ହସ୍ପିଟାଲରେ ରୋଗୀ ମୁଣ୍ଡ ଉପରେ ମୃତ୍ୟୁ!
Advertisement
Article Detail0/zeeodisha/odisha839978

ହସ୍ପିଟାଲରେ ରୋଗୀ ମୁଣ୍ଡ ଉପରେ ମୃତ୍ୟୁ!

କଟକରେ SCB କାର୍ଡିଓଲୋଜି ପରେ ସଦଗୁର ହସ୍ପିଟାଲ ଓ ଏବେ ସନ୍ ହସ୍ପିଟାଲ (Sun Hospital) ରେ ଭୟଙ୍କର ଅଗ୍ନୀକାଣ୍ଡ ଘଟିଛି। କିନ୍ତୁ ହସ୍ପିଟାଲ ପରିସରରେ କାହିଁକି ଓ କିପରି ଏହି ନିଆଁ ବ୍ୟାପିଲା ତାର କୌଣସି ସ୍ପଷ୍ଟ ସୂଚନା ମିଲିପାରିନାହିଁ।

ହସ୍ପିଟାଲରେ ରୋଗୀ ମୁଣ୍ଡ ଉପରେ ମୃତ୍ୟୁ!

ଜଗନ୍ନାଥ ପାତ୍ର, କଟକ: ଜିଲ୍ଲାର ପୁଣି ଆଉ ଏକ ଘରୋଇ ହସ୍ପିଟାଲରେ  ଲାଗିଛି ନିଆଁ। ସୋମବାର କନିକା ଛକସ୍ଥିତ ସନ ହସ୍ପିଟାଲରେ ଭୟଙ୍କର ଅଗ୍ନୀକାଣ୍ଡ ଘଟିଛି। ହସ୍ପିଟାଲର ଉପର ମହଲାରେ ଲାଗିଥିବା ନିଆଁ ଅପେକ୍ଷା ସେଠାରୁ ବାହାରୁ ଥିବା ଧୂଆକୁ ଆୟତ କରିବା ଅଧିକ କଷ୍ଟକର ଥିଲା। ଦୀର୍ଘ ଦେଢ ଘଣ୍ଟାର ଅପରେସନ ପରେ ନିଆଁ ଓ ଧୂଆଁକୁ ଆୟତ କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲେ। ତେବେ କିପରି ଓ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହାର ତଦନ୍ତ କରାଯାଉଛି ବୋଲି ଅଗ୍ନିଶମ ବିଭାଗ କହିଛି।

କଟକରେ SCB କାର୍ଡିଓଲୋଜି ପରେ ସଦଗୁର ହସ୍ପିଟାଲ ଓ ଏବେ ସନ୍ ହସ୍ପିଟାଲ (Sun Hospital) ରେ ଭୟଙ୍କର ଅଗ୍ନୀକାଣ୍ଡ ଘଟିଛି। କିନ୍ତୁ ହସ୍ପିଟାଲ ପରିସରରେ କାହିଁକି ଓ କିପରି ଏହି ନିଆଁ ବ୍ୟାପିଲା ତାର କୌଣସି ସ୍ପଷ୍ଟ ସୂଚନା ମିଲିପାରିନାହିଁ। ହସ୍ପିଟାଲ ପରିସରରେ ଅଗ୍ନିନିରାପକ (Fire Safety) ବ୍ୟବସ୍ଥା ରହିଥିଲା। ତଥାପି ତାହା ସଠିକ ସମୟରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ହସ୍ପିଟାଲର କୌଣସି କର୍ମଚାରୀ ବି ଅଗ୍ନୀନିରାପକ ଯନ୍ତ୍ରପାତିର ବ୍ୟବହାର କରିପାରିନଥିଲେ। ଯାହାଫଳରେ ହସ୍ପିଟାଲର ସମ୍ପୂର୍ଣ୍ଣ ଉପର ମହଲା ନିଆଁ ମୁହଁକୁ ଆସିଥିଲା। 

Also Read: ହିଣ୍ଡାଲକୋରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

୩ ଦିନ ତଳେ ସନ୍ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବା ଫାୟାର ସେଫ୍ଟି ନେଇ ମକଡ୍ରିଲ (Mockdrill)କରାଯାଇଛି। ଏହି ସମୟରେ ହସ୍ପିଟାଲରେ ଅଗ୍ନି ନିରାପତ୍ତା ଲାଇସେନ୍ସ ଏକ୍ସପାୟର ହୋଇଯାଇଥିଲା। ଆଉ ତାକୁ ଶିଘ୍ର ନବୀକରଣ କରିବାକୁ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ସେପଟେ ଅଗ୍ନିକାଣ୍ଡର କାରଣ ଖୋଜିବା ପାଇଁ ତଦନ୍ତ କରାଯିବ ବୋଲି କହିଛନ୍ତି ଚିଫ ଫାୟର ଅଫିସର ମହେଶ୍ୱର ସ୍ୱାଇଁ କହିଛନ୍ତି। ସେହିପରି ଜିଲ୍ଲାପ୍ରଶାସନ ସ୍ତରରେ ବି ଅଗ୍ନିକାଣ୍ଡ ଘଟଣାର ତଦନ୍ତ ହେବ। ପ୍ରତ୍ୟେକ ହସ୍ପିଟାଲକୁ ସଚେତନ କରାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି।

