ଭୁବନେଶ୍ବର : ପାଠ ପଢି କ'ଣ ହେବ, ବେକାର! ଏହି ଉକ୍ତିଟି ଏବେ ଇଂଜିନିୟରିଂ ଶିକ୍ଷାକ୍ଷେତ୍ରରେ ଉପଯୋଗୀ ହୋଇଛି। କାରଣ ରାଜ୍ୟରେ ଏବେ ସୁଦ୍ଧା ପଞ୍ଜିକୃତ ବେକାର ଇଂଜିନିୟରଙ୍କ ସଂଖ୍ୟା ହେଉଛି ୪୬ ହଜାର ୭୩୧। ଏଭଳି ତଥ୍ୟ ରଖିଛି ଖୋଦ୍ ବୈଷୟିକ ଶିକ୍ଷା ବିଭାଗ। ବିଧାନସଭା ବଜେଟ ଅଧିବେଶନରେ ଲିଖିତ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। 


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ମାଳ ମାଳ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲୁଛି ହେଲେ ନିଯୁକ୍ତି ଅଭାବରୁ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସହ କଲେଜରେ ସିଟ୍ ମଧ୍ୟ ଫାଙ୍କା ରହୁଛି। ଯାହାକୁ ନେଇ ବୈଷୟିକ ଶିକ୍ଷାର ଭାଗ୍ୟ ଭବିଷ୍ୟ ଏବେ ଅନ୍ଧାରକରମୟ ହୋଇଉଠିଛି।


Also Read: ସ୍କୁଲ କମ୍ପ୍ୟୁଟର ଲ୍ୟାବରେ ତାଲା; ଥାଳି, ଗିନା ବାଡେଇ ନିଯୁକ୍ତି ମାଗିଲେ ଶିକ୍ଷକ


ବି.ଟେକ୍ (Bachelor in Technology-B.Tch) ଶିକ୍ଷାରେ ୯୪୮୭, ଏମ୍.ଟେକ୍ (Master in Technology-M.Tech) ଶିକ୍ଷାରେ ୩୪୯୭, ଡିପ୍ଲୋମା (Diploma) ଶିକ୍ଷାରେ ୩୩ ହଜାର ୭୪୭ ଏପରି ମୋଟ ୪୬ ହଜାର ୭୩୧ ପଞ୍ଜିକୃତ ବେକାର ଇଂଜିନିୟର ରହିଥିବା ଜଣାପଡିଛି। ବଢୁଛି ବେକାରୀ ଇଂଜିନିୟର ସଂଖ୍ୟା। ଆଉ ଏହା ଥିଲା ବତ୍ତର୍ମାନ ସୁଦ୍ଧା ରାଜ୍ୟରେ ପଞ୍ଜୀକୃତ ଇଞ୍ଜିନିୟରଂ ବେକାରୀଙ୍କ ସଂଖ୍ୟା। 


ରାଜ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନରେ ଏପରି ସ୍ଥିତି ଦେଖାଦେଇଛି। ଚଳିତ ବିଧାନସଭାର ବଜେଟ ଅଧିବେଶନରେ ବିଜେପି ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ଯାହାକୁ ନେଇ ଇଞ୍ଜିନିୟରିଂ ପାଠ ପଢା ଏବେ ଉତ୍କଟ ସ୍ଥିତିରେ ଗତି କରୁଛି। ଲକ୍ଷ ଲକ୍ଷ ଟଙ୍କା ଦେଇ ପାଠ ପଢିବାର ମୂଲ୍ୟ ଶୁଖୁଆ ପୋଡାରେ ଯିବା ସଦୃଶ୍ୟ ମନେ ହେଉଛି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳିବାରେ ଲାଗୁଛି। 


Also Read: ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶିତ, ଗୌତମ ଦାସ ଓଡ଼ିଶା ଟପ୍ପର


 


