ଝାରପଡ଼ା ଜେଲର (Jharpada Jail) ଚାରିକାନ୍ଥ ଭିତରେ ବିତିଲାଣି ଦୁଇ ରାତି। ଯେଉଁଠି ପଲଙ୍କରେ ରାତି ବିତୁଥିଲା, ସେଠି ଦୁଇ ରାତି ଅନିଦ୍ରା । ଚୁଡ଼ା ସନ୍ତୁଳା ଓ ଘୁଘୁନି ଜଳଖିଆରେ ମିଳୁଛି । ଅରୁଚି ଲାଗୁଥିଲେ ମଧ୍ୟ ଖାଇବାକୁ ପଡ଼ୁଛି । ଏଭଳି ଜୀବନ ବିତୁଛି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର (Pradeep Panigrahi)।
Trending Photos
ଭୁବନେଶ୍ୱର: ଝାରପଡ଼ା ଜେଲର (Jharpada Jail) ଚାରିକାନ୍ଥ ଭିତରେ ବିତିଲାଣି ଦୁଇ ରାତି। ଯେଉଁଠି ପଲଙ୍କରେ ରାତି ବିତୁଥିଲା, ସେଠି ଦୁଇ ରାତି ଅନିଦ୍ରା । ଚୁଡ଼ା ସନ୍ତୁଳା ଓ ଘୁଘୁନି ଜଳଖିଆରେ ମିଳୁଛି । ଅରୁଚି ଲାଗୁଥିଲେ ମଧ୍ୟ ଖାଇବାକୁ ପଡ଼ୁଛି । ଡାଇନିଂ ଟେବୁଲ ପରିବର୍ତ୍ତେ ଧାଡ଼ିରେ ଯାଇ ଖାଇବା ଆଣିବାକୁ ପଡ଼ୁଛି । ଏଭଳି ଜୀବନ ବିତୁଛି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର (Pradeep Panigrahi)।
ସେପଟେ ଦୁଇ ରାତି ବିତିବା ପରେ ବିଧାୟକଙ୍କୁ (Pradeep Panigrahi) ସବୁ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ପ୍ରୟାସ ହୋଇଥିବା ଜଣାପଡ଼ିଛି। ରାଜକୀୟ ସେବା ଯୋଗାଇ ଦେବା ପାଇଁ ପ୍ରୟାସ କରାଯାଉଥିବା ସୂଚନା ରହିଛି । ଝାରପଡ଼ା ଜେଲରେ ପ୍ରବେଶ ପରେ ତାଙ୍କୁ ୧୪ ନମ୍ବର କୋଠରୀରେ ରଖାଯାଇଥିଲା । ପରେ ତାଙ୍କୁ ୧୪ ନମ୍ବର ରୁମରୁ ନିଆଯାଇ ୫ ନମ୍ବର କୋଠରୀରେ ରଖାଯାଇଥିଲା । ୫ ନମ୍ବର ଓ୍ୱାର୍ଡରେ ୧୦ ରୁ ୧୫ ଜଣ ପ୍ରୌଢ କଏଦୀ ରହୁଛନ୍ତି । ସେମାନଙ୍କ ମଧ୍ୟରେ ସେ ରହିଥିଲେ । ତେବେ ସକାଳ ହେବା ମାତ୍ରେ ପ୍ରଦୀପଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଇଥିବା ଜଣାପଡ଼ିଥିଲା ।
ଅଧିକ ପଢନ୍ତୁ: ପାଠ ପଢାଇଦେଲେ ପାଠକ, ବୁଝି ପାରିଲେନି ସରକାର !