ସୋମବାର ମଧ୍ୟାହ୍ଣରେ (Cuttack) ସନ୍ ହସ୍ପିଟାଲର ଉପର ମହଲାରୁ ହୁ ହୁ ହୋଇ ନିଆଁ ଓ ଧୂଆଁ ବାହାରୁଥିଲା। ନିଆଁକୁ ଆୟତ କରିବା ପାଇଁ ଅଗ୍ନଶ୍ରମ ବିଭାଗ (Fire Dept) କଳବଳ କୌଶଳ ଲଗାଇଛି। ଏପିରିକି ହାଇଡ୍ରୋଲିକ୍‌ ମେସିନ ସାହାର୍ଯ୍ୟରେ ପାଣି ସ୍ପ୍ରେ କରାଗଲା। ଦୀର୍ଘ ଦେଢ ଘଣ୍ଟା ଅପରେସନ ପରେ ଭୟଙ୍କର ନିଆଁକୁ ୬ଟି ଦମକଳ ଆୟତ କରିପାରିଥିଲା। ସେପଟେ ୧୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ SCB ଓ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି।

Also Read: କଟକ 'ସନ୍' ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

ସେପଟେ ପ୍ରାଥମିକ ତଦନ୍ତୁରୁ ଜଣାପଡିଛି ଯେ, ସନ ହସ୍ପିଟାଲର ଉପର ମହଲାରେ କ୍ୟାଣ୍ଟିନ ଅଛି। ଏବେ ହସ୍ପିଟାଲର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ଆଉ ଅଗ୍ନିକାଣ୍ଡ ବେଳେ ସେହି ଉପର ମହଲାରେ ଓଲ୍‌ଡିଂ କାମ ଚାଲିଥିଲା। ତେବେ କ୍ୟାଣ୍ଟିନ ରୋଷେଇ ଘରୁ ନିଆଁ ବ୍ୟାପିଲା (Fire Massive) ନା ଓଲ୍‌ଡିଂ ବେଳେ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ। କଟକରେ ବାରମ୍ୱାର ହସ୍ପିଟାଲରେ ଅଗ୍ନୀକାଣ୍ଡ ଘଟୁଛି। ଏପରିସ୍ଥଳରେ ରୋଗୀଙ୍କ ସୁରକ୍ଷା ଓ ହସ୍ପିଟାଲର ନିରାପତ୍ତା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ତେଣୁ ଅଗ୍ନିଶମ ବିଭାଗ ଓ ଜିଲ୍ଲାପ୍ରାଶାସନ ପକ୍ଷରୁ କୋଠର ପଦକ୍ଷେପ ନେବାକୁ ଦାବି ହୋଇଛି।

କେବଳ ଯେ କଟକ କିମ୍ବା ଓଡିଶା ହସ୍ପିଟାଲ (Odisha Hospital) ରେ ଅଗ୍ନିକାଣ୍ଡ ଘଟୁଛି ତାହା ନୁହେଁ। ନିକଟ ଅତିତରେ ଗୁଜୁରାଟର କୋଚିଂ ସେଣ୍ଟର ଓ ହସ୍ପିଟାଲରେ ନିଆଁ ଲାଗି ୩୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଛି। କୋଲକାତା, ମୁମ୍ବାଇ ଓ ଦିଲ୍ଲୀ ପରି ମେଟ୍ରୋସିଟିର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟୁଥିବାର ଖବର ମଧ୍ୟ ସାମନାକୁ ଆସିଛି। ଏପରିକି କୋରୋନା ଟିକା ନିର୍ମାଣକାରୀ ସଂସ୍ଥା ସେରମ୍ ଇଂଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବି ନିଆଁ ମୁହଁରୁ ବର୍ତ୍ତି ପାରିନାହିଁ। ଅବହେଳା ହେଉ ଅବା ଅନ୍ୟ କୌଣସି କାରଣରୁ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ଦାୟିତ୍ୱବାନ ଅଧିକାରୀଙ୍କ ଖାମଖିଆଲି ମନବୃତ୍ତି ଯାଉନାହିଁ। ଯାହାର ଏକ ସଦ୍ୟତମ ଉଦାହରଣ ପାଲଟିଛି କଟକର ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ।