ଭୁବନେଶ୍ୱର:  ଦିନକ ପରେ ରାଜ୍ୟରେ ଆରମ୍ଭ ହେବ ଅନଲକ ପ୍ରକ୍ରିୟା । ଏଥିପାଇଁ ସମସ୍ତ ଜିଲ୍ଲାର କୋରୋନା ସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ସ୍ଥିତିକୁ ନଜରରେ ରଖି କିଭଳି ଅନଲକ ଆରମ୍ଭ କରାଯିବ,  ତାହା ଉପରେ ନିଷ୍ପତ୍ତି ନିଆଯିବ । ଦିନେ ଦୁଇ ଦିନ ମଧ୍ୟରେ ଏଥିପାଇଁ SRC ପକ୍ଷରୁ ଗାଇଡଲାଇନ ପ୍ରସ୍ତୁତ କରାଯିବ। ଗୋଟାଏ ପଟେ ରାଜ୍ୟରେ ଅନଲକ ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ ଯେଉଁ ସବୁ ଜିଲ୍ଲାରେ କୋରୋନା ସଂକ୍ରମଣ ହାର ଅଧିକ ରହିଛି ।  ସେଠାରେ କଟକଣା କୋହଳ ନ କଲେ ଭଲ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ  । 


COMMERCIAL BREAK
SCROLL TO CONTINUE READING

କୋରୋନା ଲକଡାଉନ (Corona Lockdown) ପାଇଁ ପ୍ରାୟ ୨ ମାସ ଧରି ଘରେ ବନ୍ଦି ହୋଇ ରହିଛନ୍ତି ଓଡ଼ିଶାବାସୀ । ଏବେ ସାରା ରାଜ୍ୟରେ ଖସିବାରେ ଲାଗିଛି କୋରୋନା ଗ୍ରାଫ । ଆଉ ଏହା ସହ ଆରମ୍ଭ ହୋଇଛି ଅନଲକ ପାଇଁ ଯୋଜନା । କିଭଳି ଆଉ କେଇଁ ପ୍ରକ୍ରିୟାରେ ଅନଲକ କରାଗଲେ ସଂକ୍ରମଣ ରୋକାଯାଇପାରିବ ସେଥିପାଇଁ ଚାଲିଛି ତର୍ଜମା । ଉଚିତ୍ ସମୟରେ ସରକାର ନିଷ୍ପତ୍ତି  ନେବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦିନେ କିମ୍ବା ଦୁଇ ଦିନ ମଧ୍ଯରେ ଏସଆରସି (SRC) ଏନେଇ ଗାଇଡଲାଇନ ତିଆରି କରିବେ । ସବୁ ଜିଲ୍ଲାର କୋରୋନା ସ୍ଥିତି ଉପରେ ନଜର ରଖାଯାଇଛି ।  ସ୍ଥିତିକୁ ଦେଖି ଅନଲକ ପାଇଁ ସରକାର ନିଷ୍ପତି ନେବେ । ଗତ ୧୫ ଦିନର ସମସ୍ତ ଡାଟାକୁ ମଧ୍ୟ ବିଚାରକୁ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।   


Also Read: ସାବଧାନ ! ବଜାରରେ ଔଷଧ ନାଁରେ ମିଳୁଛି କୋରୋନା ବିଷ


ରାଜ୍ୟରେ କୋରୋନା (Corona) ସଂକ୍ରମଣ ସଂଖ୍ୟା କମି ୩ ହଜାର ୪୦୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଲୋକାଲ କଣ୍ଟାକ୍ଟରେ ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ କମି ୧ ହଜାର ୪୬୩ରେ ପହଂଚିଛି । ଟେଷ୍ଟ ପଜିଟିଭିଟି ରେଟ ମଧ୍ୟ ୬ ତଳକୁ ଖସିଛି । ଫଳରେ  ରାଜ୍ୟର ସମସ୍ତ ହସ୍ପିଟାଲ ଉପରେ ଚାପ କମିବାରେ ଲାଗିଛି । ହସ୍ପିଟାଲର ଆଇସିୟୁରେ ୫୬ % ବ୍ୟବହାର ହେଉଥିବା ବେଳେ ସାଧାରଣ ବେଡ଼ର ୟୁଟିଲାଇଜେସନ ବହୁତ କମିଛି । ଏତେ ସବୁ ଆଶ୍ବସ୍ତିକର ସୂଚନା ପରେ ମଧ୍ୟ ରାଜ୍ୟରେ ସମ୍ପୂର୍ଣ୍ଣ ଅନଲକ ନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।


Also Read: Corona Crisis କାଳରେ 1929 Call Centre ଯୋଗାଉଛି ସହଯୋଗ


ତୃତୀୟ ଲହର( Third Wave) ରେ କୌଣସି ନୂଆ ଭେରିଏଣ୍ଟ କିମ୍ବା ଡେଲଟା ଭାରିଏଣ୍ଟର ନୂଆ ମ୍ୟୁଟେସନ ଆସିପାରେ । ବର୍ତ୍ତମାନ ଡେଲ୍ଟା ଭେରିଏଣ୍ଟର ମ୍ୟୁଟେସନ ବଦଳି ନୂଆ ଭାରିଆଣ୍ଟ ଆସିଛି । ଯାହାକୁ ଡେଲ୍ଟା ପ୍ଲସ ଭାରିଆଣ୍ଟ (Delta Plus Variant) କୁହାଯାଉଛି । ଦେଶରେ ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟର ୬ଟି ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ବହୁ ମୁସ୍କିଲରେ ଟୋଟାଲ ପଜିଟିଭିଟି ରେଟ ୬ ତଳକୁ ଖସିଛି । ଏଭଳି ପରିସ୍ଥିତିରେ ପରିସ୍ଥିତିକୁ ହାତ ଛଡା କରାଗଲେ ପୁଣି ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି।