Corona Crisis କାଳରେ 1929 Call Centre ଯୋଗାଉଛି ସହଯୋଗ
Advertisement

Corona Crisis କାଳରେ 1929 Call Centre ଯୋଗାଉଛି ସହଯୋଗ

ମୋଟ୍ ୧ ଲକ୍ଷ ୬ ହଜାର ୩୨୬ କଲ୍ରୁ ୨ ହଜାର ୩୧୨  କଲ୍ ରେଡ୍ ଫ୍ଲାଗ୍ ରୋଗୀଙ୍କ ନିକଟକୁ ଯାଇଛି।

Corona Crisis କାଳରେ 1929 Call Centre ଯୋଗାଉଛି ସହଯୋଗ

ଭୁବନେଶ୍ୱର: କୋରୋନା ସମୟରେ ରାଜଧାନୀବାସୀଙ୍କୁ କୋଭିଡ୍ ସେବା ଯୋଗାଇବା କ୍ଷେତ୍ରରେ ୧୯୨୯ କଲ୍ ସେଣ୍ଟର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କୋରୋନା ମହାମାରୀର ଦ୍ବିତୀୟ ଲହର ସମୟରେ ଏହି ସହାୟତା କେନ୍ଦ୍ରକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ କଲ୍ ଯାଇ ସାରିଥିବା ବେଳେ ୮୮ ହଜାରରୁ ଅଧିକ ଲୋକ ଏହାର ସୁବିଧା ପାଇଛନ୍ତି। ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ସେମାନଙ୍କୁ କଲ୍ କରାଯାଉଛି। 

ଏହି କ୍ରମରେ କଲ୍‌ ସେଣ୍ଟରରୁ ଯାଇଥିବା ମୋଟ୍ ୧ ଲକ୍ଷ ୬ ହଜାର ୩୨୬ କଲ୍ରୁ ୨ ହଜାର ୩୧୨ କଲ୍ ରେଡ୍ ଫ୍ଲାଗ୍ ରୋଗୀଙ୍କ (Red Flag patient) ନିକଟକୁ ଯାଇଛି। କୋରୋନା ସମୟରେ ଲୋକେ ସଂକ୍ରମିତ ହେଉଥିବା ବେଳେ ଭୟଭୀତ ନହୋଇ କିଭଳି ସୁରକ୍ଷିତ ରହିବେ ସେ ସମମୟରେ ସେମାନଙ୍କୁ ବିଭିନ୍ନ ସହାୟତାର ଯୋଗାଇବା କ୍ଷେତ୍ରରେ ୧୯୨୯ କଲ ସେଣ୍ଟର (Call Centre 1929) ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।   

Also Read: ସତର୍କତାର ସହ Unlock କରିବାକୁ ମତ ଦେଲେ ବିଶେଷଜ୍ଞ

କୋରୋନା ମହାମାରୀ (Corona Pandemic) ସମୟରେ ରାଜଧାନୀ ଭୁବନେଶ୍ବର (Bhubaneswar) ରାଜ୍ୟର ବିଭିନ୍ନ ଜିଲ୍ଲା ତୁଳନାରେ ଅଧିକ ସଂକ୍ରମିତ ହୋଇଛି। ଅନେକ ଲୋକ କୋରୋନା ସଂକ୍ରମିତ ହୋଇ ନାନା ହଇରାଣ ହରକତ ହୋଇଛନ୍ତି। ଏହି ସମୟରେ ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) ଆରମ୍ଭ କରିଥିଲା ଏହି ବ୍ୟବସ୍ଥା। ଘରେ ରହି କିଭଳି କୋଭିଡ19 ସମ୍ପର୍କିତ ସୂଚନା ପାଇପାରିବେ ସେ ନେଇ ନିଆଯାଇଥିଲା ପଦକ୍ଷେପ। କଲ ସେଣ୍ଟର ୧୯୨୯ ଖୋଲି ଲୋକଙ୍କୁ ସହାୟତା ଯୋଗାଇ ଦେଇଥିଲା ବିଏମସି। 

