ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶିତ, ଗୌତମ ଦାସ ଓଡ଼ିଶା ଟପ୍ପର
Advertisement
Article Detail0/zeeodisha/odisha862732

ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶିତ, ଗୌତମ ଦାସ ଓଡ଼ିଶା ଟପ୍ପର

ଛାତ୍ରଛାତ୍ରୀ ଯେକୌଶସି ଗୋଟିଏ କିମ୍ବା ତା ଠାରୁ ଉର୍ଦ୍ଧ୍ୱ ପର୍ଯ୍ୟାୟରେ ପରୀକ୍ଷା ଦେଇପାରିବେ।

ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶିତ, ଗୌତମ ଦାସ ଓଡ଼ିଶା ଟପ୍ପର

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ପ୍ରକାଶ ପାଇଛି ଜେଇଇ ମେନ ୨୦୨୧ ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରିଚାଳିତ ଚଳିତ ଜେଇଇ ମେନ୍ ପରୀକ୍ଷା ଫଳ ଫେବୃଆରୀ ମାସ ଶେଷ ସପ୍ତାହରେ ଶେଷ ହେବାର ମାତ୍ର ୧୦ ଦିନ ମଧ୍ୟରେ ପ୍ରକାଶ ପାଇଛି ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏନଟିଏ  ଏବଂ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରୀକ୍ଷା ବିଗତ ବର୍ଷରେ କେବଳ ୩ଟି ଭାଷାରେ ହେଉଥିବାବେଳେ ଚଳିତ ବର୍ଷ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହୋଇଥିଲା। 

୧୦ ଦିନରେ ପ୍ରକାଶ ପାଇଛି ସର୍ବଭାରତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା ଅର୍ଥାତ ଜେଇଇ ମେନ୍ ପରୀକ୍ଷା ଫଳ। ଦ୍ବାଦଶ ଶ୍ରେଣୀ ଛାତ୍ର ଗୌତମ ଦାସ ୯୯.୯୯ ଏନଟିଏ ସ୍କୋର ଓଡିଶା ଟପ୍ପର ହୋଇଛନ୍ତି। ସର୍ବ ଭାରତୀୟ  ସ୍ତରରେ ତାଙ୍କ ରାଙ୍କ ୨୯ତମ ସ୍ଥାନରେ ରହିଛି। ବାଲେଶ୍ବର ଜିଲ୍ଲାର ବାସିନ୍ଦା ଗୌତମ ଭୁବନେଶ୍ବରର ଏକ ଘରୋଇ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଏହି ସଫଳତା ପରେ ତାଙ୍କୁ ପରିବାର ବର୍ଗ ଓ ସ୍କୁଲ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି। ଆଗକୁ ଜେଇଇ ଆଡ଼ଭାନ୍ସଡ୍ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରି ବମ୍ବେ ଆଇଆଇଟିରେ ପାଠ ପଢିବାକୁ ଲକ୍ଷ୍ୟ ରହିଛି। ଗତ ବର୍ଷ କୋରୋନା ତଥା ଲାକଡାଉନ ହେତୁ ଅନଲାଇନ ପାଠପଢା ସହ ଶିକ୍ଷକ ଓ ପରିବାର ବର୍ଗଙ୍କ ସହଯୋଗରେ ସେଲ୍ଫ ଷ୍ଟଡି କରି ଏହି ସଫଳତା ପାଇଥିବା ସେ କହିଛନ୍ତି।

Also Read: JEE Main 2021 ପରୀକ୍ଷା ଫଳ ପ୍ରକାଶିତ

 

ଚଳିତ ଫେବୃଆରୀ ମାସ ୨୪-୨୬ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୬ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଦେଶ ତଥା ଦେଶ ବାହାରେ ମୋଟ ୩୩୧ଟି ସହରରେ ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ ହୋଇଥିଲା ପରୀକ୍ଷା। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪ଟି ପର୍ଯ୍ୟାୟରେ ପରୀକ୍ଷା କରିବାକୁ ଏନଟିଏ ସ୍ଥିର କରିଥିବାବେଳେ ଚଳିତ ମାର୍ଚ୍ଚ, ଏପ୍ରିଲ, ମେ ମାସରେ ତାହା ସମ୍ପୂର୍ଣ୍ଣ ହେବ। 

Also Read: JEE Main 2021: ଆଉ ଅଳ୍ପ ସମୟ ପରେ ବାହାରିବ ପରୀକ୍ଷା ଫଳ

 

ଛାତ୍ରଛାତ୍ରୀ ଯେକୌଶସି ଗୋଟିଏ କିମ୍ବା ତା ଠାରୁ ଉର୍ଦ୍ଧ୍ୱ ପର୍ଯ୍ୟାୟରେ ପରୀକ୍ଷା ଦେଇପାରିବେ। ଏହାପରେ ବେଷ୍ଟ ରାଙ୍କ ଆଧାରରେ ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମଲେଖା ହେବ। ଏସବୁ ଭିତରେ ଛାତ୍ରଛାତ୍ରୀଙ୍କୁ ମନୋଯୋଗ ସହ ଅକ୍ଲାନ୍ତ ପରିଶ୍ରମ କରି ପାଠପଢାରେ ମନୋନିବେଶ କରିବାକୁ ଶିକ୍ଷକ ଆହ୍ବାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡିଶାର ଗୌତମ ଟପ୍ପର ହୋଇ ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି। ଏହାକୁ ନେଇ ଗୌତମଙ୍କ ସମେତ ସମସ୍ତ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଟ୍ବିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।