କ୍ରାଇମବ୍ରାଞ୍ଚ ଅଧିକାରୀ ପ୍ରଦୀପଙ୍କୁ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ । କର୍ତ୍ତୃପକ୍ଷ ତାଙ୍କୁ ଦୁଇଟି କମ୍ବଳ, ଗିନା, ଥାଳି ଦେଇ ଭିତରକୁ ନେଇ ଯାଇଥିଲେ । ୧୪ ନମ୍ବର କୋଠରିରେ ସେ ରହିଥିଲେ । ପ୍ରଥମ ରାତିରେ ତାଙ୍କୁ ନିଦ ହୋଇନଥିବା ବେଳେ କଡ଼ ଲେଉଟାଇଥିଲେ। ଖାଇବାକୁ ଦିଆଯାଇଥିଲେ ମଧ୍ୟ ସେ ଖାଇନଥିବା ନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ପ୍ରଦୀପଙ୍କୁ ପ୍ରଥମ ଦିନ ସକାଳୁ ଉପମା, ଘୁଗୁନି ଖାଇବା ସହ ଚା ଦିଆଯାଇଥିଲା।
ସୂଚନାଯୋଗ୍ୟ ପ୍ରଦୀପ ନାଁରେ ତାଙ୍କ ନିର୍ବାଚନ ମଣ୍ଡଳୀର ଯୁବକଙ୍କୁ ଚାକିରି ଦେବା ନାଁରେ ଠକେଇ କରିବାର ଅଭିଯୋଗ ରହିଥିବା ବେଳେ IFS ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଲିଙ୍କରେ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି । ଜାଲିଆତି, ଠକେଇ ସହ ଆପରାଧିକ ଷଡ଼ଯନ୍ତ୍ର ମାମଲାରେ ଗତକାଲି ତାଙ୍କୁ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରାଇଥିଲା ସେଠି ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ହାଜତକୁ ପଠାଇ ଦିଆଯାଇଥିଲା । ତେବେ ଗତକିଛି ଦିନ ହେବେ ବାରମ୍ୱାର ଗଣମାଧ୍ୟମ ସାମ୍ନାକୁ ଆସି ବିଭିନ୍ନ ଦୁର୍ନୀତି ନେଇ ବିଭିନ୍ନ ଲୋକଙ୍କୁ ଟାର୍ଗେଟ କରିବା ସହ ସରକାରଙ୍କ ସ୍ୱଚ୍ଛତା ନେଇ ପ୍ରଶ୍ନ କରିଥିଲେ ପ୍ରଦୀପ ।
ଅଧିକ ପଢନ୍ତୁ: ଏଲଜେପି ଦି'ଫାଳ!
ଠକେଇ ମାମଲାରେ ବନ୍ଧା ହୋଇଥିବା ପ୍ରଦୀପଙ୍କ ନାଁରେ ତ ଏକାଧିକ ଦଫା ଲାଗିଛି । କିନ୍ତୁ ଏତିକି ସରିନି ତାଙ୍କ ହିସାବକିତାବ। କ୍ରାଇମବ୍ରାଞ୍ଚ ପରେ ଏବେ ପ୍ରଦୀପଙ୍କ ପଛରେ ପଡ଼ିଯାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ କାରବାରର ତଦନ୍ତ ଇଡି କରିବ । ଏଥିସହ ପ୍ରଦୀପ ଓ ପାଠକ ନନ୍ଦନ ଆକାଶଙ୍କ ସହ ହୋଇଥିବା ଅର୍ଥ ଦେଣନେଣର ହିସାବ ମଧ୍ୟ ଖୋଜିବ। ଅର୍ଥାତ୍ ଆଗକୁ ବଢ଼ିବାକୁ ଯାଉଛି ପ୍ରଦୀପଙ୍କ ଅଡୁଆ ।
ବଢ଼ିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ । ପ୍ରଦୀପଙ୍କ ସମ୍ପତ୍ତି ସହ ବ୍ୟାଙ୍କ ଆକାଉଣ୍ଟର ଛାନଭିନ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି କରିବ। ତାଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ସବୁ କାହାର। କିଏ ଓ କେଉଁ ଉଦ୍ଦେଶ୍ୟରେ ୪ ମାସରେ ପ୍ରଦୀପଙ୍କ ଆକାଉଣ୍ଟରେ ଜମା କରିଥିଲା ଅଢେଇ କୋଟି ଟଙ୍କା। ତାହାର ସତ୍ୟତା ଜାଣିବାକୁ ଇଡି ସମସ୍ତ ବ୍ୟାଙ୍କକୁ ଚିଠି ଲେଖିଛି। ଏଥିସହ ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ଜମି ଓ ସ୍ଥାବର, ଅସ୍ଥାବର ସମ୍ପତ୍ତିର ଖୋଳତାଡ କରିବାକୁ ଗଞ୍ଜାମ ସବରେଜିଷ୍ଟ୍ରାରଙ୍କୁ ଚିଠି ବି ଲେଖିଛି ଇଡି। ସେପଟେ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ଇଡି ପ୍ରଦୀପ ଓ ତାଙ୍କ ଭାବି ସ୍ୱାଇଁ ଆକାଶ ପାଠକଙ୍କ ନାଁରେ ଥିବା ସମ୍ପତିର ମଧ୍ୟ ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ରୁଜୁ କରିଥିବା FIR କପିକୁ ଇଡିମାଗିଛି ।