ଭୁବନେଶ୍ୱର: ଏପ୍ରିଲ ମାସ ପାଇଁ ରାଜ୍ୟ ସରକାର କୋରୋନା ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଏପ୍ରିଲ ୧ରୁ ଏପ୍ରିଲ ୩୦ ଯାଏଁ ଲାଗୁ ହେବ। ପୂର୍ବାପେକ୍ଷା ଏହି ନୂଆ ଗାଇଡଲାଇନରେ କିଛିଟା ପରିବର୍ତ୍ତନ କରାଯାଇଛି। ସ୍ଥାନୀୟ ପ୍ରଶାସନକୁ କ୍ଷେମତା ଦିଆଯାଇଥିବା ବେଳେ ନିର୍ବାଚନକୁ ବି ଗୁରୁତ୍ୱ ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

SRC ପ୍ରଦୀପ ଜେନା ଜାରି କରିଥିବା ଏପ୍ରିଲ ଗାଇଡଲାଇନ: 


Also Read: ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା


  • ସତର୍କତାର ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ (Containment zone) କରିବାକୁ ନିର୍ଦ୍ଦେଶ।

  • କଣ୍ଟେନମେଣ୍ଟ ଜୋନରୁ କେହି ବାହାରି ପାରିବେନି, ଘରକୁ ଘର ହେବ ସର୍ଭେ।

  • ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର କରିପାରିବେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ।

  • ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ। 

  • ଅଧିକରୁ ଅଧିକ RTPCR ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ।

  • ବିଶାଳ ଜନ ସମାବେଶ (Public Gathering) କୁ ନିଷେଧ।

  • ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି।

  • ଆବଦ୍ଧ ଜାଗାରେ କ୍ଷମତାର ୫୦% ଲୋକଙ୍କୁ ନେଇ ହେବ ସଭା।

  • କୋଭିଡ୍‌ ନିୟମ (Covid19 guidelines) କୁ କଡ଼ାକଡ଼ି ଭାବେ ଲାଗୁ କରିବେ ଜିଲ୍ଲାପଳ ଓ କମିସନର।

  • ସ୍କୁଲ ଖୋଲିବ ନିଷ୍ପତ୍ତି ନେବେ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ।