ଅରୁପଙ୍କ ପାଇଁ ଅଡ଼ୁଆରେ ନବୀନ !
କୁବେର ଅଭୟକାନ୍ତ ପାଠକଙ୍କୁ (Abhayakanta Pathak) ନେଇ ରାଜ୍ୟ ରାଜ୍ୟନୀତିରେ ଧୀରେଧୀରେ କମ୍ପନ ସୃଷ୍ଟି ହେବାରେ ଲାଗିଛି । ଅଭୟପତି ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହିତ ସମ୍ପର୍କ ରହିଥିବା ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କୁ (Pradeep Panigrahi) ମଧ୍ୟ ହୀନସ୍ତା ହେବାକୁ ପଡ଼ିଛି । ଗିରଫ ହୋଇ ଝାରପଡ଼ା ଜେଲର (Jharpada Jail) ଚାରିକାନ୍ଥ ଭିତ
ନୂଆଦିଲ୍ଲୀ: କୁବେର ଅଭୟକାନ୍ତ ପାଠକଙ୍କୁ (Abhayakanta Pathak) ନେଇ ରାଜ୍ୟ ରାଜ୍ୟନୀତିରେ ଧୀରେଧୀରେ କମ୍ପନ ସୃଷ୍ଟି ହେବାରେ ଲାଗିଛି । ଅଭୟପତି ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହିତ ସମ୍ପର୍କ ରହିଥିବା ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କୁ (Pradeep Panigrahi) ମଧ୍ୟ ହୀନସ୍ତା ହେବାକୁ ପଡ଼ିଛି । ଗିରଫ ହୋଇ ଝାରପଡ଼ା ଜେଲର (Jharpada Jail) ଚାରିକାନ୍ଥ ଭିତରେ ଜୀବନ ବିତାଉଛନ୍ତି । ଜାମିନ ଆବେଦନ କରିଥିଲେ, ତାହା ମଧ୍ୟ ଖାରଜ ହୋଇ ଯାଇଛି ।
ସେପଟେ ପ୍ରଦୀପଙ୍କ ଗିରଫଦାରୀ ରାଜ୍ୟ ରାଜନୀତିରେ (State Politics) କମ୍ପନକୁ ଆହୁରି ବଢାଇ ଦେଇଛି। ପ୍ରଦୀପଙ୍କୁ ବିଜେଡ଼ିରୁ ବହିଷ୍କାର କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Patnaik)। ଏକ ଧାଡ଼ିକିଆ ପ୍ରେସ ରିଲିଜ ଜାରି କରି ତାଙ୍କୁ 'ଜନବିରୋଧୀ' କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଛି ବୋଲି ଉକ୍ତ ପ୍ରେସ ରିଲିଜରେ ଦର୍ଶାଇଥିଲେ ସୁପ୍ରିମୋ। ତେବେ ଏହାକୁ ନେଇ ପ୍ରଦୀପଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ (Sujata Panigrahi) ବିଜେଡ଼ିର (BJD) କିଛି ତୁଙ୍ଗ ନେତା ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କିଛି ପ୍ରଶାସକଙ୍କ ଉପରେ ନିର୍ଦ୍ଧୁମ ବର୍ଷିଛନ୍ତି।
ଅଧିକ ପଢନ୍ତୁ: ପାଠକ ପରେ ପ୍ରଦୀପଙ୍କ ସମ୍ପତ୍ତି ତଦନ୍ତ କରିବ ଇଡି
ସୁଜାତା କହିଛନ୍ତି କି, ମୋ ସ୍ୱାମୀ ଲକଡାଉନ ସମୟରେ ଲୋକଙ୍କ ସେବା କରିବା ବଦଳରେ ଚାଟାର୍ଡ ପ୍ଲେନରେ (Charted Flight) ଯାତ୍ରା କରିବା ଜନବିରୋଧୀ କାର୍ଯ୍ୟ ହୋଇଗଲା। ଯାହାକୁ ଆଧାର କରି ତାଙ୍କୁ ଦଳରୁ ବହିଷ୍କାର କରାଗଲା। ଏପରିକି ମିଥ୍ୟା ଆରୋପରେ ତାଙ୍କୁ ଗିରଫ କରାଯାଇଛି। କିନ୍ତୁ ସମାନ ସମୟରେ ମୋ ପରିବାରର ମୁଖ୍ୟ ତଥା ୨୦୧୯ ମସିହାରେ ଭୁବନେଶ୍ୱର ଲୋକସଭା ଆସନରେ (Bhubaneswar Loksabha Seat) ବିଜେଡ଼ିର ପ୍ରାର୍ଥୀ ଅରୁପ ପଟ୍ଟନାୟକ (Arup Pattnaik) ମଧ୍ୟ ଯାତ୍ରା କରିଥିଲେ। କିନ୍ତୁ ସେ ଜନବିରୋଧୀ କାର୍ଯ୍ୟ କଲେ ନାହିଁ। ତାଙ୍କୁ ଦଳରୁ ବହିଷ୍କାର କରାଗଲା ନାହିଁ। କାରଣ ସେ ଶାସକ ଦଳର ବୋଲି ସୁଜାତା ଅଭିଯୋଗ କରିଛନ୍ତି।
