କୃଷକମାନେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାରେ ନିଜ ନାଁରୁ ପଞ୍ଜୀକୃତ କରିନାହାଁନ୍ତି, ଯଦି ସେମାନେ ୩୧ ମାର୍ଚ୍ଚ ପୂର୍ବରୁ ଆବେଦନ କରନ୍ତି, ତେବେ ସେମାନେ ମାର୍ଚ୍ଚ ମାସର କିସ୍ତି ଓ ଏପ୍ରିଲ୍ ମାସର କିସ୍ତି ଏକାଥରେ ପାଇବେ । ଏପରି ସ୍ଥିତିରେ ଚାଷୀଙ୍କ ଆକାଉଣ୍ଟରେ ୪୦୦୦ ଟଙ୍କା ଡିପୋଜିଟ ହେବ ।
Trending Photos
ନୂଆଦିଲ୍ଲୀ: ସରିଛି ରଙ୍ଗର ପର୍ବ ହୋଲି । ଏହାପରେ ଦେଶର ୧୧ କୋଟି ୭୪ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଅଷ୍ଟମ କିସ୍ତି ମିଳିବାକୁ ଯାଉଛି । ଏହି କିସ୍ତି ୧ ଏପ୍ରିଲ ୨୦୨୧ ରୁ ମିଳିବା ଆରମ୍ଭ ହେବ । ଏହି କିସ୍ତି ଦ୍ୱାରା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଆସିବ। ଯେଉଁ କୃଷକମାନେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାରେ ନିଜ ନାଁରୁ ପଞ୍ଜୀକୃତ କରିନାହାଁନ୍ତି, ଯଦି ସେମାନେ ୩୧ ମାର୍ଚ୍ଚ ପୂର୍ବରୁ ଆବେଦନ କରନ୍ତି, ତେବେ ସେମାନେ ମାର୍ଚ୍ଚ ମାସର କିସ୍ତି ଓ ଏପ୍ରିଲ୍ ମାସର କିସ୍ତି ଏକାଥରେ ପାଇବେ । ଏପରି ସ୍ଥିତିରେ ଚାଷୀଙ୍କ ଆକାଉଣ୍ଟରେ ୪୦୦୦ ଟଙ୍କା ଡିପୋଜିଟ ହେବ ।
ସୂଚନାଯୋଗ୍ୟ, ଏହି ଯୋଜନା ଅଧୀନରେ ବର୍ଷକୁ ତିନିଥର କେନ୍ଦ୍ର ସରକାର (Central Government) ଦୁଇ ହଜାର ଟଙ୍କା ଲେଖାଏଁ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତି । ଯଦି ଜଣେ ନୂଆ କୃଷକ ଏଥିରେ ଯୋଗଦେବାକୁ ଚାହାଁନ୍ତି, ତେବେ ସେ ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Scheme) ସେହି ଚାଷୀଙ୍କ ପାଇଁ ଲାଭଦାୟକ, ଯେଉଁ ଚାଷୀଙ୍କ ନାମରେ ଚାଷ ଜମି ରହିଛି । ଏଥି ସହିତ, ଏହି ଯୋଜନାର ଲାଭ ଉଠାଇବାକୁ ମିଳିତ ପରିବାରର ଚାଷୀଙ୍କୁ ନିଜ ନାମରେ ପଞ୍ଜୀକୃତ ଜମିର ସୂଚନା ଦେବାକୁ ପଡିବ। ଏହି ଯୋଜନାର ଲାଭ ପାଇବା ପାଇଁ ମିଳିତ ପରିବାରର ଚାଷୀଙ୍କୁ ସେମାନଙ୍କ ନାମରେ ଜମିର ଅଂଶ ପଞ୍ଜିକରଣ କରିବାକୁ ପଡିବ ।
Also Read: ଗୋଟିଏ କନ୍ୟାକୁ ସାତ ବର, ଥାନା ପାଲଟିଲା ଶଶୁର ଘର
ଅନେକ କୃଷକ (Farmers) ଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି। ଏଥିରେ, ଏପରି କୃଷକ ଅଛନ୍ତି ଯେଉଁମାନେ କୌଣସି ସାମ୍ବିଧାନିକ ପଦବୀରେ ରହିଛନ୍ତି, ସେମାନେ ଏହି ଯୋଜନାର ଲାଭ ପାଇବେ ନାହିଁ । ଏହା ବ୍ୟତୀତ ଜିଲା ପଞ୍ଚାୟତ ସଦସ୍ୟ, କାଉନସିଲର, ବିଧାୟକ, ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ, ସେହି କୃଷକମାନେ ଏହି ଯୋଜନାର ଲାଭ ପାଇବେ ନାହିଁ। ପେନ୍ସନ୍(Pension) ପାଇଥିବା କୃଷକମାନେ ମଧ୍ୟ ଏହି ଯୋଜନାରୁ ବାଦ ପଡିଛନ୍ତି।
Also Read: ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍
୨୪ ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Scheme) ଆରମ୍ଭ କରାଯାଇଥିଲା ଏବଂ ଏହା କେବଳ ଡିସେମ୍ବର ୧, ୨୦୧୮ରୁ ଲାଗୁ ହୋଇଥିଲା। ଏହି ଯୋଜନା ଅଧୀନରେ ସରକାର କ୍ଷୁଦ୍ର ଚାଷୀଙ୍କୁ ପ୍ରତିବର୍ଷ ତିନୋଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରନ୍ତି । ପ୍ରତ୍ୟେକ ଆର୍ଥିକ ବର୍ଷରେ ପ୍ରଥମ କିସ୍ତି ଏପ୍ରିଲ ୧ ରୁ ଜୁଲାଇ ୩୧ , ଦ୍ୱିତୀୟ କିସ୍ତି ଅଗଷ୍ଟ ୧ ରୁ ନଭେମ୍ବର ୩୦ ଏବଂ ତୃତୀୟ କିସ୍ତି ଡିସେମ୍ବର ୧ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଥାଏ । କିସ୍ତି ସିଧାସଳଖ କୃଷକଙ୍କ ଆକାଉଣ୍ଟ (Farmers Account) କୁ ଯାଇଥାଏ।