ବୈଷୟି ଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ମୁତାବକ ଏହି ଶିକ୍ଷା ପ୍ରଦାନ କରୁଥିବା ବିଶ୍ବବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ନିଜସ୍ବ ପ୍ଲେସମେଣ୍ଟ ସେଲ୍ (Placement Cell) ଜରିଆରେ ନିଯୁକ୍ତିର ସୁଯୋଗ ରହିଥାଏ। ଛାତ୍ରଛାତ୍ରୀ ନିଜସ୍ବ ଉଦ୍ୟମ ବଳରେ ନିଯୁକ୍ତି ପାଇଥାନ୍ତି। ଏହାସହ ସେମାନଙ୍କୁ ସଫ୍ଟ ସ୍କିଲ୍ ଟ୍ରେନିଂ, ସଫ୍ଟୱୟାର ଟ୍ରେନିଂ, ଏମ୍ପ୍ଲୋୟବିଲିଟି ସ୍କିଲ୍ ଟ୍ରେନିଂ ଇତ୍ୟାଦି ପ୍ରଦାନ କରାଯାଉଛି। ସେହିପରି ଶିଳ୍ପ ଜଗତରେ ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଚିରେ ରଖି ବିଭିନ୍ନ କମ୍ପାନୀ ସହ ସରକାରଙ୍କ ପକ୍ଷରୁ ବୁଝାମଣା ଚୁକ୍ତିପତ୍ର ସ୍ବାକ୍ଷର କରି ମହାବିଦ୍ୟାଳୟ ସ୍ତରରେ ଉତ୍କର୍ଷ କେନ୍ଦ୍ର ସ୍ଥାପନା କରାଯାଉଛି। 


Also Read: ଆଖିରେ କଳାପଟି, ହାତରେ ପ୍ଲାକାର୍ଡ କହିଲେ...


 


ହେଲେ ଏଠାରେ ପ୍ରଶ୍ନ ଉଠୁଛି ଏତେ ସବୁ ପରେ ମଧ୍ୟ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି କାହିଁକି? ଏନେଇ ଶିକ୍ଷାବିତଙ୍କ କହିବା କଥା ବୈଷୟିକ ଶିକ୍ଷା ସଂସ୍ଥାନରେ ସରକାରଙ୍କ ଦ୍ବାରା ଶୈକ୍ଷିକ ବାତାବରଣ ତଥା ପରିଚାଳନାରେ ତ୍ରୁଟି ରହୁଛି। କାଗଜକଲମରେ ସ୍ବୟଂ ଶାସିତ ଆଖ୍ୟା ଦେଇ ସରକାରୀ ଆୟତ୍ତରେ ରଖୁଛନ୍ତି। ଏହାସହ ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ ସ୍ଥିତାବସ୍ଥା ସହ ଦେଶ ବିଦେଶର କମ୍ପାନୀକୁ ଭରସାଯୋଗ୍ୟ ସ୍ଥାପନ କରିବାରେ ଖିଲାପ କରୁଛନ୍ତି। ଏସବୁରେ ସୁଧାର ଆଣିଲେ ବୈଷୟିକ ଶିକ୍ଷା କ୍ଷେତ୍ରରେ ନିଯୁକ୍ତିର ପଥ ପରିସ୍କାର ହେବ ବୋଲି ଶିକ୍ଷାବିତ୍ ସୁନିଲ ଷଡଙ୍ଗୀ କହିଛନ୍ତି।


Also Read: ଓୟୁଏଟି ବନ ମହାବିଦ୍ୟାଳୟରେ ପଢି ଝାଲ୍ ମୁଢି ବିକିଲେ ଛାତ୍ରଛାତ୍ରୀ


 


ନିଯୁକ୍ତି ପାଇନଥିବା ଇଂଜିନୟରଙ୍କୁ ସ୍ବତନ୍ତ୍ର ବେକାରୀ ଭତ୍ତା ସହ ଋଣ ଛାଡ କରିବା ନିମନ୍ତେ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନଥିବା ମନ୍ତ୍ରୀ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି। ଏପରି ସ୍ଥିତିରେ ଜଣେ ଉଚ୍ଚ ଶିକ୍ଷିତ ଇଂଜିନିୟିରର ଭାଗ୍ୟ କଣ ହେବ ତାହ ସମୟ କହିବ।