାପରେ ଆସନ୍ତା ୮ ତାରିଖରୁ ପୁଣି ୨-୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ସେପଟେ ୯ଟି ସ୍ଥାନରେ ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରେକର୍ଡ ହୋଇଛି।

Also Read: ଥଣ୍ଡାରୁ ନାହିଁ ବ୍ରେକ୍ , ୨୪ ଘଣ୍ଟା ଯାଏଁ ୧୬ ଜିଲ୍ଲାକୁ ୱାର୍ଣ୍ଣିଂ

 

କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ୩.୦ ଡ଼ିଗ୍ରୀ ସର୍ବନିମ୍ନ ତାପମାତ୍ରା ସହ ଫୁଲବାଣୀରେ ୫.୫ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୮, କୋରାପୁଟରେ ୮.୫, ଝାରସୁଗୁଡାରେ ୯.୨, କେନ୍ଦୁଝରରେ ୯.୪, ବଲାଙ୍ଗୀରରେ ୯.୫, ସୁନ୍ଦରଗଡରେ ୯.୫, ଏବଂ ଭବାନୀପାଟଣାରେ ୯.୮ ଡିଗ୍ରୀ ରାତିର ସର୍ବନିମ୍ନ ତାପମାତ୍ର ରେକର୍ଡ ହୋଇଛି। ଏହା ସହିତ ରାତିରେ ଭୁବନେଶ୍ୱରରେ ୧୪.୭ ଏବଂ କଟକରେ ୧୩.୪ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି।