ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ବର: ଚାଷୀଙ୍କ ମଣ୍ଡି ଅବ୍ୟବସ୍ଥା ତାତି ଏବେ ଭୁବନେଶ୍ୱର । ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ନେଇ ଦଳିତ ଅଧିକାର ମଞ୍ଚ ପକ୍ଷରୁ ସାଇକେଲ ଶୋଭାଯାତ୍ରା ନୂଆପଡାରୁ ଆସି ଭୁବନେଶ୍ୱରରେ ପହଞ୍ଚିଛି । ଜାନୁଆରୀ ୨୬ ରେ ବାହାରିଥିବା ସାଇକେଲ ଶୋଭାଯାତ୍ରା ଭୁବନେଶ୍ୱରରେ ପହଁଚିବା ସହ ଧାରଣା ଦେଇଛନ୍ତି । କୃଷିମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଜଣାଇବାକୁ ସାଇକେଲରେ ଛୁଟି ଆସିଛନ୍ତି ଶତାଧିକ ଚାଷୀ । କଟନୀଛଟନୀ ଓ ଟୋକନ ବ୍ୟବସ୍ଥାକୁ ବିରୋଧ ସହ ୧୮ ଦଫା ଦାବିରେ ନୂଆପଡ଼ାରୁ ସାଇକେଲରେ ଆସିଛନ୍ତି ଚାଷୀ। 


COMMERCIAL BREAK
SCROLL TO CONTINUE READING

ଦାବି ନଶୁଣିଲେ ଆମରଣ ଅନଶନ (Hunger Strike) ର ଧମକ ବି ଦେଇଛନ୍ତି । ମଣ୍ଡି ପ୍ରସଙ୍ଗ (Mandi Issue) ରେ ବିରୋଧୀ କଂଗ୍ରେସ (Congress) ଓ ବିଜେପି (BJP) ସରକାରଙ୍କ ଉପରେ ବର୍ଷିଛନ୍ତି। ଯେବେ ରାଜ୍ୟ ସରକାରଙ୍କ ମୁଣ୍ଡ ଉପରକୁ କଥା ଆସୁଛି ସେହି ସମୟରେ କେନ୍ଦ୍ର ସରକାର (Central Government) ଙ୍କୁ ଦୋଷାରୋପ କରୁଛନ୍ତି। ମଣ୍ଡିରୁ ଧାନ ନ ଉଠିଲେ ଆଗକୁ କଣ ଅବସ୍ଥା ହେବ ନବୀନ ବାବୁ ଦେଖିବେ । ବିଜେପି ଏନେଇ ତାର ରଣନୀତି ପ୍ରସ୍ତୁତ କରୁଛି । ଯଦି କମ ଦିନ ଭିତରେ ସମସ୍ତ ମଣ୍ଡିରୁ ଧାନ ନ ଉଠେ ତେବେ ମଣ୍ଡି ସାମ୍ନା ରାସ୍ତାକୁ ଆମେ ବନ୍ଦ କରିଦେବୁ। 



Also Read: ଶୀତରୁ ନାହିଁ ତ୍ରାହି: ୭ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ମଣ୍ଡି ବ୍ୟବସ୍ଥା ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିବା କଂଗ୍ରେସ କହିଛି । ଚାଷୀଙ୍କୁ ଶୋଷଣ କରାଯାଉଛି । ଚାଷୀଙ୍କ ଧାନକୁ ଲୁଟ କରାଯାଉଛି । ସଠିକ୍ ମୂଲ୍ୟରେ ଧାନ ତ କିଣୁନାହାଁନ୍ତି ଧାନ ଜମା କିଣୁନାହାଁନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଧାନ କିଣିବା ବନ୍ଦ କରିଦେଇଛନ୍ତି କହିଲେ ଚଳେ ଓ ଚାଷୀ ସମ୍ପୂର୍ଣ୍ଣ ହତାଶ ବୋଲି ସେ କହିଛନ୍ତି । ସେପଟେ ମଣ୍ଡି ବ୍ୟବସ୍ଥାକୁ ନେଇ ଉତ୍ତର ରଖିଛି ବିଜେଡି (BJD)


Also Read: ହସ୍ପିଟାଲରେ ରୋଗୀ ମୁଣ୍ଡ ଉପରେ ମୃତ୍ୟୁ!


ମଣ୍ଡି ବ୍ୟବସ୍ଥାକୁ ସୁଧାରିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଟାର୍ଗେଟଠୁ ଅଧିକ ଧାନ କ୍ରୟ ହୋଇଛି । ଯଦି ମଣ୍ଡି ଅବ୍ୟବସ୍ଥା ଥିଲା ତେବେ କେମିତି ଅଧିକ ଧାନ କିଣାଗଲା ବୋଲି ଶାସକ ଦଳ ପ୍ରଶ୍ନ କରିଛି । ଯେଉଁ ଟାର୍ଗେଟ ଥିଲା ତା ଠୁ ଅଧିକ ଧାନ କିଣାଯାଇଛି ଏବଂ ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି ସରକାର କହିଛନ୍ତି । ଯେଉଁଠି ନିର୍ଦ୍ଧିଷ୍ଟ ଅଭିଯୋଗ ଆସିବ ସେଠି ତଦନ୍ତ ହେବ ବୋଲି ବିଜେଡି ବିଧାୟକ (BJD MLA) ଅମର ଶତପଥୀ କହିଛନ୍ତି।


Edited: Zee Odisha Desk