ଭୁବନେଶ୍ୱର: ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପକ୍ଷରୁ ପୁରୁଣା ବିଧାନସୌଧ ପରିସରରେ ଶିଶୁମାନଙ୍କ ପାଇଁ ଛାୟା ବିଧାନସଭା ଆୟୋଜିତ ହୋଇଛି। ଛାୟା ବିଧାନସଭାରେ ଛାତ୍ରଛାତ୍ରୀ ଅସଲି ବିଧାନସଭାର ଅନୁଭୂତି ପାଇଛନ୍ତି। ସୋମବାର ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଛାୟା ବିଧାନସଭା ଉଦଘାଟନ କରିଛନ୍ତି। ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ୪୦ ଦିନିଆ ଶିଶୁ ଅଧିକାର ଅଭିଯାନ ଅବସରରେ ପିଲାଙ୍କ ପାଇଁ ଛାୟା ବିଧାନସଭାର ଆୟୋଜନ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ବସିଛି ବିଧାନସଭାର ଅଧିବେଶନ। ଅଧ୍ୟକ୍ଷତା କରୁଛନ୍ତି ବାଚସ୍ପତି। ବିରୋଧୀ ଉଠାଉଛନ୍ତି ପ୍ରସଙ୍ଗ। ହୋହାଲ୍ଲା ମଧରେ କମ୍ପୁଛି ପୁରୁଣା ବିଧାନସଭା। ବିଧାନସଭାର ଭ୍ରମ ସୃଷ୍ଟି କରିଥିବା ଏହା ହେଉଛି ପୁରୁଣା ବିଧାନସଭାର ଅଧିବେଶନ ପ୍ରକୋଷ୍ଟ। ଓଡିଶା ବିଧାନସଭାର ଛାୟା ବିଧାନସଭାରେ ସୋମବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବାଚସ୍ପତି, ରାଜ୍ୟପାଳ, ବିରୋଧୀ ଦଳର ନେତା, ବିରୋଧୀ ଦଳର ଉପନେତା ଓ ବିଧାୟକ ଭୂମିକାରେ ଛାତ୍ରଛାତ୍ରୀ ଅଭିନୟ କରୁଛନ୍ତି। ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀ ଆସି ବିଧାନସଭା କିଭଳି ଚାଲେ ତାହା ଜାଣିଛନ୍ତି।


Also Read: ପୁଣି ଓଡ଼ିଶାକୁ ବାତ୍ୟା ଭୟ, ୪ ଦିନ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା


ଛାୟା ବିଧାନସଭାରେ ପିଲାମାନେ ନିଜେ ବିଧାୟକ, ନେତା-ମନ୍ତ୍ରୀ ହୋଇ ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଶିଶୁ ନିର୍ଯାତନା ଭଳି ପ୍ରସଙ୍ଗ ଉଠାଇଛନ୍ତି। ଶିଶୁମାନଙ୍କ ସୁରକ୍ଷା ପାଇଁ କି ବ୍ୟବସ୍ଥା କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀଙ୍କଠାରୁ ଜବାବ ମଧ୍ୟ ମାଗିଛନ୍ତି। କିନ୍ତୁ ପ୍ରକୃତ ବିଧାନସଭା ଭଳି ହିଂସାତ୍ମକ ଆଚରଣ ଦେଖିବାକୁ ମିଳିନାହିଁ। କୌଣସି ଛାତ୍ରଛାତ୍ରୀ ଗୃହ ମଧ୍ୟରେ ମାଇକ କିମ୍ବା ଚେୟାର ଫିଙ୍ଗି ନାହାନ୍ତି କି ଟେବୁଲ ଉପରେ ଚଢିଯାଇନାହାନ୍ତି। ଛାୟା ବିଧାନସଭାରେ ୬୦ ଜଣ ଛତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସେମାନେ ବିଧାନସଭା ପରିଚାଳନା ଅତି ନିଖୁଣ ଭାବେ ନିଭାଇଛନ୍ତି।  


ରାଜ୍ୟ ଶିଶୁ ଅଧିକାର ଆୟୋଗ ପକ୍ଷରୁ ପୁରୁଣା ବିଧାନସୌଧ ପରିସରରେ ଆୟୋଜିତ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ୪୦ ଦିନିଆ ଶିଶୁ ଅଧିକାର ଅଭିଯାନ ଆରମ୍ଭ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଦେବୀ ମିଶ୍ର, ପୂର୍ବତନ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପିଲାଙ୍କୁ ବିଧାନସଭା କିଭଳି କାର୍ଯ୍ୟ କରେ ସେ ବାଵଦରେ ଧାରଣା ଦେଇଥିଲେ। ସେହିପରି ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।  


Also Read: ରେକର୍ଡ କଲା ଅନ୍ତରା-ଉଦିତଙ୍କ ନୂଆ ଗୀତ


ବିଧାନସଭାରେ କାର୍ଯ୍ୟକ୍ରମ ଭଳି ଛାୟା ବିଧାସଭାରେ ଶୋକ ପ୍ରସ୍ତାବ, ପ୍ରଶ୍ନକାଳ, ମୁଲତବୀ ପ୍ରସ୍ତାବ ଆଗତ କରଯାଇଥିଲା। ରାଜ୍ୟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏହି ଛାୟା ବିଧାନସଭାରେ ଯୋଗ ଦେଇ ବାଚସ୍ପତି, ବିରୋଧୀ ଦଳ ନେତା, ଗୃହର ନେତା, ବିଭିନ୍ନ  ବିଭାଗୀୟ ମନ୍ତ୍ରୀ, ଶାସକ ଓ ବିରୋଧୀ ଦଳ ବିଧାୟକ ଭାବେ ଅଭିନୟ କରିଥିଲେ।