ଅରୁପଙ୍କ ନାମ ନେବା ପରେ ବର୍ତ୍ତମାନ ଶାସକ ବିଜେଡ଼ିର ମୁଖ୍ୟ ନବୀନଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। ମା'କୁ ସମ୍ମାନ ନାରା ଦେଉଥିବା ନବୀନଙ୍କ ପାଇଁ ପାରିବାରିକ କଳହ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆସିବା ପରେ ଅନୁଭବ ଅଡ଼ୁଆ ସମସ୍ୟା ସୃଷ୍ଟି କରିଥିଲେ। ଆଉ ଏବେ ପୁଣି ସୁଜାତାଙ୍କ ଅଭିଯୋଗ ସାମ୍ନାକୁ ଆସିବା ପରେ ନବୀନଙ୍କ ପାଇଁ ଅଡ଼ୁଆ ହୋଇଛି। ନିଜର ସ୍ୱଚ୍ଛ, ସରଳ ତଥା ସ୍ପଷ୍ଟବାଦୀ ନେତା ଭାବେ ପରିଚିତ ନବୀନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।
ଅଧିକ ପଢନ୍ତୁ: କୋରୋନା ଟିକାକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ଏମ୍ସ ନିର୍ଦ୍ଦେଶକ
ପୂର୍ବରୁ ଅନେକ ଘଟଣା ମଧ୍ୟ ଉଦାହରଣ ରହିଛି। ଦଳ ବିରୋଧୀ କାର୍ଯ୍ୟ ହେଉ ଅବା କୌଣସି ଅନିୟମିତ କାର୍ଯ୍ୟ, ନେତା ମନ୍ତ୍ରୀ ପ୍ରଶାସକଙ୍କୁ ଦଳରୁ ବହିଷ୍କାର କରିବାକୁ ନବୀନ ପଛାଇ ନାହାନ୍ତି। ଅନେକ ଉଦାହରଣ ମଧ୍ୟରେ ସେତେବେଳର ପ୍ରଶାସକରୁ ନେତା ପାଲଟିଥିବା ପ୍ୟାରିମୋହନ ମହାପାତ୍ରଙ୍କୁ ମଧ୍ୟ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଥିଲେ। କେବଳ ପ୍ୟାରି ନୁହନ୍ତି, ଦାମୋଦର ରାଉତ, ପ୍ରଫୁଲ୍ଲ ଘଡେଇଙ୍କ ସ୍ଥିତି ମଧ୍ୟ ସମାନ ରହିଥିଲା। ସେହିସମୟରେ ଏହି ଘଟଣା ଯଦିଓ ଚର୍ଚ୍ଚାର ପରିଧିକୁ ଆସିଥିଲା, ରାଜନୈତିକ ମହଲରେ ଏହାକୁ ଯୁକ୍ତିଯୁକ୍ତ ବୋଲି ଆଲୋଚନା ହୋଇଥିଲା । ଦଳ ଗଠନ ସମୟରେ ଯେଉଁ ପ୍ରମୁଖ ତଥା ତୁଙ୍ଗ ନେତା ମାନେ ସାମିଲ ରହିଥିଲେ, ପ୍ରାୟତଃ ବର୍ତ୍ତମାନ ସମୟରେ ଆଉ କେହି ନାହାନ୍ତି। ସମସ୍ତଙ୍କୁ 'ଦଳବିରୋଧୀ'କୁ ଆଧାର କରି ବହିଷ୍କାର କରିଥିବା ବେଳେ ପ୍ରଦୀପଙ୍କୁ ଜନବିରୋଧୀକୁ ଆଧାର କରି ନିଲମ୍ବିତ କରାଯାଉଛି । ତେବେ ଏହା ହିଁ ଦର୍ଶାଉଛି ନବୀନଙ୍କ କାର୍ଯ୍ୟ କରିବାର ଶୈଳୀ ।
କିନ୍ତୁ ସମାନ ସ୍ଥିତିରେ ଯେତେବେଳେ ଦୁଇ ଅଧିକାରୀ ବା ନେତାଙ୍କ ପ୍ରଶ୍ନ ଉଠୁଛି ସେଭଳି କ୍ଷେତ୍ରରେ ନବୀନଙ୍କ ପଦକ୍ଷେପକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ସ୍ଥିତି ସମାନ, କିନ୍ତୁ ଜଣକୁ ବହିଷ୍କାର କରିବା ଓ ଅନ୍ୟ ଜଣଙ୍କୁ ସୁରକ୍ଷା ଦେବାକୁ ନେଇ ନବୀନଙ୍କ କାର୍ଯ୍ୟକୁ ପ୍ରଶ୍ନ ସୃଷ୍ଟି ହୋଇଛି ।