ଭୁବନେଶ୍ବର: ଚାଲିଛି ବିଧାନସଭା ଅଧିବେଶନ । ଏହି କ୍ରମରେ ଗୃହରେ ଉଠିଛି ଟ୍ୱିନସିଟିରେ ମେଟ୍ରୋ ରେଳ ପ୍ରସଙ୍ଗ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ଦେଇ କହିଛନ୍ତି ଯେ, ଭୁବନେଶ୍ୱର ଓ କଟକରେ ମେଟ୍ରୋ ରେଳ ଚାଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ କି ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ । ଟ୍ୱିନସିଟିରେ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । 


COMMERCIAL BREAK
SCROLL TO CONTINUE READING

କଟକରୁ ଚଣ୍ଡୀଖୋଲ ଓ ଭୁବନେଶ୍ବର (Bhubaneswar) ରୁ ପୁରୀ ଯାଏ ସମ୍ପ୍ରସାରଣ ପ୍ରସ୍ତାବ ଦିଆଯିବ । ପ୍ରଥମ ସର୍ଭେ ପାଇଁ ଖର୍ଚ୍ଚ ହୋଇଥିଲା ୬୪.୬୧ ଲକ୍ଷ ଟଙ୍କା । ଏଥିରୁ ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ରାଜ୍ୟ ସରକାର । ଏହି ସର୍ଭେରେ ଏଥିରେ ୫ଟି କମ୍ପାନୀ ଭାଗ ନେଇଥିଲେ । ହେଲେ ୨୦୧୪ରେ ହୋଇଥିବା ସର୍ଭେ ଅନୁଯାୟୀ ମେଟ୍ରୋ ପାଇଁ ଫିଜିବିଲିଟି ନାହିଁ । ଜନସଂଖ୍ୟା ଆଧାରରେ ଉପଯୁକ୍ତ ଯୋଗ୍ୟତା ନଥିବାରୁ ଗଡ଼ିବନି ଟ୍ରେନ୍ (Metro Rail) । 


Also Read: ଜାଣନ୍ତୁ କେବେ ମିଳିବ ଚାଷୀଙ୍କୁ PM Kisan Samman Nidhi ର ଅଷ୍ଟମ କିସ୍ତି ଟଙ୍କା


ପୁଣି ଥରେ ସର୍ଭେ କରିବାକୁ କେନ୍ଦ୍ର ନିକଟରେ ଦାବି କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା (Pratap Jena) । ଫିଜିବିଲିଟି ନଥିବାରୁ ଏହି କାମକୁ ଆଗକୁ ବଢା ଯାଇପାରୁନି । ଏହି ସର୍ଭେ ପାଇଁ କେନ୍ଦ୍ର ସରକାର (Central Government) ୧୨ ଲକ୍ଷ ୬୧ ହଜାର ଦେଇଥିବା ବେଳେ କମ୍ପାନୀକୁ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେପଟେ ଗୃହର ଅନ୍ୟ ସଦସ୍ୟମାନେ ପୁଣି ଥରେ ଏହି ସର୍ଭେ କରିବା ପାଇଁ ଦାବି ରଖିଛନ୍ତି ।