ଆଖିରେ କଳାପଟି, ହାତରେ ପ୍ଲାକାର୍ଡ କହିଲେ...
Advertisement
Article Detail0/zeeodisha/odisha858562

ଆଖିରେ କଳାପଟି, ହାତରେ ପ୍ଲାକାର୍ଡ କହିଲେ...

ଓୟୁଏଟି ବନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ  ପକ୍ଷରୁ ଚାଲିଥିବା ମଙ୍ଗଳବାର ନବମ ଦିନରେ ପହଞ୍ଚିଛି।

 

ଆଖିରେ କଳାପଟି, ହାତରେ ପ୍ଲାକାର୍ଡ କହିଲେ...

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଆଖିରେ କଳାପଟି ବାନ୍ଧି ଆନ୍ଦୋଳନ। ଓୟୁଏଟି ବନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଆଜି ଆନ୍ଦୋଳନର ନବମ ଦିନରେ ଆଖି ଥାଇ ଅନ୍ଧ ଭୂମିକାରେ କ୍ୟାମ୍ପସ ଭିତରେ ବସି ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି।

ପ୍ରାୟ ୯ ଦିନ ବ୍ୟାପୀ ସେହି ସମାନ ଦାବି ବନ ବିଭାଗରେ ଖାଲି ପଡୁଥିବା ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଲାଗି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ବିଏସସି ଫରେଷ୍ଟ୍ରୀ (B.Sc Forestery) ରଖାଯାଉ। ଏହି  ଦାବି ପୂରଣ କରିବା ଲାଗି ମଙ୍ଗଳବାର ଆଖିରେ କଳାପଟି ବାନ୍ଧି ନାରାବାଜି କରିଛନ୍ତି ଓୟୁଏଟି ବନ ମହାବିଦ୍ୟାଳୟ (OUAT Forestery College) ଛାତ୍ରଛାତ୍ରୀ। ସେମାନଙ୍କ କହିବା ମୁତାବକ ୪ ବର୍ଷିଆ ପ୍ରଫେସନାଲ ଡିଗ୍ରୀ କୋର୍ସ (Professional Degree Course) କରିବା ସତ୍ତ୍ବେ ନିଯୁକ୍ତି ବେଳେ ଅନ୍ୟ  ଆବେଦନକାରୀଙ୍କୁ ସୁଯୋଗ ଦିଆଯାଉଛି।

Also Read: ଓୟୁଏଟି ବନ ମହାବିଦ୍ୟାଳୟରେ ପଢି ଝାଲ୍ ମୁଢି ବିକିଲେ ଛାତ୍ରଛାତ୍ରୀ

 

ଯାହା ଦ୍ବାରା ନିର୍ଦ୍ଧାରିତ ପାଠପଢି ମଧ୍ୟ ସେମାନେ ବିଭାଗୀୟ  ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି।  ଫରେଷ୍ଟ ରେଞ୍ଜ ଅଫିସର (Forest Range Officer), ସହାୟକ ବନ ସଂରକ୍ଷକ (Assistant Conservator of Forest), ଓଏଫଡିସି ଆସିଷ୍ଟାଣ୍ଟ ମ୍ୟାନେଜର (Assistant Manager of OFDC) ଏବଂ, ଓଏଫଡିସି ଜୁନିଅର ମ୍ୟାନେଜର (Junior Manager of OFDC) ପ୍ରମୁଖ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ବିଏସସି ଫରେଷ୍ଟ୍ରୀ ରଖିବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ କୋଭିଡ କଟକଣା ମଧ୍ୟରେ ଏପରି ଭିନ୍ନ ଭିନ୍ନ ଶୈଳୀରେ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ବନ ମହାବିଦ୍ୟାଳୟ  ଛାତ୍ରଛାତ୍ରୀ।