ଲୋକେ କୋରୋନା ସମ୍ପର୍କିତ ଯେ କୌଣସି ପ୍ରଶ୍ନ ପଚାରି କଲ ସେଣ୍ଟର ଅଧିକାରୀଙ୍କ ଠାରୁ ବିଭିନ୍ନ ସୂଚନା ପାଇ ପାରୁଛନ୍ତି। ବର୍ତ୍ତମାନ ସୁଦ୍ଧା କଲ ସେଣ୍ଟରକୁ ୧ ଲକ୍ଷରୁ ଅଧିକ କଲ୍ ଯାଇ ଥିବା ବେଳେ ୮୮ ହଜାରରୁ ଅଧୁକ ଲୋକ ସୁବିଧା ପାଇଛନ୍ତି।  ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ କାର୍ଯ୍ୟାଳୟ (Bhubaneswar Smartcity Limited Office) ଠାରେ ଥିବା ଭୁବନେଶ୍ୱର ଅପରେସନ୍ ସେଣ୍ଟର (Bhubaneswar Operation Centre) ପରିସରରୁ ଏହି କଲ୍‌ସେଣ୍ଟର କାର୍ଯ୍ୟକ୍ଷମ ହେଉଛି। ମୁଖ୍ୟତଃ ଗୃହ ସଙ୍ଗରୋଧରେ (Home Isolation) ରହୁଥିବା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ସେମାନଙ୍କୁ କଲ୍ କରାଯାଉଛି।  

Also Read: Covid19 Vaccination: 45 Plus ପରେ ଏବେ ନଜରରେ 18 Plus

ମୋଟ୍ ୧ ଲକ୍ଷ ୬ ହଜାର ୩୨୬ କଲ୍ରୁ ୨ ହଜାର ୩୧୨  କଲ୍ ରେଡ୍ ଫ୍ଲାଗ୍ ରୋଗୀଙ୍କ ନିକଟକୁ ଯାଇଛି। କାର୍ଯ୍ୟନିର୍ବାହୀଙ୍କ (Excutive) ସହ କଥା ହୋଇ ଏଠାରେ ନିୟୋଜିତ ଡାକ୍ତର ରୋଗୀଙ୍କ ସ୍ବାସ୍ଥ୍ୟ ବାବଦରେ ଅବଗତ ହୋଇ ସେମାନଙ୍କୁ ମଧ୍ୟ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି। କୋଭିଡ୧୯ ଟିକାକରଣ (Covid19 Vaccination) କ୍ଷେତ୍ରରେ ମଧ୍ୟ କଲ ସେଣ୍ଟର ପ୍ରମୁଖ ଭୂମିକା ଗ୍ରହଣ କରିଛି। କୋରୋନା ସମ୍ମୁଖ ଯୋଦ୍ଧାଙ୍କୁ (Corona Frontline Warrior) ସେମାନଙ୍କ ଟିକାକରଣ ସ୍ଥିତି ବାବଦରେ ପଚାରି ବୁଝିବା ସହ ୬ ହଜାର ୮୪୪ ଜଣଙ୍କୁ ଫୋନ୍ କରି ସେମାନଙ୍କର ଟିକା ନେବା ସମ୍ପର୍କରେ ତଥ୍ୟ ନିଆଯାଇଛି। ଡାକ୍ତରୀ ପରାମର୍ଶ ପାଇବା ପାଇଁ କଲ୍ ସେଣ୍ଟର ସହାୟକ (Call Center Assistant) ୨୮ ହଜାର ୯୬୨ ଜଣଙ୍କୁ ଡାକ୍ତରୀ ପରାମର୍ଶ ଯୋଗାଇ ଦିଆଯାଇଛି।  

Also Read: ରାଜ୍ୟରେ ଟିକା ସଂକଟ; ଆସନ୍ତାକାଲି କାଲି ଠାରୁ ୧୮-୪୪ ବର୍ଗଙ୍କ ଟିକାଦାନ ସ୍ଥଗିତ

ରାଜ୍ୟ ରାଜଧାନୀକୁ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଆଗଧାଡ଼ିର କର୍ମୀଙ୍କୁ (Corona Frontline Worker) ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯାଉଥିବାବେଳେ ସେମାନଙ୍କ ମତାମତ ମଧ୍ୟ ସଂଗ୍ରହ କରାଯାଉଛି। ଲୋକେ ଡାକ୍ତରୀ ପରାମର୍ଶ, ଟିକା ବୁକିଂ, ସ୍ୱତନ୍ତ୍ର ଟିକା ଅଭିଯାନରେ ସାମିଲ୍ ହେବା ପାଇଁ କଲ୍ କରିଥିବା ଜାଣିବାକୁ ମିଳିଛି। ଏହି ସହାୟତା କେନ୍ଦ୍ରକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ୮୮ ଜଣ କାର୍ଯ୍ୟନିର୍ବାହୀ ନିୟୋଜିତ ହୋଇଛନ୍ତି।